ବଡ ଖବର: ଓଡ଼ିଶାରେ ଲାଗିଲା ଲକଡାଉନ୍, ମେ’୫ ରୁ ୧୯ ପର୍ଯ୍ୟନ୍ତ ଲକଡାଉନ କଲେ ରାଜ୍ୟ ସରକାର । ୧୪ ଦିନ ପାଇଁ ସବୁ ବନ୍ଦ ।

Lockdown in Odisha from May 5 to May 19 to control Covid Spread know details

ଓଡିଶାରେ ପୁଣି ଲାଗିଲା ଲକଡାଉନ୍ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିଲା ହେଲେ ଏବେ ରାଜ୍ୟକୁ ୧୪ ଦିନ ପାଇଁ ଲକଡାଉନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାର କରୋନା ସଂକ୍ରମଣର ଚେନକୁ ବ୍ରେକ୍ ଭାଙ୍ଗିବା ପାଇଁ ଶେଷ ବିକଳ୍ପକୁ ଆପଣାଇଛନ୍ତି । ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।

ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ମେ’ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ୍ ରହିବ । ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ ।

ଏହି ସମୟରେ ଘରଠୁ ୫୦୦ ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଚାଲି ଚାଲି ଯାଇ ପନିପରିବା କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଲୋକମାନଙ୍କୁ ଚାଲି ଚାଲି ଯାଇ କ୍ରୟ କରିବାକୁ କୁହାଯାଇଛି ।

ଲକଡାଉନ୍ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ ସଟଡାଉନ ବଳବତ୍ତର ରହିବ । ଲକଡାଉନ୍ ସମୟରେ ଟିକାକରଣ ଜାରିବ ଏବଂ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ଲକଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବାକୁ କୁହାଯାଇଛି । ରେଳ ସେବା ଓ ବିମାନ ସେବା ଜାରି ରହିବ । ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି ।

ଲକଡାଉନ୍ ସମୟରେ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା କରାଯାଇଛି । ଲକଡାଉନ୍ କଟକଣା ପାଳନ ନକଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ କଡାକଡି ଚେକିଂ ମଧ୍ୟ କରାଯିବ । ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *