ଲକଡାଉନରେ ଧନୀ ଲୋକମାନେ ଏପରି ଧନ କମେଇଲେ କି ଗୋଟେ କୋଟି ଗରିବ ମାନଙ୍କୁ ମିଳିପାରିବ ଏତେ ଟଙ୍କା ଜାଣିଲେ ଉଡିଯିବ ହୋସ।

ଗରିବୀ ଉନ୍ମୁଳନ ପାଇଁ କାମ କରୁଥିବା ସଂସ୍ଥା ଅକ୍ସଫ୍ୟାମ କହିଲା କି କୋରନା ଭାଇରସ ପାଇଁ କାମ ଭାରତରେ ହେଇଥିବା ଲକଡାଉନ ଦ୍ୱାରା ଭାରତୀୟ ଆରବ ପତି ମାନଙ୍କର ସମ୍ପତ୍ତି ୩୫% ବଢି ଯାଇଛି। ଏହା ଭିତରେ ବି କୋଟି କୋଟି ଲୋକଙ୍କର ଆଜୀବନ ଅକର୍ମଣ୍ୟ ରହିବାର ସମସ୍ୟା ଆସି ଯାଇଛି।

Google
୧୦୦ ଅରବପତି ମାନଙ୍କର ସମ୍ପତ୍ତି ୧୨, ୯୭,୮୨୨ କୋଟି ଟଙ୍କାକୁ ବୃଦ୍ଧି:

ଅକ୍ସଫ୍ୟାମର ରିପୋର୍ଟ “ଇନଇକ୍ବାଲିଟି ଭାଇରସ” ଅନୁଯାୟୀ ମାର୍ଚ୍ଚ ମାସ ପରେ ହେଇଥିବା ଅବଧି ଭିତରେ ଭାରତର ୧୦୦ ଅରବପତି ମାନଙ୍କର ସମ୍ପତ୍ତିରେ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଅଥବା ୧୨,୯୭,୮୨୨ କୋଟି ଟଙ୍କାର ବୃଦ୍ଧି ହେଇଛି। ଏତେ ସାରା ସମ୍ପତ୍ତି ଯଦି ଦେଶର ୧୩.୦୪ କୋଟି ଗରିବ ମାନଙ୍କ ଭିତରେ ବିତରଣ କରାଯାଏ ତାହେଲେ ପ୍ରତ୍ୟେକ ଗରିବ ମାନଙ୍କୁ ପ୍ରାୟ ୯୪,୦୪୫ ଟଙ୍କା ମିଳି ପାରିବ।

୮୪% ପରିବାରଙ୍କୁ ଆର୍ଥିକ ଅସୁବିଧା ଭିତର ଦେଇ ଯିବାକୁ ହେଲା:

ଏହା ଭିତରେ ଦେଶର ୮୪% ପରିବାର ମାନଙ୍କୁ ଆର୍ଥିକ ତଙ୍ଗୀ ଭିତର ଦେଇ ଯିବାକୁ ପଡିଛି। ଏକୁଟିଆ ଅପ୍ରେଲ ମାସରେ ହି ପ୍ରତି ଘଣ୍ଟା ୧.୭ ଲୋକଙ୍କର ଚାକିରୀ ଯାଇଛି। ଅକ୍ସଫ୍ୟାମର ଏହି ରିପୋର୍ଟରେ ପ୍ରାୟ ୭୯ ଦେଶମାନଙ୍କର ୨୯୫ ଆର୍ଥ ଶାସ୍ତ୍ରୀ ମାନେ ନିଜ ନିଜର ମତ ଦେଲେ। ଏହା ଭିତରେ ଜେଫ୍ରି ଡେଭିଡ, ଜୟଟି ଘୋଷ ତଥା ଗେବ୍ରିଏଲ ଜୁକମେନଙ୍କ ଭଳି ଅର୍ଥଦାତା ଅଛନ୍ତି। ଏହିପରି ୮୭ ଉତ୍ତରଦାତା ମାନେ ମହାମାରୀ ଭିତରେ ନିଜ ଦେଶରେ ଆସିଥିବା ଅସାମାନ୍ୟତାରେ ଅଧିକ ଅଥବା ବହୁତ ଅଧିକ ବଧତାରି ହେଇଛି ବୋଲି କହିଲେ।

ଏହି ଅରବ ପତି ମାନଙ୍କର ସମ୍ପତ୍ତି ବହୁତ ଜଲଦି ଜଲଦି ବଢ଼ିଲା:

ରିପୋର୍ଟ ଅନୁସାରେ ଭାରତର ମୁକେଶ ଅଂବାନି, ଅଜିମ ପ୍ରେମଜି, ଗୌତମ ଅଦାନୀ, ଶିବ ନାଦର, ସାଇରସ ପୁନାଵାଲା, ଉଦୟ କୋଟକ, ସୁନୀଲ ମିତ୍ତଳ, ରାଧାକୃଷ୍ଣ ଦମାନି ଆଉ ଲକ୍ଷ୍ମୀ ମିତ୍ତଳଙ୍କ ଭଳି ଅରବପତି ମାନଙ୍କର ମାର୍ଚ୍ଚ ୨୦୨୦ର ଲକଡାଉନ ପରେ ସମ୍ପତ୍ତି ବହୁତ ଜଲଦି ବଢ଼ିଲା। ଆର ପଟେ ପ୍ରତି ଘଣ୍ଟା ୧.୭ ଲକ୍ଷ ଲୋକଙ୍କର ଚାକିରୀ ଗଲା।

୧୯୩୦ର ମହାବନ୍ଦୀ ପରେ ସବୁଠୁ ବଡ଼ ଆର୍ଥିକ ସଙ୍କଟ:

ରିପୋର୍ଟରେ ଆସିଲା କି ଏହି ଲକଡାଉନ ଭିତରେ ଅମ୍ବାନୀଙ୍କୁ ଗୋଟେ ଘଣ୍ଟାରେ ଯେତିକି ଆମଦାନୀ ହେଲା ତାହା କେଉଁ ଦିନ ମଜୁରିଆକୁ କରିବା ପାଇଁ ପ୍ରାୟ ୧୦ ହଜାର ବର୍ଷ ଲାଗିଯିବ। ଆଉ ଆର ରିପୋର୍ଟ ମାନଙ୍କ ମୁତାବିକ କରୋନା ମହାମାରୀ ବିଗତ ୧୦୦ ବର୍ଷ ଭିତରେ ଭାରତରେ ହେଇଥିବା ସବୁଠୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଅଟେ ତେଣୁ ଏହା ୧୯୩୦ ପରଠାରୁ ହେଇଥିବା ସବୁଠୁ ବଡ଼ ଆର୍ଥିକ ସଙ୍କଟ ଅଟେ।

Google
ପାଖାପାଖି ୫୪୦ ଅରବ ଡଲାର ବଢିଗଲା ଭାରତର ଅରବପତି ମାନଙ୍କର ସମ୍ପତ୍ତି:

ରିପୋର୍ଟ ମୁତାବିକ ୧୮ ମାର୍ଚ୍ଚ ରୁ ୩୦ ଡିସେମ୍ବର ଭିତରେ ଦୁନିଆର ୧୦ ଶୀର୍ଷ ଅରବପତି ମାନଙ୍କର ସମ୍ପତ୍ତିରେ ୫୪୦ କୋଟି ଟଙ୍କାର ଅଗ୍ରଗତି ହେଇଛି। ଆଉ ଏପଟେ ପ୍ରାୟ ୨୦ ରୁ ୫୦ କୋଟି ଲୋକ ଗରିବ ହେଇ ଯାଇଛନ୍ତି। ଏହା ଦୁନିଆର ଲୋକ ମାନଙ୍କ ଭିତରେ ଆୟରେ ଅସମାନତା ବଢ଼େଇ ଦେଇଛି। ଏହାଦ୍ୱାରା ଏକ ଭଲ ଜୀବନ ବଞ୍ଚିବା ଉପରେ ବହୁତ ବଡ଼ ପ୍ରଭାବ ପଡିବ। ଏହାର ପ୍ରଭାବ ଶିକ୍ଷା,ସ୍ୱାସ୍ଥ୍ୟ ତଥା ଯିବା ଶୈଳୀ ଉପରେ ପଡ଼ିବାକୁ ଯାଉଛି।

ଅକ୍ସଫ୍ୟାମର ମୁଖ୍ୟ କାର୍ଯ୍ୟକର୍ତା ଅମିତାଭ ବେହର କହିଲେ ” ଏହି ରିପୋର୍ଟରୁ ସଫା ସଫା ଜଣା ପଡୁଛି କି ଅନ୍ୟାୟପୁର୍ଣ ଆର୍ଥିକ ବ୍ୟବସ୍ଥା ଦ୍ୱାରା କିପରି ଦୁନିଆର ସବୁଠୁ ଧନୀ ଲୋକ ମାନଙ୍କର ଧନରେ ଅଗ୍ରଗତି ହେଉଛି ଆଉ ଗରିବ ଲୋକମାନେ ଆର୍ଥିକ ସଙ୍କଟ ଭିତର ଦେଇ ଯାଉଛନ୍ତି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *