ଲକ୍‌ଡାଉନ୍‌ ସମୟରେ ଘରେ ବୋର ହେଉଛନ୍ତି କି? କଣ କରିବେ?

ଲକ୍ଡାଉନ୍ସମୟରେ ଘରେ ବୋର ହେଉଛନ୍ତି କି?

କରୋନା ଭାଇରସ୍ ପାଇଁ ବର୍ତ୍ତମାନ ଦେଶରେ ସାରା ଲକ୍‌ଡାଉନ୍‌ ରେ ପଡ଼ିଛି। ଏହି ସମୟରେ ଲୋକଙ୍କୁ ନିଜ ଘରେ ରହି କରୋନା ମହାମାରୀ ସହିତ ଲଢିବାକୁ ପଡ଼ୁଛି। କାରଣ ଏହି ରୋଗକୁ କେବଳ ସାମାଜିକ ଦୂରତା ଦ୍ୱାରା ହରେଇହବ। ଏମିତି ପରିସ୍ଥିତିରେ ଲକଡାଉନ ଯୋଗୁଁ ଘରେ ରହି କେହି କେହି ବୋର ହେଉଥିବେ କିମ୍ବା ଟେନସନ୍‌ରେ ରହୁଥିବେ।

ଆପଣ ଯଦି ବୋର ହେଉଛନ୍ତି କିମ୍ବା ଟେନସନ୍‌ରେ ଅଛନ୍ତି ,ତେବେ ଜାଣନ୍ତୁ ଘରେ ରହି କଣ କରିବେ?

ମନପସନ୍ଦର ବହି ପଡ଼ିପାରିବେ!

Reading Book during corona lockdown

ମନପସନ୍ଦର ବହି ପଢ଼ିବା ଆରମ୍ଭ କରନ୍ତୁ। ଯଦି ଆପଣ ବହି ପଢ଼ିବାକୁ ଭଲପାନ୍ତି ତେବେ ଏହି ସମୟ ଟି ଆପଣ ପାଇଁ ବହୁତ ଭଲ ସମୟ। ଏହି ସମୟରେ, ଆପଣ ଘରେ ବସି ଆପଣଙ୍କର ପ୍ରିୟ ଲେଖକ କିମ୍ବା କବିମାନଙ୍କର ପୁସ୍ତକ ପଢ଼ିପାରିବେ। ଯଦି ଆପଣ ଚିତ୍ର ଅଙ୍କିବାକୁ ଭଲ ପାଆନ୍ତି, ତା’ ହେଲେ ସେଥିରେ ମନ ଦିଅନ୍ତୁ। ଯାହାଦ୍ଵାରା ଆପଣଙ୍କ ସମୟ ଭଲରେ କାଟି ଯିବା ଆଉ କିଛି ନୂଆ ଶିଖିପାରିବେ।

ପ୍ରିୟ ସଂଗୀତ ଶୁଣିପାରିବେ!

ଯଦି ଆପଣଙ୍କୁ ସଂଗୀତ ଭଲ ଲାଗେ ତାହଲେ ମନପସନ୍ଦ ର ସଂଗୀତ ଲଗାଇ ଶୁଣନ୍ତୁ। ଏସବୁ କଲେ ଆପଣାକୁ ବିରକ୍ତ ଲାଗିବ ନାହିଁ କି ବୋର ହେବେନି ଆଉ ଦିନ ଗୁଡିକ ଭଲରେ ଭଲରେ କଟିଯିବ।

କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ!

ବର୍ତମାନ ଉପଯୁକ୍ତ ସମୟ ଯେଉଁମାନେ Job & Higher Study ପାଇଁ ପ୍ରିପେୟାର କରୁଛନ୍ତି। ଏବେ ଘରେ ବସି ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ। କାରଣ ଆପଣଙ୍କୁ ପଢ଼ିବା ପାଇଁ ଏବେ ଅଧିକ ସମୟ ଆଉ ଉପଯୁକ୍ତ ସମୟ ମିଳିବ। ଏହା ଏକ ସୁବର୍ଣ୍ଣ ସୁଯୋଗ, ସମୟ କୁ ଉପଯୁକ୍ତ କାମରେ ଲଗାନ୍ତୁ ଆପଣଙ୍କୁ ସଫଳତା ମିଳିବ।

ଯୋଗ ଏବଂ ବ୍ୟାୟାମ କରନ୍ତୁ!

 

Yoga & exercise

ଲକ୍‌ଡାଉନ୍‌ ସମୟରେ ଘରେ ବୋର ହେଉଛନ୍ତି କି?

ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ, ଶରୀର ଫୁର୍ତ୍ତି ରହିବା ସହିତ ମନ ଶାନ୍ତି ରହିବ। ସବୁ ପ୍ରକାର ଦୁଶ୍ଚିନ୍ତା ଦୂର ହୋଇଯିବ। ବ୍ୟାୟାମ କଲେ ଶରୀରରୁ ଏକ ପ୍ରକାରର ହରମୋନ ବାହାରିଥାଏ, ଏହାକୁ ହାପି ହରମୋନ କୁହାଯାଏ। ଏହା ଆମ ମନକୁ ପ୍ରଫୁଲ୍ଲିତ କରିଥାଏ। ଯୋଗ କରିବା ଦ୍ଵାରା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ମୋଟା ଲୋକ ମାନଙ୍କ ପାଇଁ ଏହା ବହୁତ ସାହାଯ୍ୟ କରିବା ମୋଟାପଣ କୁ ଦୂର କରିବା ପାଇଁ।

ବର୍ତ୍ତମାନ ସମୟରେ ମର୍ଣ୍ଣିଙ୍ଗୱାକରେ ଯାଆନ୍ତୁ ନାହିଁ। ନିଜ ଘର ବଗିଚା କିମ୍ବା ଛାତ ଉପରେ ମର୍ଣ୍ଣିଙ୍ଗୱାକ କରନ୍ତୁ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ!

Cooking Healthy Food

ନୂଆ ନୂଆ ସ୍ୱାସ୍ଥ୍ୟକର ଖାଇବା ପ୍ରସ୍ତୁତ କରନ୍ତୁ ଆଉ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଯେତେ ସମ୍ଭବ ଆମିଷ ଠାରୁ ଦୂରେଇ ରୁହନ୍ତୁ। କମ ତେଲଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ, ଏହା ଦ୍ଵାରା ଶରୀର ସୁସ୍ଥ ରହିବ। ଉଷୁମ ପାଣି ପିଅନ୍ତୁ, ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ କରିଥାଏ। ମୋଟା ଲୋକ ମାନଙ୍କ ପାଇଁ ଏହା ବହୁତ ସାହାଯ୍ୟ କରିବା ମୋଟାପଣ କୁ ଦୂର କରିବା ପାଇଁ।

ଅଧିକ ସମୟ ଶୁଅନ୍ତୁ ନାହିଁ!

ଲକ୍‌ଡାଉନ୍‌ ସମୟରେ ଘରେ ବୋର ହେଉଛନ୍ତି କି, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

ଘରେ ରହୁଛନ୍ତି ବୋଲି ଦିନରେ ଅଧିକ ସମୟ ଶୁଅନ୍ତୁ ନାହିଁ, ଏହା ଶରୀର ପାଇଁ ବହୁତ କ୍ଷତିକାରକ। ରାତିରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଟିଭି କିମ୍ବା ମୋବାଇଲ ଫୋନର ବ୍ୟବହାର ନକରି ଠିକ ଟାଇମ ରେ ଖାଇକି ଶୁଅନ୍ତୁ। ଅତିକମ ରେ ୭ ଘଣ୍ଟା ଶୁଅନ୍ତୁ। ଭୋରରୁ ଉଠି କି ନିତ୍ୟ କର୍ମ ସାରି ବ୍ୟାୟାମ କିମ୍ବା ଯୋଗ କରନ୍ତୁ। ଦିନଟି ଭଲ ରେ କଟିବ ଆଉ ମନ ପ୍ରଫୁଲ ରହିବ।

ପରିବାର ସହିତ ଫିଲ୍ମ ଦେଖିପାରିବେ!

ଲକ୍‌ଡାଉନ୍‌ ସମୟରେ ଘରେ ବୋର ହେଉଛନ୍ତି କି, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

ପରିବାର ସହିତ ମିଶିକି ଫିଲ୍ମ ଦେଖିବାରେ ଏକ ଅଲଗା ମଜା ଥାଏ। ଏଥି ପାଇଁ ଏବେ ଭଲ ସମୟ ମିଳିଛି। ତେଣୁ ଆପଣ ଏବେ ଏହି ସମୟରେ ପରିବାର ସହିତ ଫିଲ୍ମ ଦେଖିବାର ମଜା ନେଇପାରିବେ। ଏପରି ଫିଲ୍ମ ଦେଖିବେ ଯେଉଁଥିରେ ହସ, କମେଡି ଓ ପାରିବାରିକ ମନୋରଞ୍ଜନ ରହିଥାଏ। ଘରର ପ୍ରତ୍ୟେକ ସଦସ୍ୟ ତାକୁ ଉପଭୋଗ କରିପାରିବେ। ଯଦି ଘରେ ଛୋଟ ପିଲା ଅଛନ୍ତି, ଆପଣ ଏହି ସମୟରେ ପିଲାମାନଙ୍କ ସହିତ କାର୍ଟୁନ୍ ମଧ୍ୟ ଦେଖିପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *