କେମିତି ରହିବ ଲକ୍ଡାଉନ୍ ୪.୦? ଲାଗୁହେବ ଏହି ନୂଆ ନିୟମ !
ମେ’ ୧୭ ପରେ ସାରା ଦେଶରେ ଲାଗୁ ହେବ ଲକ୍ଡାଉନ୍ ୪.୦ । ସମ୍ପୁର୍ଣ୍ଣ ଭିନ୍ନ ହେବ ଲକ୍ଡାଉନ୍ ୪.୦ ।
ମେ’ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ଲକ୍ଡାଉନ୍ ୪.୦ ର ସଙ୍କେତ ଦେଇଛନ୍ତି । ବର୍ତ୍ତମାନ ସମସ୍ତଙ୍କୁ ପ୍ରଗତି ସହିତ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ “ଜାନ୍ ଭୀ-ଜାହାନ୍” ର ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୂଚାଇ ଦେଇଛନ୍ତି ଯେ ଦେଶରେ ଲକ୍ଡାଉନ୍ ୪.୦ ସମ୍ପର୍କରେ ମେ’ ୧୮ ତାରିଖ ପୂର୍ବରୁ ଘୋଷଣା ହେବ। ମୋଦି କହିଛନ୍ତି ଯେ ଲକ୍ଡାଉନ୍ ୪.୦ ବର୍ତ୍ତମାନ ଲକ୍ଡାଉନ୍ ଠାରୁ ନୂଆ ରୂପରେ ଆସିବ ଏବଂ ସମ୍ପୂର୍ଣ୍ଣ ଭିର୍ଣ୍ଣ ରହିବ । ଦେଶବାସୀଙ୍କୁ ସମସ୍ତ ନିୟମ ଓ ଅନୁଶାସନ କୁ ଅନୁକାରଣ କରିବାକୁ ପଡିବ ବୋଲି କହିଛନ୍ତି ।
ଏବେ ଦେଶରେ କରୋନାକୁ ହରାଇବାକୁ ପଡିବ ଆଉ ଅର୍ଥନୀତି କୁ ବି ସୁଧାରିବାକୁ ପଡିବ ବୋଲି କହିଛନ୍ତି ।
କାଲିଠୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଳକ୍ଡାଉନ୍ ଲାଗୁ ହେବାକୁ ଯାଉଛି । ହେଲେ ମୋଦୀଙ୍କ ଉଦ୍ବୋଧନ ପରେ ଲକ୍ଡାଉନ୍ର ରୂପରେଖ କେମିତି ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଏବେ ସାରା ଦେଶରେ ଲକ୍ଡାଉନ୍ ବଳବତ୍ତର ରହିଛି। ଲକ୍ଡାଉନ୍ ର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେବାକୁ ଯାଉଛି । ମାର୍ଚ୍ଚ ୨୫ରୁ ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ ଚାଲିଛି । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ୨୧ ଦିନିଆ ଘୋଷଣା କରାଯଇସିଥିଲା । ପ୍ରଥମ ପର୍ଯ୍ୟାୟରେ କଡାକଡି କଟକଣା ଜାରି କରାଯାଇଥିଲା । ଏହାକୁ କଡ଼ାକଡ଼ି ଭାବେ ସାରା ଦେଶରେ ପାଳନ କରାଯାଇଥିଲା ।
ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅପେକ୍ଷା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ କିଛି କୋହଳ କରାଯାଇଥିଲା । ମେ’ ୧୭ ତାରିଖରେ ଶେଷ ହେବାକୁ ଥିବା ଲକ୍ଡାଉନ୍ ୩.୦ ରେ ରେଡ୍, ଅରେଞ୍ଜ, ଓ ଗ୍ରୀନ ଜୋନ୍ କରାଯାଇଥିଲା । ଏହିସବୁ ଜୋନ୍ରେ ବିଭିନ୍ନ ଜଲ୍ଲାକୁ ସ୍ଥାନ ମିଳିଥିଲା ।
ରେଡ୍ ଜୋନ୍ରେ କଟକଣା କଡାକଡ଼ି କରାଯାଇଥିବା ବେଳେ ଅରେଞ୍ଜ ଏବଂ ଗ୍ରୀନ ଜୋନ୍ରେ କିଛି କଟକଣା କୋହଳ କରାଯାଇଥିଲା। ଗ୍ରୀନ ଜୋନ୍ରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିଲା । ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିଲେ ତାକୁ ରେଡ୍ ଜୋନ୍ରେ ଘୋଷଣା କରାଯାଉଥିଲା ।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ନିହାତି ଜରୁରୀ । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦୋକାନ ବଜାର, ସିନେମା ହଲ, ଜିମ୍, ପାର୍କ ଓ ସପିଂ ମଲ୍ ଇତ୍ୟାଦି ବନ୍ଦ କରାଯାଇଥିଲା । ଘରୋଇ କମ୍ପାନୀ, ଅନୁଷ୍ଠାନ ଓ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ୍ୟ ବନ୍ଦ ରହିଥିଲା । ଟ୍ରେନ୍, ବିମାନ ଏବଂ ବସ୍ ଚଳାଚଳ ବାତିଲ କରାଯାଇଥିଲା । କେବଳ ଅତ୍ୟାବଶକ ସାମଗ୍ରୀ ଯେମିତି ଗ୍ରୋସରୀ, ପରିବା ଏବଂ ଔଷଧ ଦୋକାନ ଖୋଲା ରହିଥିଲା । ଘରୁ ବାହାରକୁ ନାବହାରିବା ପାଇଁ ସରକାର ଲୋକମାନଙ୍କୁ ଅପିଲ୍ କରିଥିଲେ । ସାମାଜିକ ଦୂରତା, ହାତ ଧୋଇବା, ମାକ୍ସ ବ୍ୟବହାର କରିବା ପାଇଁ ମଧ୍ୟ୍ୟ ଦେଶବାସୀଙ୍କୁ ଅପିଲ କରିଥିଲେ ସରକାର ।
ଲକ୍ଡାଉନ୍ ୪.୦ ର ରୂପରେଖ କ’ଣ ହେବ
ଆଜି ଲକ୍ଡାଉନ୍ ୩.୦ ଶେଷ ହେବାକୁ ଯାଉଛି । ହେଲେ ଏବେବି କରୋନା ସଂକ୍ରମଣ ବଢିଚାଲିଛି କମିବାର ନା ନେଉନି କରୋନା । ମେ’ ୧୭ ପରେ କ’ଣ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ଗତ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । କିଛି ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ବଢ଼ାଇବାକୁ କହିଥିଲେ ।
ମୋଦୀ ୧୨ ତାରିଖରେ ଦେଶବାସୀଙ୍କୁ ସମ୍ବେଧିତ କରି ଆତ୍ମନିର୍ଭର ଭାରତ ଅଭିଯାନ କଥା କହିବା ସହ ଲକ୍ଡାଉନ୍ ୪.୦ ସମ୍ପର୍କରେ ସଙ୍କେତ ଦେଇଥିଲେ । ମୋଦୀ କହିଥିଲେ ଯେ, କରୋନା ଭିତରେ ଆମକୁ ଅର୍ଥନୀତିକୁ ଦେଖିବାକୁ ପଡ଼ିବ । ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଲକ୍ଡାଉନ୍ ୪.୦ରେ ବ୍ୟବସ୍ଥା ହୋଇପାରେ ।
ତା’ ପରେ ଲକ୍ଡାଉନ୍ ୪.୦ ର ରୂପରେଖ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ କିଛି କଟକଣା କୋହଳ ହୋଇଥିବାରୁ ୪.୦ ରେ କଟକଣା ଆହୁରି କୋହଳ ହୋଇପାରେ ବୋଲି କୁହାଯାଉଛି ।
କେମିତି ରହିବ ଲକ୍ଡାଉନ୍ ୪.୦? ଲାଗୁହେବ ଏହି ନୂଆ ନିୟମ !
ଲକ୍ଡାଉନ୍ ୪.୦ ରେ ଦେଶର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ଦୋକାନ ବଜାର ଖୋଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚ ଚାଲିଛି । ତୃତୀୟ ପର୍ଯ୍ୟାୟ ରେ କିଛି ଦୋକାନ ଖୋଲିବାକୁ ଅନୁମତି ଦିଅ ଯାଇଥିଲା । ୩୦% କର୍ମଚାରି ଙ୍କୁ ନେଇ କିଛି କମ୍ପାନୀ କାମ ମଧ୍ୟ୍ୟ ଆରମ୍ଭ କରିଛନ୍ତି । ରେଳ ସେବା ମଧ୍ୟ୍ୟ ଆରମ୍ଭ କରିଛନ୍ତି ।
ତେବେ ଏବେ ଆଶା କରାଯାଉଛି ଯେ ଚତୁର୍ଥ ପର୍ଯ୍ୟାୟରେ ଆହୁରି କଟକଣା କୋହଳ ହେବ । ଏବେ ଯେଉଁ ଜାଗାରେ ସଂକ୍ରମଣ ନାହିଁ, ସେଠାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇପାରେ । ୫୦% କର୍ମଜୀବୀଙ୍କୁ କର୍ମକ୍ଷେତ୍ରରେ ସାମାଜିକ ଦୂରତା ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରେ । କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବାକୁ କାର୍ଯ୍ୟ କରିବାକୁ ମଧ୍ୟ୍ୟ ଅନୁମତି ଦିଆଯାଇପାରେ । କିଛି ନିର୍ଦ୍ଧାରିତ ଦିନରେ ଦୋକାନ ଖୋଲିବାର ନିୟମ ଲାଗୁ କରାଯାଇ ଥିଲା, ଏବେ ଏହାକୁ କୋହଳ କରାଯାଇପାରେ । ଯାହା ଦ୍ବାରା ବଜାରରେ କାର୍ଯ୍ୟକଳାପ ବଢିବା ସହିତ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ମଧ୍ୟ୍ୟ କମ କରାଯାଇ ପାରିବ ବୋଲି ଆଶା କରାଯାଉଛି ।
ଗ୍ରୀନ୍ ଜୋନ୍ ରେ ପୁରା କୋହଳ ହେଇପାରେ ବୋଲି ଆଶା କରାଯାଉଛି । ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବା ଯେମିତି ଟ୍ୟାକ୍ସି, କ୍ୟାବ୍, ରେଳ ସେବା ଓ ବିମାନ ସେବା କାର୍ଯ୍ୟ କରିବାକୁ ମଧ୍ୟ୍ୟ ଅନୁମତି ଦିଆଯାଇପାରେ । ସେମିତି ଅରେଞ୍ଜ ଜୋନ୍ ରେ ମଧ୍ୟ କିଛି କୋହଳ ଦିଅ ଯାଇପାରେ । କିନ୍ତୁ ରେଡ୍ ଜୋନ୍ କଣ ରହିବ କଟକଣା ଆଉ କଣ ରହିବ କୋହଳ ସେଥିପାଇଁ ଆପଣଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ଭାରତରେ ସ୍ୱାସ୍ଥ୍ୟ ର ସୁରକ୍ଷା ପାଇଁ ଏବେ ଲୋକମାନେ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଗାଇଡ଼ଲାଇନ କରୁଛନ୍ତି । ଘରୁ ବାହାରକୁ ଯିବାବେଳେ ମାସ୍କ ଲଗାଇବା ବାଧ୍ୟତାମୂଳକ ଏବଂ ଜରୁରୀ ସେବା ସହ ଜଡିତ ଲୋକଙ୍କୁ ଅନ୍ୟ ଉପକରଣ ବ୍ୟବହାର କରିବାକୁ ମଧ୍ୟ୍ୟ କୁହାଯାଇଛି ।
ଗ୍ରୀନ ଜୋନ୍ ରେ ଅଫିସ, ବିଦ୍ୟାଳୟ/କଲେଜ୍, ସିନେମା ହଲ୍ ଏବଂ ବସ୍ ଚାଲିପାରେ
ଯେଉଁମାନେ ଦୋକାନ ବଜାର ବୁଲିବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଆସିପାରେ ଖୁସି ଖବର । ବର୍ତ୍ତମାନ ଲୋକମାନେ ଅଧିକ ଭିଡ ଥିବା ସ୍ଥାନକୁ ଠାରୁ ଦୂରେଇ ରହିବେ । ବର୍ତ୍ତମାନ ଯେକୌଣସି ରେଷ୍ଟୁରାଣ୍ଟ କିମ୍ବା ଦୋକାନଗୁଡିକରେ ଅଧିକ ଭିଡ ଦେଖା ଯାଇ ନପାରେ ।
କରୋନାର ପ୍ରଭାବ କେବଳ ଅଫିସରେ ସୀମିତ ରହିବ ନାହିଁ, ଏହା ବିଦ୍ୟାଳୟ ଏବଂ କଲେଜ୍, ସିନେମା ହଲ୍ ପର୍ଯ୍ୟନ୍ତ ଦେଖାଯିବ ଯେଉଁଠାରେ ସାମାଜିକ ଦୂରତା ଗ୍ରହଣ କରିବା ବାଧ୍ୟତାମୂଳକ ହେବ । ରେଷ୍ଟୁରାଣ୍ଟରେ ଖାଇବା ହେଉ କିମ୍ବା ମଲ୍ ବୁଲିବା ହେଉ ସମସ୍ତଙ୍କୁ ପ୍ରଭାବିତ କରିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବା ପରେ ଆସନ୍ତା 18 ତାରିଖ ପୂର୍ବରୁ ଦେଶବାସୀଙ୍କୁ ଲକ୍ଡାଉନ୍ ୪.୦ ର ନୂଆ ନିୟମ ବିଷୟରେ ଅବଗତ କରାଯିବ । ଏହି ଲକଡାଉନରେ ସ୍ୱାସ୍ଥ୍ୟ ତଥା ଅର୍ଥନୀତିର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ସରକାର ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି । ଏବେ ସରକାରଙ୍କୁ ଦେଶର ଅର୍ଥନୀତି କୁ ସମ୍ବଳିବାକୁ ପଡିବ ଆଉ ଲକ୍ଡାଉନ୍ କୁ ବି ବଢେଇବାକୁ ପଡିବ । ଏବେ ଅପେକ୍ଷା ରହିଛି କେନ୍ଦ୍ର ସରକାରଙ୍କର ନିଷ୍ପତିକୁ । କେମିତି ହେବ ନୂଆ ନିୟମ କଣ କଣ ରହିବ କୋହଳ ଆଉ କଣ ରହିବ କଟକଣା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।