ଆଜି ଓଲା ଭାରତର ସବୁଠୁ ଚର୍ଚ୍ଚିତ ଯାତ୍ରୀବାହୀ ଭଡା ଗାଡି ଯୋଗାଇବାର କମ୍ପାନୀ ଅଟେ। ଏବେ କମ୍ପାନୀ ତାମିଲନାଡୁର ସରକାର ସହ ମିଶି ଇ-ସ୍କୁଟର କାରଖାନାର ଆରମ୍ଭ କରିବାକୁ ଯାଉଛି।

ଆପ ଆଧାରିତ ଟ୍ୟାକ୍ସି ସେବା ଦେଉଥିବା କମ୍ପାନୀ ଓଲା ତାମିଲନାଡୁରେ ୨୪୦୦କୋଟି ଟଙ୍କାର ନିବେଶ ଦ୍ଵାରା ନିଜର ପ୍ରଥମ ଇ-ସ୍କୁଟର କାରଖାନା ଲଗାଇବ। ଆଜି ଓଲା ଭାରତ ସମେତ ସାରାଦୁନିଆରେ ନାମ ଅର୍ଜନ କରୁଛି କିନ୍ତୁ ଏହି କମ୍ପାନୀକୁ ଆରମ୍ଭ କରିଥିବା ଭବିଷ୍ ଅଗ୍ରୱାଲଙ୍କୁ ବହୁତ ସଂଘର୍ଷର ସମୟରେ କଟିଛି।
କିଛି ନୂଆ କରିବାର ଲକ୍ଷ୍ୟରେ ଭବିଷ୍ କେବଳ ୨୪ ବର୍ଷ ବୟସରେ ମାଇକ୍ରୋସଫ୍ଟର ଚାକିରୀ ଛାଡିଦେଇଥିଲେ।ଏହାର ବିଷୟରେ ଯେତେବେଳେ ଭବିଷ ନିଜ ପରିବାରକୁ କହିଥିଲେ, ତେବେ କେହିତ କିଛି ଆଗ୍ରହ ଦେଖାଇନଥିଲେ କିନ୍ତୁ ଅଟକାଇ ମଧ୍ୟ ନଥିଲେ। ଏହା ଏକ ପ୍ରକାରର ମୌନ ସମର୍ଥନ ଥିଲା, ଯେଉଁଥିରୁ ନିଜର ପୁଅ ପାଇଁ ଚିନ୍ତା ଥିଲା। ଭବିଷ୍ ଅଗ୍ରୱାଲଙ୍କୁ ଓଲାର ଧାରଣା ନିଜର ଅନୁଭବରୁ ଆସିଲା।
ପ୍ରକୃତରେ,ଗୋଟିଏ ଥର ତାଙ୍କୁ କ୍ୟାବରେ କୁଆଡେ ଯିବାର ଥିଲା କିନ୍ତୁ ଡ୍ରାଇଭର ଅଧିକ ପଇସା ମାଗିବା କାରଣରୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଲା। ଏହାପରେ ଭବିଷଙ୍କୁ ଓଲା କ୍ୟାବର ଚିନ୍ତନ ଆସିଲା। ଆଜି ଓଲା ଭାରତର ସବୁଠାରୁ ଚର୍ଚ୍ଚିତ ଯାତ୍ରୀବାହି ଯାନ ଯୋଗାଇବାର କମ୍ପାନୀ ଅଟେ। ଓଲା ଭାରତ ଛଡା ବ୍ରିଟେନ, ନ୍ୟୁଜଲ୍ୟାଣ୍ଡ ସହିତ କେତକ ଦେଶରେ ବ୍ୟବସାୟ କରୁଅଛି।

ଏବେ କମ୍ପାନୀ ତାମିଲନାଡୁର ସରକାରଙ୍କ ସହ ଇ-ସ୍କୁଟର କାରଖାନାର ଆରମ୍ଭ କରିବାକୁ ଯାଉଛି। କମ୍ପାନୀ ନିଜ ବୟାନରେ କହିଛି କି ଏହି କାରଖାନା ତିଆରି ହେବା ଦ୍ୱାରା ପାଖାପାଖି ୧୦,୦୦୦ ରୋଜଗାରର ସୁଯୋଗ ଜନ୍ମ ହେବ।ଏହା ଦୁନିଆର ସବୁଠୁ ବଡ଼ ସ୍କୁଟର ବି ନିର୍ମାଣ ହେବ ।ଆରମ୍ଭରୁ ଏହାର କ୍ଷମତା ବର୍ଷକୁ ୨୦ ଲକ୍ଷ ହେବ।
ଓଲା କହିଛି କି ଏହି କାରଖାନା ଭାରତ ସହିତ ଅନ୍ୟ ବଜାର ଯେପରିକି ୟୁରୋପ, ଏସିଆ,ଲାତିନ ଆମେରିକା ଓ ଅନ୍ୟ ଦେଶଗୁଡିକର ଇଛା ପୂରା କରିବ। କମ୍ପାନୀ ନିଜ ଇ-ସ୍କୁଟରର ପ୍ରଥମ ଶୃଙ୍ଖଳା ଆଗ ମାସଗୁଡିକରେ ଜାରି କରିବାର ପ୍ରସ୍ତୁତି କରୁଛି। କମ୍ପାନୀ କହିଛି କି ଏହି ନୂଆ ବି ନିର୍ମାଣ କାରଖାନା ଏକ ବର୍ଷ ମଧ୍ୟରେ ପରିଚାଳନାରେ ଆସିଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।