ଏହି ବର୍ଷର ଆରମ୍ଭରେ ଅଣ୍ଡର-୧୯ ବିଶ୍ୱକପରେ ଇଣ୍ଡିଆର ଅଧିନାୟକତ୍ୱ ସମ୍ଭାଳୁଥିବା ପ୍ରିୟମ ଗର୍ଗଙ୍କ ବ୍ୟାଟରୁ ପ୍ରଥମ ଥର ଆଇପିଏଲରେ ବହୁତ ରନ ଆସିଛି। ପ୍ରିୟମ ଗର୍ଗ ଚେନ୍ନାଇ ବୋଲର ମାନଙ୍କ ବଲରେ ବହୁତ ରନ ସଂଗ୍ରହ କରିଛନ୍ତି। ସେ ବହୁତ ସୁନ୍ଦର ବ୍ୟାଟିଙ୍ଗ କରି ମାତ୍ର ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରିୟମ ଗର୍ଗଙ୍କର ଏହା ଥିଲା ଆଇପିଏଲରେ ଚତ୍ରୁର୍ଥ ମ୍ୟାଚ। ଯେବେକି ତାଙ୍କୁ ବ୍ୟାଟିଙ୍ଗ କରିବା ପାଇଁ ଦ୍ୱିତୀୟଥର ସୁଯୋଗ ମିଳିଥିଲା।ବ୍ୟାଟିଙ୍ଗ କରିବାକୁ ଆସିବା ପରେ ପ୍ରିୟମ ଗର୍ଗ ପ୍ରଥମେ ଅଶୁବିଧାର ସାମ୍ନା କରି ସୁନ୍ଦର ଅଧଶତକ ହାସଲ କରିଛନ୍ତି।ସେ ଶେଷ ପର୍ଯ୍ୟନ୍ତ ନଟ ଆଉଟ ରହିଥିଲେ। ତାଙ୍କର ଏହି ସୁନ୍ଦର ଅର୍ଦ୍ଧଶତକ ଦ୍ଵାରା ହାଇଦ୍ରାବାଦ ଚେନ୍ନାଇ ସାମ୍ନାରେ ଏକ ସୁନ୍ଦର ୧୬୫ ରନର ଟାର୍ଗେଟ ରଖିଥିଲା।
ଯେବେ ପ୍ରିୟମ ଗର୍ଗ ବ୍ୟାଟିଙ୍ଗ କରିବାକୁ ଆସିଲେ ହାଇଦ୍ରାବାଦର ପରିସ୍ଥିତି ଭଲ ନଥିଲା। ୧୧ ଓଭରରେ ମାତ୍ର ୬୯ ରନରେ ହାଇଦ୍ରାବାଦ ନିଜ ଅଧିନାୟକ ଡେଭିଡ ୱାନର ଙ୍କୁ ହରାଇସାରିଥିଲା। ଯାହାପରେ ତାଙ୍କ ସ୍ଥାନରେ ବ୍ୟାଟିଙ୍ଗ କରିବାକୁ ପ୍ରିୟମ ଗର୍ଗ ଆସିଲେ।

ଡେଭିଡ଼ ୱାନର ଆଉଟ ହେବାପରେ ତାହା ପର ବଲ ରେ ପୂର୍ଵ ମ୍ୟାଚରେ ହିରୋ ଥିବା କେନ ୱିଲିୟମସନ (୯) ଏକ ରନ ନେବାପାଇଁ ଗର୍ଗକୁ କହିଥିଲେ। ସେହି ରନ କଠିନ ଥିଲା ଯାହା ପାଇଁ ଗର୍ଗ ଅଳ୍ପ ବାଟ ଆସି ୱିଲିୟମସନଙ୍କୁ ଫେରାଇଦେଇଥିଲେ ସେବେ ବହୁତ ଡେରି ହୋଇଯାଇଥିଲା।ଓ ୱିଲିୟମସନ ରନ ଆଉଟ ହୋଇଗଲେ।
ଜଣେ ବଡ ଖେଳାଳୀ ଆଉଟ ହେବା ପରେ ଗର୍ଗ ନିଜ ଉପରେ ଚାପ ହେବାକୁ ନଦେଇ ନିଜ ସ୍ୱାଭାବିକ ଖେଳ ଖେଳିଥିଲେ। ମାତ୍ର ୨୩ ବଲ ରେ ଅଧଶତକ ମାରିଥିବା ଗର୍ଗ ୬ ଟି ଚୌକା ସହ ୧ ଟି ଛକା ମାରିଥିଲେ। ଏହା ସହ ସେ ୫ ମ ଉଇକେଟ ପାଇଁ ଅଭିଷେକ ଶର୍ମା (୩୧) ଙ୍କ ସହ ୭୧ ରନର ପାର୍ଟନରସିପ କରିଥିଲେ।

ସେ ସାମ କରନଙ୍କ ଗୋଟିଏ ଓଭରରେ ଲଗାତର ୪ ଟି ବଲରେ ୨ ଟି ଚୌକା ଗୋଟେ ଛକା ଓ ପୁଣି ଏକ ଚୌକା ମାରି ପ୍ରଶଂସକଙ୍କ ମନମୋହିତ କରିଥିଲେ।
ଉତ୍ତରପ୍ରଦେଶର ମେରଠରେ ରହିବା ଵାଲା ପ୍ରିୟମ ଗର୍ଗ ମଧ୍ୟମ ଧରଣର ପରିବାରରୁ ଆସିଛନ୍ତି। ତାଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଅଟେ। ପ୍ରିୟମ ୧୧ ଟି ଫାଷ୍ଟ କ୍ଳାସ ମ୍ୟାଚରେ ୮୧୪ ରନ କରିଛନ୍ତି।ଯେଉଁଥିରେ ଦୁଇଟି ଦ୍ୱିତୀୟ ଶତକ ସାମିଲ ଅଛି।

ପ୍ରିୟମ ଯେବେ ୧୧ ବର୍ଷର ଥିଲେ ତାଙ୍କ ମା ମରିଯାଇଥିଲେ।ଏହା ପରେ ବାପା ନରେଶ ବହୁତ କଷ୍ଟରେ ତାଙ୍କୁ ପାଳିଥିଲେ। ନରେଶ ବହୁତ ଗରିବ ଥିଲେ ସେହି ସମୟରେ ସେ ସାଇକେଲରେ ଘର ଘର ବୁଲି କ୍ଷୀର ବିକୁଥିଲେ।

ମଧ୍ୟାହ୍ନରେ ସ୍କୁଲ ବସ ଚଳାଇ ଘର ଚଳାଉଥିଲେ। ପ୍ରିୟମ ସେହି ସମୟରେ ଘରର ଆଖପାଖରେ କ୍ରିକେଟ ଖେଳୁଥିଲେ।ଏହା ପରେ କ୍ରିକେଟ ପାଇଁ ତାଙ୍କ ରୁଚି ବଢିଥିଲା ।ଏହା ପରେ ଦିନେ ପ୍ରିୟମ ଷ୍ଟାଡ଼ିୟମରେ ଖେଳିବା ପାଇଁ ତାଙ୍କ ବାପାଙ୍କ ପାଖରେ ଜିଦି କଲେ।
ପ୍ରଥମେ ବାପା ପଇସା ଅଭାବ ପାଇଁ ମନାକରିଦେଇଥିଲେ।ଏହା ପରେ ସେ ପୁଅର ଦୁଃଖ ଦେଖି କିଛି ବ୍ୟବସ୍ତା କଲେ ଓ ପ୍ରିୟମ ନିଜ ମାମୁଁଙ୍କ ଦ୍ଵାରା ଷ୍ଟାଡିୟମରେ ପ୍ରବେଶ କଲେ।