SA vs IND: ନିର୍ଣ୍ଣାୟକ ଟେଷ୍ଟର ଶେଷ ପାରିରେ ଋଷଭ ପନ୍ତଙ୍କ ଚମତ୍କାର ବ୍ୟାଟିଂ! ଶତକ ଲଗାଇ ଦଳକୁ ଦେଲେ ଫାଇଟିଂ ଟୋଟାଲ

ସାଉଥ ଆଫ୍ରିକା ଏବଂ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରି ଦଳକୁ ଏକ ମଝଭୁତ ସ୍ଥିତିରେ ପଂହଚାଇଛନ୍ତି। ପ୍ରଥମ ଟେଷ୍ଟ ଟିମ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସାଉଥ ଆଫ୍ରିକା ଜିତିଯାଇଥିଲା। ସିରିଜ ୧-୧ ରେ ବରାବର ଅଛି।

ଶେଷ ଟେଷ୍ଟର ପ୍ରଥମ ପାରିରେ କ୍ୟାପଟେନ କୋହଲିଙ୍କ ସୁନ୍ଦର ଅର୍ଦ୍ଧଶତକ ବଳରେ ଦଳ ୨୦୦ ରନ ପାର କରିବାରେ ସକ୍ଷମ ହୋଇଥିଲା। ପ୍ରଥମ ପାରିରେ ବିରାଟ କୋହଲି ୨୦୧ ବଲରେ ୧ଟି ଛକା ଏବଂ ୧୨ ଟି ଚୌକା ସହାୟତାରେ ୭୯ ରନର ସୁନ୍ଦର ପାରି ଖେଳିଥିଲେ। ଆଉ କେଉଁ ବ୍ୟାଟ୍ସମାନ ଅର୍ଦ୍ଧ ଶତକ ଲଗାଇନଥିଲେ।

ଟିମ ଇଣ୍ଡିଆ ଶେଷ ଟେଷ୍ଟର ପ୍ରଥମ ପାରିରେ ୨୨୩ କରିଥିବା ବେଳେ ସାଉଥ ଆଫ୍ରିକା ପ୍ରଥମ ପାରିରେ ୨୧୦ କରିଥିଲା।
ଟିମ ଇଣ୍ଡିଆ ଦ୍ୱିତୀୟ ପାରିରେ ଋଷଭ ପନ୍ତଙ୍କ ସୁନ୍ଦର ଶତକ ବଳରେ ୧୯୮ ରନ କରିଛି। ପନ୍ତ ୧୩୯ ବଲରେ ୪ଟି ଛକା ଏବଂ ୬ ଟି ଚୌକା ସହାୟତାରେ ୧୦୦ ରନ ବନାଇ ନଟ ଆଉଟ ଥିଲା। ଗୋଟିଏ ପଟେ ୱିକେଟ ଗଳୁଥିବା ବେଳେ ସେ ସୁନ୍ଦର ବ୍ୟାଟିଂ କରି ୧୦୦ ରନ କରିଥିଲେ। ତାଙ୍କର ଏହି ଦ୍ୱିତୀୟ ପାରିରେ କରିଥିବା ଲଢ଼ୁଆ ପାରି ଫଳରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକାକୁ ୨୧୨ ରନର ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *