କୁହାଯାଏ କି କୌଣସି ମହିଳାଙ୍କୁ ସପୋର୍ଟ ଦିଆଗଲେ ଜଣେ ମହିଳା କଣ ବା ହାସଲ ନ କରିପାରିବ। ଏପରି ଏକ କାହାଣୀ ଅଟେ ପୋଲିସ ସବଇନସିସ୍ପେକ୍ଟର ପଦ୍ମଶିଳା ତିରପୁଣ୍ଡେଙ୍କର। ଯିଏକି ନିଜ ପରିଶ୍ରମ ଓ ସାହସ ଯୋଗୁ MPAC ପରୀକ୍ଷାରେ ସଫଳ ହୋଇ ଏହି ସ୍ଥାନ ହାସଲ କରିଛନ୍ତି। ଖାସ କଥା ଏହାକି ସେ ନିଜ ଜୀବନରେ ଏହି ସ୍ଥାନ ହାସଲ କରିବା ପାଇଁ ବହୁତ ସଂଘର୍ଷ କରିଛନ୍ତି।ପଦ୍ମଶିଳା ପଥମେ ପଥରରେ ଶୀଳ ବିକ୍ରି କରୁଥିଲେ କିନ୍ତୁ ସେ ସ୍ୱପ୍ନ ଦେଖିବା କେବେ ଛାଡି ନଥିଲେ ଓ ଶେଷରେ ସ୍ୱପ୍ନ କୁ ପୁରା ମଧ୍ୟ କଲେ। ତାଙ୍କର ସାହସ ଓ ପରିଶ୍ରମର ଏହି କାହାଣୀ ଆଇପିଏସ ଅଧିକାରୀ ଦୀପାଁସୁ କାଵରା କାହାଣୀ ସେୟାର କରି ସମସ୍ତଙ୍କୁ ଏକ ମେସେଜ ଦେଇଛନ୍ତି ଓ ସେ ଲେଖିଛନ୍ତି କି ପରିସ୍ଥିତି ଆପଣଙ୍କ ସ୍ୱପ୍ନର ଉଡାନକୁ ଅଟକାଇପାରିବନି।
ସ୍ୱାମୀଙ୍କ ଠୁ ମିଳିଛି ପୁରା ସହଯୋଗ:
ସବୁବେଳେ ଯଦି କୌଣସି ମହିଳା ବିବାହ ପରେ କିଛି କରିବାକୁ ଚାହେଁ ତ ତା ଉପରେ ଅନେକ ଚାପ ପକାଇ ତାକୁ ଅଟକାଇଦିଆଯାଇଥାଏ କିନ୍ତୁ ପଦ୍ମଶିଳାଙ୍କୁ ନିଜ ସ୍ୱାମୀଙ୍କର ପୁରା ସହଯୋଗ ମିଳିଛି। ଯାହା ଦ୍ୱାରା ହିଁ ସେ ଆଜି ଏହି ସ୍ଥାନ ହାସଲ କରିପାରିଛନ୍ତି। ଦୀପାଁସୁ କାଵରା ନିଜ ଟ୍ୱିଟରରେ ଆଗକୁ ଲେଖିଛନ୍ତି,” ପଦ୍ମଶିଳାଙ୍କ ଘରର ଅବସ୍ଥା କିଛି ଭଲ ନଥିଲା। ସେ ନିଜ ସ୍ୱାମୀଙ୍କ ସହିତ କାମ କରିବାକୁ ଯାଇଥାନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ଆଗକୁ ନେବାକୁ ଚାହୁଁଥିଲେ।ତେଣୁ ସେ ପଦ୍ମଶିଳାଙ୍କ ପାଢ଼ ପଢ଼ା ପୁରା କରିଲେ। ପଦ୍ମଶିଳା କାମ କରି ଓ ଶୀଳ ବିକ୍ରିକରି ନିଜ ଗ୍ରାଜୁଏସନ ପୁରା କରିଲେ। ଏହା ପରେ ସେ ଏମପିଏସସିର ପରୀକ୍ଷା ଦେଲେ ଓ ସେଥିରେ ସଫଳତା ହାସଲ କରିଲେ। ଏହିପରି ସେ ସବଇନସିସ୍ପେକ୍ଟର ହୋଇଗଲେ।
ଶୀଳ ବିକିବା କଥା ମନାକରିଦେଇଛନ୍ତି:
ସୋସିଆଲ ମିଡିଆରେ ପ୍ରଦ୍ମଶିଳାଙ୍କର ଦୁଇଟି ପଟୋ ଭାଇରାଲ ହେଉଛି। ପ୍ରଥମ ଫଟୋରେ ତାଙ୍କ ମୁଣ୍ଡରେ ଶୀଳ ଥୁବା ଦେଖାଯାଉଥିବା ବେଳେ। ଅନ୍ୟ ଫଟୋରେ ସେ ସବଇନସିସ୍ପେକ୍ଟର ହୋଇଯିବାପରେ ନିଜ ପରିବାରସହ ଦେଖାଯାଉଛନ୍ତି। ଦୁଇଟି ଯାକ ଫଟୋ ଯୋଡ଼ାଯାଇ ତାଙ୍କ ସଫଳତାର କାହାଣୀ କୁହାଯାଉଛି। ଯେବେ ଏହି କଥା ପଦ୍ମଶିଳାଙ୍କ ସହ ଆଲୋଚନା କରାଗଲା ସେ କହିଛନ୍ତି ପ୍ରଥମ ଫଟୋ ମୋର ନୁହେଁ। ସେ କହିଛନ୍ତି କି ସେହି ମହିଳା ମୋ ପରି ଦେଖାଯାଉଛି ସତ କିନ୍ତୁ ସେ ମୁଁ ନୁହେଁ। ସେ କହିଛନ୍ତି ମୁଁ ଜୀବନରେ ବହୁତ ସଂଘର୍ଷ କରିଛି ସତ କିନ୍ତୁ କେବେ ଶୀଳ ବିକ୍ରିକରିନାହିଁ।

ଗୋଟିଏ ଭଳି ଚେହେରା ଯୋଗୁ ହୋଇଛି ଗୋଳମାଳ:
ପଦ୍ମଶିଳା ତିରୁପାଣ୍ଡେ କହିଛନ୍ତି କି ତାଙ୍କ କାହାଣୀ ଭୁଲ ଭାବେ କୁହାଯାଇଛି। ସେ କହିଛନ୍ତି ସେ ଅନେକ ଖରାପ ପରିସ୍ଥିତି ଦେଇ ଗତିକରିଛନ୍ତି। ଏହି ସ୍ଥାନ ହାସଲ ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି। ସେ ପ୍ରେମ ବିବାହ କରିଥିଲେ ଏହା ପରେ ତାଙ୍କୁ ନିଜ ସ୍ୱାମୀଙ୍କ ସହିତ ନାସିକ ଯିବାକୁ ପଡିଲା। ସେଠାରେ ସେ ଏକ କଲେଜରେ ଗ୍ରାଜୁଏସନ ପଢିଲେ। ଏହା ସହିତ ସେ କମ୍ପିଟିଟିଭ ପରୀକ୍ଷା ପାଇଁ ଅଧ୍ୟ ପ୍ରସ୍ତୁତି କରୁଥିଲେ । ବର୍ଷ ୨୦୧୨ରେ ସେ ମେନ୍ସ କ୍ଲିୟର କଲେ। ସେହିପରି ସେ ବର୍ଷ ୨୦୧୩ରେ ସବ ଇଂସ୍ପେକ୍ଟର ର ପଦ ହାସଲ କରିଥିଲେ। ସେହି ଦ୍ୱିତୀୟ ଫଟୋ ସେହି ସମୟର ଅଟେ। ସେହି ଫଟୋରେ ତାଙ୍କ ସହ ତାଙ୍କ ସ୍ୱାମୀ ଶାଶୁ ଓ ଛୁଆ ଦେଖାଯାଉଛନ୍ତି। କିନ୍ତୁ ପରେ କେହି ଶୀଳ ବିକୁଥିବା ମହିଳାଙ୍କ ସହ ତାଙ୍କ କାହାଣୀ ଯୋଡି ଭାଇରାଲ କରିଦେଇଛନ୍ତି। ସେ କହିଛନ୍ତି କି ତାଙ୍କ ମୁହଁ ସେହି ମହିଳାଙ୍କ ସହିତ ବହୁତ ମିଶୁଛି। ଏଥିପାଇଁ ଲୋକଙ୍କୁ ଏହି ଗୋଳମାଳ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।