ଦେଶରେ ବଢ଼ିଲା ଲକ୍ଡାଉନ୍ ମେ’ ୧୭ ଯାଏଁ, ଲକ୍ଡାଉନ୍ ୩.O ।
ବଡ଼ ଖବର ପୁଣି ଦେଶରେ ବଢ଼ିଲା ଲକ୍ଡାଉନ୍ । ମେ’ ୪ରୁ ମେ’ ୧୭ ଯାଏଁ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକ୍ଡାଉନ୍ ଅବଧି । ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ କଟକଣା କୋହଳ କରିବା ପାଇଁ ଗାଇଡ୍ଲାଇନ୍ରେ କୁହାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକ୍ଡାଉନ୍ ସହ କିଛି ନୂଆ ଗାଇଡ୍ଲାଇନ୍ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି ।

ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ୍ ସରିବାକୁ ଆଉ ୨ ଦିନ ବାକି । ହେଲେ ଆଜି ପୁଣି ୨ ସପ୍ତାହ ପାଇଁ ବଢ଼ିଲା ଲକ୍ଡାଉନ୍ ଅବଧି । ଏହି ଲକ୍ଡାଉନ୍ ମେ’ ମାସ ୧୭ ତାରିଖ ଯାଏଁ ରହିବ । ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା ।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମେ’ ୪ ଗ୍ରୀନ ଜୋନ ଅଞ୍ଚଳ ଗୁଡ଼ିକରେ କଟକଣା କୋହଳ । କିନ୍ତୁ ସାମାଜିକ ଦୂରତା ଓ Mask ପିନ୍ଧିବା ପୂର୍ବ ଭଳି ରହିବ ।
ଏହି ଲକ୍ଡାଉନ୍ ବେଳେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସ୍ପୋର୍ଟ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ସବୁ ପୂର୍ବ ପରି ବନ୍ଦ ରହିବ । ଧର୍ମାଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିବ । ରାତି ୭ଟାରୁ ରୁ ସକାଳ ୭ଟା ମଧ୍ୟ୍ୟରେ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ ବାରଣ ।
ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ମେଡିକାଲ ଓପିଡି ଖୋଲିବାକୁ ଅନୁମତି । କଣ୍ଟେନମେଣ୍ଟ ଜୋନରେ ମେଡିକାଲ ଓପିଡି ଖୋଲିବା ମନା ।
ରେଡ ଜୋନରେ ବସ୍, ରିକ୍ସା, ଅଟୋ, ଟ୍ୟାକ୍ସି, କ୍ୟାବ୍ ଚାଲିପାରିବ ନାହିଁ । ସେଲୁନ୍, ସ୍ପା ମଧ୍ୟ୍ୟ ଖୋଲିବା ମନା । ରେଡ ଜୋନରେ ବାଇକରେ ପଛରେ ଆରୋହୀ ବସିବା ପାଇଁ ଅନୁମତି ନାହିଁ ।
ଗୋଟିକିଆ ଦୋକାନ, ଗଳି ଦୋକାନ ଖୋଲିପାରିବ । ପ୍ରାଇଭେଟ୍ ଅଫିସ୍ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ରେଡ୍ ଜୋନ୍ରେ ନିର୍ମାଣ କାର୍ଯ୍ୟ ଓ ମନରେଗା କାର୍ଯ୍ୟ ଚାଲିପାରିବ । ରେଡ୍ ଜୋନ୍ରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଅଫିସ ଚାଲିପାରିବ ।
ଗ୍ରୀନ ଜୋନରେ କେଉଁ କେଉଁ ଦୋକାନ ଖୋଲାଯିବ ?
ଗ୍ରୀନ ଜୋନରେ ମେ’ ୪ ଠାରୁ କପଡ଼ା ଦୋକାନ, ମୋବାଇଲ୍ ଫୋନ, ଇଲେକ୍ଟ୍ରିକ୍, ହାର୍ଡ ଓୟାର, ରିପାରିଙ୍ଗ ଦୋକାନ ଖୋଲିବ । ଏଥି ସହିତ ଗ୍ରୀନ ଜୋନରେ ସେଲୁନ, ପାର୍ଲର, ରେସ୍ତୋରାଁ ମଧ୍ୟ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।
ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି । ଦୋକାନରେ ସାମାଜିକ ଦୂରତା କୁ ପାଳନ କରିବାକୁ ପଡିବ । ୬ ଫୁଟ୍ ର ସାମାଜିକ ଦୂରତ୍ୱ ରଖି ଜିନିଷ କାଣିପାରିବେ ଗ୍ରାହକ । ଏହି ସବୁ ଦୋକାନରେ ଗହଳି କରିବାକୁ ଦିଆଯିବନାହିଁ । ଦୋକାନରେ ଏକ ସମୟରେ ୫ ରୁ ଅଧିକ ଗ୍ରାହକ ରହିବ ମନା । ମେ’ ୪ ରୁ ଖୋଲିବାକୁ ଅନୁମତି ।
ଗ୍ରୀନ ଜୋନରେ ବସ୍, ଅଟୋ ଓ ଟ୍ୟାକ୍ସି ଚାଲିବାକୁ ମିଳିବ ଅନୁମତି । ଗ୍ରୀନ ଜୋନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚାଲିବ ।
ଗ୍ରୀନ ଜୋନରେ ଟ୍ରାନ୍ସପୋର୍ଟକୁ ମଧ୍ୟ ସୀମିତ ମାତ୍ରାରେ ଖୋଲି ଦିଆଯିବ । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସବୁ ପ୍ରକାର ମାଲଗାଡି ଚାଲିବ ।
ବାହାଘର, ଧାର୍ମିକ କାର୍ଯ୍ୟକ୍ରମ ଓ ସାମାଜିକ ପର୍ବପର୍ବାଣୀକୁ ଅନୁମତି ନାହିଁ ।
ମେ, ୩ ପରେ ଯଦିଓ ଗ୍ରୀନ ଜୋନରେ କଟକଣା କୋହଳ କରାଯିବ । କିନ୍ତୁ କୌଣସି ପ୍ରକାରେ ଗହଳି ଓ କୋଳାହଳକୁ ଅନୁମତି ମିଳିବ ନାହିଁ । ବାହାଘର, ବ୍ରତଘର, ଧାର୍ମିକ କାର୍ଯ୍ୟକ୍ରମ ଭଳି ସାମାଜିକ ରୀତିନୀତିକୁ କରାଯାଇ ପାରିବ ନାହିଁ ।
ଅରେଞ୍ଜ ଜୋନରେ କଣ କଣ ଅନୁମତି ଦିଅ ଯାଇଛି ।
ଅରେଞ୍ଜ ଜୋନରେ ଜଣେ ପାସେଞ୍ଜରଙ୍କୁ ନେଇ ଚାଲିବ କ୍ୟାବ । ଅରେଞ୍ଜ ଜୋନରେ ଘରୋଇ କାର୍ ରେ ଡ୍ରାଇଭରକୁ ଛାଡି ୨ ଜଣ ଯାଇପାରିବେ । ବାଇକ ପଛରେ ଜଣେ ଆରୋହୀଙ୍କୁ ଅନୁମତି ମିଳିଲା ।
ରେଡ୍ ଜୋନରୁ ହଟିବନି କୌଣସି କକଣା ।
ଦେଶରେ ୧୨୯ ଜିଲ୍ଲା ରେଡ଼୍ ଜୋନ୍ ମଧ୍ୟରେ ଅଛି । ଅନେକ ଅଞ୍ଚଳ ହଟସ୍ପଟରେ ଅଛି । ଦିଲ୍ଲୀ ରେଡ଼ ଜୋନରେ ଥିବା ବେଳେ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ଅହମ୍ମଦାବାଦ ଆଦି ମେଟ୍ରୋ ସିଟି ମଧ୍ୟ ରେଡ୍ ଜୋନରେ ରହିଛି ।
ଓଡ଼ିଶାର ସ୍ଥିତି କଣ ?
ରାଜ୍ୟରେ ୩ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଏଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେହିପରି ୬ ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,କଳାହାଣ୍ଡି ଓ ଢେଙ୍କାନାଳ ଅରେଞ୍ଜ ଜୋନରେ ରହିଛନ୍ତି । ଅନ୍ୟ ୨୧ ଜିଲ୍ଲା ଗ୍ରୀନ ଜୋନ ଅନ୍ତର୍ଭୁକ୍ତ ।
ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୩୬୫ରେ ପହଞ୍ଚିଛି । ଏହାସହ ୯ ହଜାର ୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୨୫ ହଜ ୧୪୮ କେସ୍ ସକ୍ରିୟ ରହିଛି ।