କ୍ରିକେଟ ଜଗତକୁ ଆସୁଛି IPL ପରି ଆଉ ଏକ ଲିଗ, ରୋମାଞ୍ଚରେ ହେବ ଭରପୁର, ଜାଣନ୍ତୁ କିଏ କିଏ ଖେଳିବେ

ଏକ ନୂତନ ଲିଗର ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡରେ।ଯାହାର ନାମ ହେଉଛି ଦି ହଣ୍ଡ୍ରେଡ ଲିଗ। ତେବେ ଏହାର ନାମକରଣ ଏପରି କରାଯିବାର କାରଣ ହେଉଛି ଏଥିରେ ପ୍ରତ୍ୟେକ ଦଳ ୧୦୦ ଟି ବଲ ଖେଳିବେ। ସାଧାରଣତଃ ପ୍ରତ୍ୟେକ ଓଭରରେ ୬ ଟି ବଲ ଥାଏ ମାତ୍ର ଏହି ଲିଗରେ ପ୍ରତ୍ୟେକ ବୋଲର ୧୦ ଟି ବଲ ପକାଇ ପାରିବେ। ଏହା ସହିତ ଯଦି ଦଳର ଅଧିନାୟକ ଚାହିଁବେ ତେବେ ସେ ୫ ଟି ବଲ ପରେ ଅନ୍ୟ ବୋଲରଙ୍କୁ ବଲ ପକାଇବା ପାଇଁ ଆମନ୍ତ୍ରଣ କରି ପାରିବେ। ଜଣେ ବୋଲର ସର୍ବାଧିକ ୨୫ ଟି ବଲ ପକାଇ ପାରିବ।

Google

ଏହା ସହିତ ଏହି ଖେଳରେ ୨୫ ବଲ ପର୍ଯ୍ୟନ୍ତ ପାୱାର ପ୍ଲେ ରହିବ ଓ ପାୱାର ପ୍ଲେରେ ମାତ୍ର ଦୁଇଟି ଖେଳାଳି ୩୦ ଗଜ ବାହାରେ ରହିବେ। ଏହା ସହିତ ପ୍ରତ୍ୟେକ ଦଳକୁ ପାୱାର ପ୍ଲେ ପରେ ୨.୫ ମିନିଟର ବ୍ରେକ ମିଳିବ।ଏହି ଖେଳରେ ପୁରୁଷଙ୍କର ୮ ଟି ଦଳ ଓ ମହିଳା ମାନଙ୍କର ୮ ଟି ଦଳ ସାମିଲ ହୋଇପାରିବ। ଏହା ସହିତ ପ୍ରତ୍ୟେକ ଦଳରେ ୧୫ ଜଣ ଖେଳାଳି ରହିବେ। ପ୍ରତ୍ୟେକ ଦଳରେ ମାତ୍ର ୩ ଜଣ ବିଦେଶୀ ଖେଳାଳି ଖେଳି ପାରିବେ। ଏହା ସହିତ ପ୍ରତ୍ୟେକ ଦଳର ଇଂଲଣ୍ଡ ଦଳର ଜଣେ ବରିଷ୍ଠ ଟେଷ୍ଟ ଖେଳାଳି ରହିବା ବାଧ୍ୟତାମୂଳକ।

ଏହା ସହିତ ପ୍ରତ୍ୟେକ ମ୍ୟାଚ ୨.୫ ଘଣ୍ଟାରେ ଶେଷ ହେବ।ପ୍ରତ୍ୟେକ ଦଳର ପ୍ରଶିକ୍ଷକ ସେମାନଙ୍କୁ ମିଳୁଥିବା ୨.୫ ମିନିଟର ବ୍ରେକରେ ସେମାନେ ନିଜର ରଣନୀତି ପ୍ରସ୍ତୁତ କରି ପାରିବେ। ଏହା ସହିତ ଏଥିରେ ଖେଳାଳିଙ୍କ ଚୟନ ୩ ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟରେ କେବଳ ସେହି ଖେଳାଳି ମାନେ ଚୟନ ହେବେ ଯେଉଁମାନେ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ସହିତ ସଂପୃକ୍ତ ଥିବେ। ୨ୟ ପର୍ଯ୍ୟାୟରେ ଏଥିରେ ବିଦେଶୀ ଖେଳାଳି ମାନେ ନିଜର ମୂଲ୍ୟ ନିର୍ଦ୍ଧାରଣ କରିବେ ଓ ସେମାନଙ୍କୁ ଯେଉଁ ଦଳ କିଣିବ ସେମାନେ ସେହି ଦଳ ପାଇଁ ଖେଳିବେ।

Google

ତେବେ ସେମାନେ ନିଜର ମୂଲ୍ୟ ଏହି ଭଳି ରଖିପାରିବେ ଯେପରି ୧.୨ ଲକ୍ଷ ପାଉଣ୍ଡ,୮୦ ହଜାର ପାଉଣ୍ଡ,୬୦ହଜାର ପାଉଣ୍ଡ,୪୮ ହଜାର ପାଉଣ୍ଡ,୪୦ ହଜାର ପାଉଣ୍ଡ,୩୨ ହଜାର ପାଉଣ୍ଡ,୨୫ ହଜାର ପାଉଣ୍ଡ। ଏହା ପାଇଁ କୌଣସି ନିଲାମି ହେବ ନାହିଁ।ଏହି ଖେଳାଳି ମାନଙ୍କୁ ଯେଉଁ ଦଳ ଚୟନ କରିବେ ସେମାନଙ୍କୁ ସେମାନେ ନିର୍ଦ୍ଧାରିତ କରିଥିବା ଟଙ୍କା ପ୍ରଦାନ କରାଯିବ। ଏହା ସହିତ ସମସ୍ତ ଦଳର ଖେଳାଳିଙ୍କ ପାଇଁ ୱାଇଲ୍ଡ କାର୍ଡର ବ୍ୟବସ୍ଥା ରହିଛି। ଯାହା ଫଳରେ ସେମାନେ କୌଣସି ବିକ୍ରି ନ ହୋଇଥିବା ଖେଳାଳିଙ୍କୁ କିଣି ପାରିବେ।

ଏହା ସହିତ ଆଇପିଏଲରେ ପ୍ରତ୍ୟେକ ସଂସ୍କରଣରେ ୬୦ ମ୍ୟାଚ ରହିଥାଏ କିନ୍ତୁ ଏଥିରେ ୩୨ ମ୍ୟାଚ ରହିବ। ଏହା ସହିତ ଆଇ ପି ଏଲରେ ପ୍ରତ୍ୟେକ ଦଳ ୮୫ କୋଟି ଟଙ୍କା ଖର୍ଚ୍ଚ କରି ପାରନ୍ତି କିନ୍ତୁ ଏଥିରେ ପ୍ରତ୍ୟେକ ଦଳ ମାତ୍ର ୧୦-୧୧ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ତେବେ ଆଇପିଏଲରେ ୨୦ ଓଭର ବିଶିଷ୍ଟ ଖେଳ ହୋଇଥାଏ।ଏଥିରେ ୧୦୦ ବଲର ଖେଳ ଖେଳାଯିବ। ଏହା ସହିତ ଏହି ଖେଳରେ ଖେଳିବାକୁ ଥିବା କିଛି ବଡ଼ ଖେଳାଳି ହେଉଛନ୍ତି ସାକିବ ଆଲ ହସନ, କଗିଶୋ ରବାଡା,ଡେଭିଡ ୱାର୍ନର,ଲୋକି ଫର୍ଗୁସନ, ଯେସନ ହୋଲ୍ଡର ଓ ବାବର ଅଜମ। ତେବେ ଏହି ଖେଳ ମଧ୍ୟ ଅଧିକ ଲୋକପ୍ରିୟ ହୋଇପାରେ ବୋଲି ସମସ୍ତେ ଅନୁମାନ କରୁଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *