ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖଭରା ଚିଠି ଲେଖିଲେ ଜଣେ ଭାରତୀୟ ଯବାନଙ୍କ ବାପା, ପୁଅ ଲଢ଼ୁଛି ଦେଶ ସହ, ଏଠି ବାପାଙ୍କ ସହ ହେଉଛି ଅତ୍ୟାଚାର

ବର୍ଷ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏଥିରେ ଅନେକ ଲୋକ ସଂକ୍ରମଣ ହେବା ସହ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଏହା ଅନେକ ପରିବାରର ହସ ଖୁସି ନଷ୍ଟ କରିଦେଇଛି । ଏହା ମଧ୍ୟରେ ଘଟିଯାଇଛି ଜଣେ ଭାରତୀୟ ଯବାନଙ୍କ ପରିବାର ସହିତ ଦୃବ୍ୟବହାର। ଆପଣଙ୍କୁ କହିରଖିବୁ ନେମାଳ ଥାନା ଜମରା ପଞ୍ଚାୟତ କମଳପୁର ଗାଁର ରାଖାଲ ମହାନ୍ତି ଓ ତାଙ୍କ ପତ୍ନୀ ରଞ୍ଜିତା ମହାନ୍ତି ତାଙ୍କର ଏକ ମାତ୍ର ପୁଅ ବର୍ଷ କାଶ୍ମୀରରେ ଯବାନ ଅଛି। ଏହା ପରେ ମଧ୍ୟ ଜଣେ ଯବାନଙ୍କ ବାପାଙ୍କ ସହିତ ଘଟିଛି ଖରାପ ବ୍ୟବହାର।

ଏବେ ଯଦି ଜଲ୍ଦି ଦୋଷୀକୁ ଧରି ଶାସ୍ତି ନଦିଆଯାଏ ତେବେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ରାଖାଲ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଦୁଃଖଭରା ଚିଠି ଲେଖିଥିଲେ। ମିଳିଥିବା ସୂଚନା ଅନୁସାରେ ଗ୍ରାମର କିଛି ବ୍ୟକ୍ତି ଗତ ୩୦ ତାରିଖ ଓ ୧ ତାରିଖରେ ରାଖାଲଙ୍କ ଘରେ ପଶି ତାଙ୍କୁ  ମା-ଡ଼ ମାରିବା ସହ ଘରର ସବୁ ଜିନିଷ ନଷ୍ଟ କରିଥିଲେ। ଏହା ପରେ ଏନେଇ ରାଖାଲ ଓ ତାଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ବେମାଳ ପୋଲିସ ୬୪/୨୧ ଓ ୬୬/୨୧ ଦୁଇଟି ଅଭିଯୋଗ ଗ୍ରହଣ କରିଛି।

Google

ଏବେ ଲାଖାଲ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖଭରା ଚିଠିରେ ଜଣାଇଛନ୍ତିକି ପୋଲିସ ତାଙ୍କ ସହାୟତା ନକରି ଓଲଟା ଅଭିଯୁକ୍ତ ମାନଙ୍କ ସହ ମିଶିଯାଇଛି। ଏହା ସହ ତାଙ୍କୁ ଧମକ ମଧ୍ୟ ଦିଆଯାଉଥିବା ସେ କହିଛନ୍ତି। ତାଙ୍କର ଆଉ ଏକ କଥା ପଦେ ସମସ୍ତଙ୍କ ଆଖିରେ ଲୁହ ଆଣିବ। ସେ କହିଥିଲେକି ଯଦି ମୋ ପୁଅ ଦେଶର ଯବାନ ହେଇ ଆମେ ସୁରିକ୍ଷତ ନୁହେଁ ତେବେ ଭଲ ହୋଇଥାନ୍ତା ଯଦି ମୋ ପୁଅ ମାଓବାଦୀ ହେଇଥାନ୍ତା ଆମେ ଶାନ୍ତିରେ ତ ବଞ୍ଚିପାରିଥାନ୍ତୁ। ଏହା ସହିତ ଆଗାମୀ ୨୫ ତାରିଖ ଭିତରେ ଦୋଷୀ ଯଦି ଧରା ନପଡ଼େ ସେ ନିଜ ଘରେ ଆ-ତ୍ମ-ହ-ତ୍ୟା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି। ଏବେ ପୋଲିସ ଏହା ବିଷୟରେ କୌଣସି ବୟାନ ଦେଇନାହିଁ।

ଏହାକୁ ସେୟାର କରନ୍ତୁ।ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *