ଲକ୍‌ଡାଉନ୍ ୪.୦ର ଜାଣନ୍ତୁ ପୁରା ଗାଇଡ଼ଲାଇନ୍ ।

ଲକ୍‌ଡାଉନ୍ ୪.୦ର ଜାଣନ୍ତୁ ପୁରା ଗାଇଡ଼ଲାଇନ୍ମେ, ' ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ଲକ୍‌ଡାଉନ୍‌ ୪.୦ ମେ' ୩୧ ଯାଏଁ ରହିବ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Lockdown 4.0, lockdown extended till 31st may'2020

ଲକ୍‌ଡାଉନ୍ ୪.୦ର ଜାଣନ୍ତୁ ପୁରା ଗାଇଡ଼ଲାଇନ୍ ।

ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ ଗୃହ ମନ୍ତ୍ରାଳୟର ନୂଆ ଗାଇଡ଼ଲାଇନ୍ ଜାରି । ଲକ୍‌ଡାଉନ୍‌ ୪.୦ ରେ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହମତିରେ ବସ୍ ଚାଲି ପାରିବ । କଣ୍ଟେନମେଣ୍ଟ ଜୋନ ଦେଇ ବସ୍ ଯାଇ ପାରିବ ନାହିଁ ।

ଯାତ୍ରୀଙ୍କ ପାଇଁ ଘରୋଇ ଓ ଅନ୍ତଜାତୀୟ ବିମାନ ଉଡାଣ ବନ୍ଦ ରହିବ । ପୂର୍ବ ପରି ମେଟ୍ରୋ ରେଳୱେ ସବେ ମଧ୍ୟ୍ୟ ବନ୍ଦ ରହିବ । ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । କେବଳ ହୋମ୍ ଡେ଼ଲିଭରି କୁ ଅନୁମତି ଦିଆ ଯାଇଛି । ସପିଂ ମଲ୍, ସିନେମା ହଲ, ଜିମ୍‌, ସୁଇମିଙ୍ଗ ପୁଲ୍, ଜିମ୍ନାସିୟମ ଓ ପାର୍କ ଇତ୍ୟାଦି ବନ୍ଦ ରହିବ । ଥିଏଟର, ବାର୍, ଅଡିଟୋରିୟମ ମଧ୍ୟ୍ୟ ବନ୍ଦ ରହିବ । ସମସ୍ତ ପ୍ରକାର ସାଂସ୍କୃତିକ, ରାଜନୈତିକ ସଭା ସମିତି ବନ୍ଦ । ସମସ୍ତ ପ୍ରକାର ଧର୍ମୀୟ ଉତ୍ସବ, ସମୂହ ଏକତ୍ରକୁ ବାରଣ କରାଯାଇଛି ।

ସାର୍ଵସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ଖାଇବା ମନା ।

କ୍ରୀଡ଼ାକୁ ଅନୁମତି, ଦର୍ଶକଙ୍କୁ ମନା

ଲକ୍‌ଡାଉନ୍‌ ୪.୦ ରେ ସ୍ପୋର୍ଟସ କମ୍ପଲେକ୍ସ ଓ ଷ୍ଟାଡିଅମ ଖୋଲା ରହିବ । ମାତ୍ର ଷ୍ଟାଡିଅମ ଭିତରକୁ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ଲକ୍‌ଡାଉନ୍‌ ୪.୦ ରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜାରୁରୀ ସେବାକୁ ବାଦ ଦିଆଯାଇଛି ।

ଲକ୍‌ଡାଉନ୍ ୪.୦ର ଜାଣନ୍ତୁ ପୁରା ଗାଇଡ଼ଲାଇନ୍, ମେ' ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ଲକ୍‌ଡାଉନ୍‌ ୪.୦ ମେ' ୩୧ ଯାଏଁ ରହିବ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Lockdown 4.0, lockdown extended till 31st may'2020
ଲକ୍‌ଡାଉନ୍ ୪.୦ର ଜାଣନ୍ତୁ ପୁରା ଗାଇଡ଼ଲାଇନ୍

ବାହାଘରରେ ୫୦ ଅତିଥିଙ୍କୁ ଅନୁମତି ଦିଆଯାଇଛି ।

ବିବାହ ଉତ୍ସବରେ ସର୍ବାଧିକ ୫୦ ଅତିଥିଙ୍କୁ ଅନୁମତି ଦିଆଯାଇଛି । ବାହାଘର ବେଳେ ସାମାଜିକ ଦୂରତ୍ୱ କୁ ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି । ଶେଷକୃତ୍ୟରେ ଯୋଗ ଦେବାକୁ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି ।

କଣ୍ଟନମେଣ୍ଟ, ବଫର, ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନ୍ ନେଇ ଗାଇଡ଼ଲାଇନ୍ ଜାରି । ଜୋନ୍ ଧାର୍ଯ୍ୟ ନିଷ୍ପତ୍ତି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ଼ଲାଇନ୍କୁ ବିଚାର କରି ନିଷ୍ପତ୍ତି ନେବେ ।

ଆଇନ୍ ଭାଙ୍ଗିଲେ ବର୍ଷେ ଜେଲ୍ ।

ଲକ୍‌ଡାଉନ୍ ନିୟମ ଉଲଙ୍ଘନ କଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍ । ସରକାରୀ କର୍ମଚାରୀ କିମ୍ବା ସ୍ଥିରୀକୃତ ବ୍ୟକ୍ତିଙ୍କୁ ବାଧା ଦେବ ଦଣ୍ଡନୀୟ ଅପରାଧ । ଏହି ଅପରାଧରେ ଦୋଷ ପ୍ରମାଣିତ ହେଲେ ବର୍ଷେ ଯାଏଁ ଜେଲ୍ ଓ ଜରିମାନା । ଗୁଜବ ପ୍ରଚାର କଲେ ବର୍ଷେ ଜେଲ୍ ଦଣ୍ଡ ସହ ଜରିମାନା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *