ବଢ଼ିଲା ଲକଡାଉନ: ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ବନ୍ଦ?

କହିରଖୁଚୁ କି ଜୁଲାଇ ମାସରେ ଲକଡାଉନ ସମ୍ପୂର୍ଣ୍ଣ ଭାବେ ଉଠିବ ବୋଲି ଜଣାଯାଇଥିଲା। ମାତ୍ର ଏହା ହୋଇନି। ଗାଇଡଲାଇନକୁ କିଛି ପର୍ଯ୍ୟନ୍ତ କମାଇଦିଆଯାଇଛି। ଏ ଏବଂ ବି ବର୍ଗ ଦୁଇଟି ବନାଯାଇଛି ଏବଂ କଟକଣା ଆଗ ଭଳି ଜାରି ରହିବ ବୋଲି ଜଣା ଯାଇଛି।

Google

ସୁରେଶ ମହାପାତ୍ର ଯେ କି ମୁଖ୍ୟ ଶାସନ ସଚିବ ତାଙ୍କ ଘୋଷଣା ଅନୁସାରେ ୧୬ ଜୁଲାଇ ସକାଳ ସମୟ ୬ ଯାଏ ଲକଡାଉନକୁ ବଢ଼ାଇଦିଆଯାଇଛି। ସନ୍ଧ୍ୟା ୬ରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ଆଗ ଭଳି ଲାଗୁ ରହିଛି। ବ୍ୟୁଟି ପାର୍ଲର, ସ୍ପା, ସପିଂ ମଲ ଆଦି ଖୋଲାରହିବ ନାହିଁ। ପୂର୍ବରୁ ଥିବା ପରି ଶେଷକୃତ୍ୟ, ବ୍ରତ ବାହାଘର ରେ ଥିବା ପୂର୍ବ ଗାଇଡ଼ଲାଇନ ଜାରି ରହିଛି। ଚା ଆଦି ଉଠା ଦୋକାନୀଙ୍କୁ ଖୋଲା କରିବା ପାଇଁ ଅନୁମତି ଅଛି ମାତ୍ର ସେଠି ବସି କେହି ଚା ପିଇ ପାରିବେ ନାହିଁ କି ଖାଇ ପାରିବେ ନାହିଁ ବରଂ ଆପଣ ପର୍ସଲ ନେଇପାରିବେ ବୋଲି ଜଣା ଯାଇଛି।

୨୦ ଜିଲ୍ଲା ଯିଏ କି କ୍ୟାଟେଗୋରୀ ଏ ରେ ରହିଛି ସେହି ଜାଗାରେ ବସ ଏବଂ ଗମନା ଗମନ ଆଦି ଚାଲୁରହିବ ବୋଲି ଜଣା ଯାଇଛି। କହିରଖୁଚୁ ଏହା ୬ ସନ୍ଧ୍ୟା ଯାଏ ଲାଗୁ ରହିବ। ଫିଲ୍ମ ସୁଟିଂ ପାଇଁ ଆଉଟ ଡୋର ଏବଂ ୱିଣ୍ଡୋର ରେ ଅନୁମତି ରହିଛି ବୋଲି ଜଣା ଯାଇଛି । କହିରଖୁଚୁ ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ଦୋକାନ ଖୋଲା ରହିବ।

Google

କ୍ୟାଟେଗୋରି ବି ରେ ଥିବା ୧୦ ଜିଲ୍ଲାରେ ଆଗ ଭଳି ସାପ୍ତାହିକ ସର୍ଟ ଡାଉନ ଲାଗୁ ଅଛି। ଏଠି ୱିଣ୍ଡୋର ସୁଟିଂ ପାଇଁ ଅନୁମତି ନାହିଁ ମାତ୍ର ଆଉଟ ଡୋର ନିମନ୍ତେ ରହିଛି। ଗମନାଗମନ ଆଦି ବସ ସେବା ବନ୍ଦ ରହିବ ବୋଲି ଜଣା ଯାଇଛି। ଖୋଲା ରହୁଥିବା ଦୋକାନ କୋ-ଭି-ଡ ନିୟମାବଳୀ ମାନିବା ବାଧ୍ୟତାମୂଳକ ଅଟେ ବୋଲି ଜଣା ଯାଇଛି ଏବଂ ସେଲୁନ ଖୋଲା ରହିବ ବୋଲି ଜଣା ଯାଇଛି। ନହେଲେ ଏହାକୁ ନେଇ କାର୍ଯ୍ୟନୁଷ୍ଠାନ ନିଆଯିବ ଏବଂ ଏହାକୁ ପ୍ରଶାସନ ନେବେ ।

ଲିଷ୍ଟ କ୍ୟାଟେଗୋରି ବି: ପୁରୀ, ନୟାଗଡ଼, ଖୋର୍ଦ୍ଧା,ଜଗତସିଂହପୁର,କଟକ,କେନ୍ଦ୍ରାପଡା,ମୟୁରଭଞ୍ଜ,ଯାଜପୁର,ବାଲେଶ୍ଵର,ଭଦ୍ରକ। ବାକି ସବୁ କ୍ୟାଟେଗୋରି ଏ ରେ ଅନ୍ତର୍ଭୁକ୍ତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *