ମେ’ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍, ଲକ୍ଡାଉନ୍ ୪.୦ ମେ’ ୩୧ ଯାଏଁ ରହିବ ।
ଦେଶରେ ମେ’୩୧ ଯାଏଁ ବଢିବ ଲକ୍ଡାଉନ୍ ଅବଧି । ଆସନ୍ତା କାଲି ଠାରୁ ଲାଗୁ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଲକ୍ଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ NDMA ର ନିର୍ଦେଶ । NECକୁ ଗାଇଡ଼ଲାଇନ୍ ରେ ସଂଶୋଧନ ପାଇଁ NDMA ର ନିର୍ଦେଶ । ଅର୍ଥନୈଟିକ କାର୍ଯ୍ୟକ୍ରମ ଜାରି ରଖି ଗାଇଡ଼ଲାଇନ୍ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ । ଆଜି ରାତି ୯ ଟାରେ ରାଜ୍ୟମାନଙ୍କ ସହ କ୍ୟାବିନେଟ୍ ସଚିବଙ୍କ ଆଲୋଚନା । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଭିଡ଼ିଓ କାନଫରେନସିଂରେ ଆଲୋଚନା କରିବେ ।
ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ କୁ ୧୪ ଦିନ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର ।
ଆଜି ଲକ୍ଡାଉନ୍ ର ତୃତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ କେନ୍ଦ୍ର ସରକାର କରୋନା ମହାମାରୀର ସୁରକ୍ଷା ପାଇଁ ଲକ୍ଡାଉନ୍ କୁ ମେ’ ୩୧ ଯାଏଁ ବଢ଼ାଇ ଦେଇଛନ୍ତି । ତେବେ ଏନେଇ କୌଣସି ଗାଇଡ଼ଲାଇନ୍ କି କଣ କଟକଣା ରହିବ ଆଉ କଣ କୋହଳ ହେବ ଜଣା ପଡ଼ିନାହିଁ । କଣ କଣ କୋହଳ ହେବ କେଉଁ କଟକଣା ଜାରି ରହିବ ବିସ୍ତୃତ ଗାଇଡ଼ଲାଇନ୍ କୁ ଅପେକ୍ଷା ।

କଣ୍ଟନମେଣ୍ଟ ଜୋନ ରେ ସମସ୍ତ ପ୍ରକାର କଟକଣା ଜାରି ରହିଛି । ଆଉ ସମସ୍ତ ନିଷ୍ପତି ନେବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଅ ଯାଇଛି । ରେଳ ସେବା ଓ ବିମାନ ସେବା କୁ ଅନୁମତି ଦିଅ ଯାଇନାହିଁ । ସ୍କୁଲ, କଲେଜ ଓ ଟିଉସନ୍ କୁ ମଧ୍ୟ୍ୟ ଅନୁମତି ନାହିଁ । ଦୁଇଟି ରାଜ୍ୟ ମଧ୍ୟ୍ୟରେ ଇଣ୍ଟର ବସ୍ ଚଳାଚଳ କରିପାରିବେ । ତେବେ ସେମାନେ କଥାବାର୍ତା ହୋଇ ଏଇ ନିଷ୍ପତି ନେବେ ।
୪ଟି ରାଜ୍ୟରେ ମେ’ ୩୧ ଯାଏଁ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିସାରିଛନ୍ତି । ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଓ ମିଜୋରାମ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିସାରିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।
Guideline Letter: Download Now