ମହାନ କ୍ରିକେଟର ପଚାରିଲେ -ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟକୁମାର କଣ ପାଇଁ ହୋଇପାରିବେନି ଟିମ ଇଣ୍ଡିଆର ଅଂଶ?

ଆଇପିଏଲ ୨୦୨୦ରେ ସୁନ୍ଦର ପ୍ରଦର୍ଶନ ପରେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ଟିମ ଇଣ୍ଡିଆରେ ବଛାଗଲାନାହିଁ।

Google

ୱେଷ୍ଟଇଂଣ୍ଡିଜର ମହାନ କ୍ରିକେଟର ବ୍ରାୟନ ଲାରାଙ୍କୁ ଲାଗୁଛି କି ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ପ୍ରତିଭା ଶାଳୀ ଖେଳାଳୀଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଉଥିବା ଟିମ ଇଣ୍ଡିଆରେ ସାମିଲ କରିବା କଥା। ମୁମ୍ବାଇ ଇଂଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ ଇଣ୍ଡିଆନ ପ୍ରିମୀୟର ଲିଗ(ଆଇପିଏଲ ୨୦୨୦) ସବୁଠୁ ଅଧିକ ରନ କରିଥିବା ସୂଚରେ ୪୮୦ ରନ କରି ସପ୍ତମ ସ୍ଥାନରେ ଅଛନ୍ତି। ଯେଉଁଥିରେ କି ତାଙ୍କ ଷ୍ଟାଇକରେଟ ୧୪୫ରୁ ଅଧିକ ଥିଲା। ଏହା ପରେ ମଧ୍ୟ ତାଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଗଲାନାହିଁ।ଯାହା ଉପରେ ଲଗାତର ଚର୍ଚ୍ଚା ହେଉଛି।

ଲାରା ଷ୍ଟାର ସ୍ପୋଟ୍ସର ଶୋ “କ୍ରିକେଟ ଉଇକେଣ୍ଡ”ରେ କହିଛନ୍ତି କି ମତେ କୌଣସି କାରଣ ଦେଖାଯାଉନାହିଁ ,ଭାରତୀୟ ଟିମକୁ ଦେଖିକି କି ସେ ଏହାର ଅଂଶ ହୋଇପାରିବେ ନାହିଁ? ଲାରା କହିଛନ୍ତି ସେ କେବଳ ସୂର୍ଯ୍ୟକୁମାର ଯାଦବଙ୍କ ରନ ରେ ହିଁ ନୁହଁ ସେ ଯେଉଁ ପରିସ୍ଥିତିରେ ରନ କରିଛନ୍ତି ସେଥିରେ ବହୁତ ପ୍ରଭାବିତ ଅଛନ୍ତି।

ମୁମ୍ବାଇ ଇଂଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ କଲେ ସୁନ୍ଦର କାମ:-

ସେ କହିଛନ୍ତିକି ହିଁ ନିଶ୍ଚିତ ରୂପରେ। ସେ ସୁନ୍ଦର ଖେଳାଳୀ ଅଟନ୍ତି। ମୁଁ କେବଳ ଖେଳାଳୀଙ୍କ ରନ କୁ ଦେଖେନାହିଁ, ବରଂ ତାଙ୍କ ଟେକ୍ନିକ ,ପ୍ରେସର ସମୟରେ ବ୍ୟାଟିଙ୍ଗ, ଓ ସେ କେଉଁ ସ୍ଥାନରେ ବ୍ୟାଟିଙ୍ଗ କରୁଛନ୍ତି ତାହା ଦେଖିଥାଏ। ମୋ ପାଇଁ ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ବହୁତ ସୁନ୍ଦର କାମ କରିଛନ୍ତି।ଏହି ୩୦ ବର୍ଷୀୟ ଖେଳାଳୀଙ୍କୁ ଟିମ ଇଣ୍ଡିଆରେ ସାମିଲ ନକରିବାର ଯେଉଁ କାରଣ କୁହାଯାଇଛି ତାହା ଲାଇନ-ଅଫ ଜାଗର କମି କୁହାଯାଇଛି।

Google

ବଲାରା କହିଛନ୍ତି ସେ ତୃତୀୟ ନମ୍ବରରେ ବ୍ୟାଟିଙ୍ଗ ପାଇଁ ପୁରା ଫିଟ। ସେ କହିଛନ୍ତିକି ସେ ରୋହିତ ଶର୍ମା ଓ କ୍ୟୁଣ୍ଟନ ଡିକକଙ୍କ ପରେ ବ୍ୟାଟିଙ୍ଗ କରିବାକୁ ଆସିଥାନ୍ତି ଓ ପ୍ରତିଥର ସେ ପ୍ରେସରରେ ଥାଆନ୍ତି ତ ସେ ତୃତୀୟ ସ୍ଥାନରେ ଆସିଥାନ୍ତି। ଲାରା କହିଛନ୍ତି ମନେ ରଖନ୍ତୁ କୌଣସିବି କ୍ରିକେଟ ଟିମରେ ଓପନର ବ୍ୟାଟ୍ସମ୍ୟାନ ପରେ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ ହିଁ ସାମାନ୍ୟ ରୂପରେ ସର୍ଵଶ୍ରେଷ୍ଠ ଖେଳାଳୀ ହୋଇଥାଏ। ଆପଣଙ୍କ ସବୁଠୁ ଭରସା ଯୋଗ୍ୟ ଖେଳାଳି ଓ ମୋ ହିସାବରେ ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ସେହି ଖେଳାଳୀ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।