ରାହୁଲଙ୍କୁ ଜବାବ ଦେଲେ ଲଦାଖ ସାଂସଦ; କହିଲେ କଂଗ୍ରେସ ସମୟରେ ଭାରତୀୟ ଅଞ୍ଚଳକୁ କବ୍ଜା କରିଛି ଚୀନ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି । ଏହା ମଧ୍ୟରେ ଲଦାଖର ବିଜେପି ସାଂସଦ ଜମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ତାଙ୍କୁ କଡ଼ା ଜବାବ ଦେଇଛନ୍ତି । ରାହୁଲ ଟ୍ବିଟ୍ କରି ପଚାରିଥିଲେ ଯେ, କ’ଣ ଚୀନ ଲଦାଖରେ ଭାରତୀୟ ଅଞ୍ଚଳକୁ କବ୍ଜା କରିଛି କି ? ଜମୟାଙ୍ଗ ଟ୍ବିଟ୍ କରି ରାହୁଲଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ହଁ, ଚୀନ ଭାରତୀୟ ଅଞ୍ଚଳକୁ କବ୍ଜା କରିଛି, କିନ୍ତୁ କଂଗ୍ରେସ ସରକାର କାର୍ଯ୍ୟକାଳରେ ଏହା ହୋଇଛି ।
I hope @RahulGandhi and @INCIndia will agree with my reply based on facts and hopefully they won't try to mislead again.@BJP4India @BJP4JnK @sambitswaraj @JPNadda @blsanthosh @rajnathsingh @PTI_News pic.twitter.com/pAJx1ge2H1
— Jamyang Tsering Namgyal (@JTNBJP) June 9, 2020
ଏହା ପରେ ଜମ୍ୟାଙ୍ଗ କହିଛନ୍ତି, ଆଶା କରୁଛି ରାହୁଲ ଏବଂ କଂଗ୍ରେସ ତଥ୍ୟ ଆଧାରିତ ମୋ ଜବାବରେ ସନ୍ତୁଷ୍ଟ ହେବେ ବୋଲି । ସେମାନେ ପୁଣି ଥରେ ଅନ୍ୟମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରିବେ ନାହିଁ ବୋଲି ଆଶା କରୁଅଛି । ଏହା ସହିତ ଟ୍ବିଟ୍ରେ ଲଦାଖ ସାଂସଦ ୨ଟି ଫଟୋ ଶେୟାର କରିଛନ୍ତି ମଧ୍ଯ । ଗୋଟିଏ ଫଟୋରେ ତାଙ୍କର ଜବାବ ଥିବାବେଳେ ଅନ୍ୟଟିରେ ଦେମ୍ଚୋକ ଘାଟିର ଦୃଶ୍ୟ ରହିଛି, ଯାହାକୁ ଚୀନ କଂଗ୍ରେସ ସମୟରେ ଦଖଲ କରିଥିଲା।
– ୧୯୬୨ରେ କଂଗ୍ରେସ ଶାସନ ସମୟରେ ଅକ୍ସାଇ ଚୀନ(୩୭,୨୪୪ ବର୍ଗ କିମି)କୁ ଚୀନ କବ୍ଜା କରିଥିଲା ।
– ୟୁପିଏ ସରକାର ସମୟରେ ୨୦୦୮ ପର୍ଯ୍ୟନ୍ତ ଚୁମୁର ଅଞ୍ଚଳରେ ଥିବା ଟିୟା ପଙ୍ଗାକ ଏବଂ ଚୌବଜୀ ଘାଟି(୨୫୦ ମିଟର) କବ୍ଜା କଲା ଚୀନ ।

– ୨୦୦୮ରେ ଚୀନର ପିଏଲଏ ଦ୍ବାରା ଦେମଚୋକ୍ରେ ଜୋରାବର ଦୁର୍ଗକୁ ଭାଙ୍ଗି ଦିଆଯାଇଥିଲା ଏବଂ ୨୦୧୨ରେ ୟୁପିଏ ଶାସନ କାଳରେ ପିଏଲଏ ଅବଜରଭିଙ୍ଗ ପଏଣ୍ଟ ନିର୍ମାଣ କରିଥିଲା । ୧୩ଟି ସିମେଣ୍ଟ ଘର ସହିତ ଚାଇନିଜ୍ କଲୋନୀ ବି ନିର୍ମାଣ କରିଥିଲା ।
– ୨୦୦୮-୦୯ରେ ୟୁପିଏ ଶାସନ ସମୟରେ ଡୁଙ୍ଗତୀ ଏବଂ ଦେମଚୋକ୍ ମଧ୍ୟରେ ଥିବା ଡୁମ ଚେଲେ(ପ୍ରାଚୀନ ବ୍ୟାପାର ବିନ୍ଦୁ)କୁ ଭାରତ ହରାଇଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।