IPL ଠୁ ନେଇ ବିଶ୍ୱକପ ପର୍ଯ୍ୟନ୍ତ ଭାରତୀୟ ଦଳର ଆସିଲା ଖେଳସୁଚି , ଏହି ଏହି ସ୍ଥାନରେ ହେବ ମ୍ୟାଚ।

ଭାରତୀୟ ଟିମ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ୧୪ ଟେଷ୍ଟ ,୧୬ ଏକଦିବସିୟ, ଓ ୨୩ ଟି-୨୦ ମ୍ୟାଚ ଖେଳିବ।ଏହା ସହ ଇଣ୍ଡିଆ ଖେଳାଳୀ ଇଣ୍ଡିଆନ ପ୍ରିମୀୟର ଲିଗ, ଏସିଆ କପ ଓ ସବୁଠୁ ମହତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱ କପରେ ଯୋଗ ଦେବେ।

Google

କରୋନା ମହାମାରି କାରଣରୁ ବର୍ଷ ୨୦୨୦ ଆଶାଠାରୁ ମଧ୍ୟ ଅଧିକ ଖରାପ ରହିଲା। ଗୋଟେ ପଟେ ଯେଉଁଠି ମହାମାରି ପାଇଁ କ୍ରିକେଟ ୬ ମାସ ବନ୍ଦ ରହିଲା ଅନ୍ୟ ପରେ ଭୁତାଣୁ ଡ଼ରରେ ଦର୍ଶକ ମାନଙ୍କୁ ଖେଳ ଦେଖିବାକୁ ଆସିବାକୁ ବାରଣ କରାଗଲା କିନ୍ତୁ ଏହି ବର୍ଷ ୨୦୨୧ରେ ଅନ୍ୟ ଟିମ ମାନଙ୍କ ପରି ଟିମ ଇଣ୍ଡିଆ ମଧ୍ୟ ବ୍ୟସ୍ତ ସିଡ୍ୟୁଲ ଅଛି। ଭାରତୀୟ ଟିମ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ୧୪ ଟେଷ୍ଟ ,୧୬ ଏକଦିବସିୟ, ଓ ୨୩ ଟି-୨୦ ମ୍ୟାଚ ଖେଳିବ। ଏହା ସହିତ ଭାରତୀୟ ଖେଳାଳୀ ଇଣ୍ଡିଆନ ପ୍ରିମୀୟର ଲିଗ, ଏସିଆ କପ ଓ ସବୁଠୁ ମହତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱ କପରେ ଭାଗ ନେବେ।ଟି-୨୦ ବିଶ୍ୱକପର ଆୟୋଜନ ଭାରତ ହିଁ କରିବ। ଏଥିପାଇଁ ଏହି ବର୍ଷ କ୍ରିକେଟ ପ୍ରେମୀଙ୍କ ପାଇଁ ରୋମାଞ୍ଚକର ହେବ।ପଢନ୍ତୁ ୨୦୨୧ରେ ଭାରତୀୟ ଟିମର ସେଡ୍ୟୁଲ।

ଜାନୁଆରୀ ୨୦୨୧:

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ବର୍ଡ଼ର ଗାଭସ୍କର ଟ୍ରଫିର ଶେଷ ଦୁଇଟି ମ୍ୟାଚ ଜାନୁଆରୀରେ ଖେଳାଯିବ। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ସିଡନିରେ ୭ ଜାନୁଆରୀରୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ ଓ ଚତ୍ରୁର୍ଥ ଟେଷ୍ଟ ମ୍ୟାଚ ବ୍ରିସ୍ବେନରେ ୧୫ ଜାନୁଆରୀରୁ ୧୯ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଜାନୁଆରୀରେ ଇଣ୍ଡିଆ କେବଳ ଦୁଇଟି ଟେଷ୍ଟ ମ୍ୟାଚରେ ଭାଗ ନେବ।

Google
ଫେବୁଆରୀ -ମାର୍ଚ୍ଚ ୨୦୨୧:

ଏହି ଦୁଇଟି ମାସରେ ଭାରତୀୟ ଟିମ ଇଂଲଣ୍ଡ ସହ ଘରୋଇ ସିରିଜ ଖେଳିବ। ଇଂଲଣ୍ଡ ଟିମ ଭାରତୀୟ ଗ୍ରସ୍ତରେ ୪ଟି ଟେଷ୍ଟ, ୫ ଟି ଟି-୨୦ ଓ ୩ ଟି ଏକଦିବସିୟ ମ୍ୟାଚ ଭାଗ ନେବ। ପ୍ରଥମ ଟେଷ୍ଟ ୫ ଫେବୁଆରୀରୁ ଚେନ୍ନାଇରେ, ଦ୍ୱିତୀୟ ଟେଷ୍ଟ ୧୩ ଫେବୁଆରୀରେ ଚେନ୍ନାଇରେ, ତୃତୀୟ ଟେଷ୍ଟ ୨୪ ଫେବୁଆରୀରୁ ଅହମ୍ମଦାବାଦରେ, ଓ ଶେଷ ଟେଷ୍ଟ ୪ ମାର୍ଚ୍ଚରୁ ଅହମ୍ମଦାବାଦ ଖେଳାଯିବ। ଅହମ୍ମଦାବାଦର ମୋଟେରା ଷ୍ଟାଡ଼ିୟମରେ ହେବାକୁ ଥିବା ତୃତୀୟ ଟେଷ୍ଟ ଗୋଲାପି ବଲ ବିଶିଷ୍ଟ ଡେ ନାଇଟ ଟେଷ୍ଟ ମ୍ୟାଚ ହେବ। ଏହା ପରେ ଟିମ ଇଣ୍ଡିଆ ୫ ଟି ଟି-୨୦ ମ୍ୟାଚ ସେହି ମୋଟେରା ଷ୍ଟାଡିୟମରେ ଖେଳିବ। ଯାହା ୧୨,୧୪,୧୬,୧୮, ଓ ୨୦ ମାର୍ଚ୍ଚରେ ହେବ।ପୁନେରେ ୨୩,୨୬,୨୮ ମାର୍ଚ୍ଚରେ ତିନୋଟି ଏକଦିବସିୟ ମ୍ୟାଚ ଅନୁଷ୍ଠିତ ହେବ।

ଏପ୍ରିଲ-ମେ ୨୦୨୧:

ଏହି ବର୍ଷ ୨୦୨୧ର ଆଇପିଏଲର ଆୟୋଜନ ଭାରତରେ ହେବ। କରୋନା ମହାମାରି କାରଣରୁ ୨୦୨୦ର ଆଇପିଏଲର ଆୟୋଜନ ୟୁଏଇରେ ହୋଇଥିଲା।ଆଇପିଏଲ ୧୪ର ଆୟୋଜନ ଏପ୍ରିଲ – ମେ ୨୦୨୧ ରେ ହେବ।

Google
ଜୁନ-ଜୁଲାଇ ୨୦୨୧:

ଆଇପିଏଲ ପରେ ଭାରତୀୟ ଦଳ ତିନୋଟି ଏକଦିବସିୟ ଓ ପାଞ୍ଚଟି ଟି-୨୦ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କା ଯିବ। ଜୁଲାଇ ଅଧା ପର୍ଯ୍ୟନ୍ତ ଭାରତୀୟ ଟିମ ଶ୍ରୀଲଙ୍କାରେ ହିଁ ରହିବ ଯେଉଁଠି ଏସିଆ କପର ଆୟୋଜନ ହେବ। ଏହା ପରେ ଭାରତୀୟ ଟିମ ଜିମ୍ବାୱେ ଯିବ ଯେଉଁଠି ତିନୋଟି ଏକଦିବସିୟ ମ୍ୟାଚ ଖେଳିବ। ଏହି ସମୟରେ ଅନେକ ସିନିୟର ଖେଳାଳୀଙ୍କୁ ଆରାମ ମିଳିପାରେ।

ଅଗଷ୍ଟ -ସେପ୍ଟେମ୍ବର ୨୦୨୧:

ଜିବାମ୍ବେ ଗ୍ରସ୍ତ ପରେ ଟିମ ଇଣ୍ଡିଆ ପୁଣି ଇଂଲଣ୍ଡ ସହ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ଇଂଲଣ୍ଡ ସହିତ ପାଞ୍ଚଟି ଟେଷ୍ଟ ସିରିଜ ହେବ ଯାହା ଆଇସିସି ଟେଷ୍ଟ ଚମ୍ପିୟାନସିପ କାରଣରୁ ପ୍ରମୁଖ ହେବ। ସିରିଜର ପ୍ରଥମ ଟେଷ୍ଟ ୪ ଅଗଷ୍ଟରୁ, ଦ୍ୱିତୀୟ ଟେଷ୍ଟ ୧୨ ଅଗଷ୍ଟରୁ, ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ , ଚତ୍ରୁର୍ଥ ଟେଷ୍ଟ ୨ ସେପ୍ଟେମ୍ବର ରୁ ଓ ଶେଷ ଟେଷ୍ଟ ୧୦ ସେପ୍ଟେମ୍ବରରୁ ହେବ।

Google
ଅକ୍ଟୋବର- ନଭେମ୍ବର ୨୦୨୧:

ଇଂଲଣ୍ଡ ସିରିଜ ପରେ ଭାରତୀୟ ଟିମ ସ୍ବେଦେଶ ଫେରି ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ।ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ତିନୋଟି ଏକଦିବସିୟ ଓ ୫ ଟି ଟି-୨୦ ସିରିଜ ଖେଳିବ। ଏହା ପରେ ତୁରନ୍ତ ଭାରତରେ ଟି-୨୦ ବିଶ୍ୱକପର ଆୟୋଜନ କରାଯିବ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଏହି କପକୁ ନିଜ ନାମରେ କରିବାକୁ ଚାହିଁବ। ଭାରତ ଶେଷଥର ଏହି କପ ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ବିଜୟ ପ୍ରାପ୍ତ କରିଥିଲା।

ନଭେମ୍ବର-ଡିସେମ୍ବର ୨୦୨୧:

ଟି-୨୦ ବିଶ୍ୱକପ ପରେ ଭାରତ ନିଜ ମାଟିରେ ନ୍ୟୁଜଲ୍ୟାଣ୍ଡ ସହ ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ ଖେଳିବ।ବର୍ଷର ଶେଷ ସମୟରେ ଭାରତୀୟ ଟିମ ଦକ୍ଷିଣଆଫ୍ରିକା ଯିବ। ସେଠାରେ ଭାରତୀୟ ଦଳ ତିନୋଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ ଖେଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *