ମେ’ ୩ ପରେ ବଢ଼ିପାରେ ଲକଡାଉନ୍ !

ମେ' ୩ ପରେ ବଢ଼ିପରେ ଲକଡାଉନ୍ !, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend

ମେ’ ୩ ପରେ ବଢ଼ିପାରେ ଲକଡାଉନ୍ !

ବର୍ତ୍ତମାନ ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ୩ ମେ ପରେ ଲକଡାଉନ୍ ହଟିବ ନା ଏହାକୁ ପୁଣିଥରେ ବଢ଼ାଇ ଦିଆଯିବ । ଲକଡାଉନ୍ ସରିବାକୁ ଆଉ ଗୋଟିଏ ସପ୍ତାହ ବାକି ଅଛି । ତେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ଲକଡାଉନ୍ ଶେଷ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଜଣାପଡିଛି ।

ଦେଶରେ କୋରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଯାଏ ଭାରତରେ କୋରୋନା ସଂକ୍ରମିତ ସଂଖ୍ୟା ୨୭, ୯୮୨ ରେ ପହଂଚି ଗଲାଣି । ତେବେ ଆସନ୍ତା ୩ ମେ ରେ ଲକଡାଉନ୍ ସରିବ ନା ନାହିଁ, ସେନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି କେନ୍ଦ୍ର ସରକାର । ତେବେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟ ର ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବେ ।

ମେ' ୩ ପରେ ବଢ଼ିପରେ ଲକଡାଉନ୍ !, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend
ମେ’ ୩ ପରେ ବଢ଼ିପରେ ଲକଡାଉନ୍ !

କୋରୋନାକୁ ଶୀଘ୍ର ହଟାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଲାଇଛନ୍ତି । ଏଥିପାଇଁ ଏକ୍ସପର୍ଟ, ଡାକ୍ତର ଏବଂ ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହୋଇଛି । ସମସ୍ତ ଦିଗ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ଆଗକୁ ଲକଡାଉନ୍ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ । କୋରୋନାକୁ ଶୀଘ୍ର ହଟାଇବା ପାଇଁ ଦେଶର ସମସ୍ତ ରାଜ୍ୟର ସରକାର ମଧ୍ୟ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି ।

ରାଜ୍ୟ ସରକାର କଣ ଚାଁହୁଛନ୍ତି ?

ଦେଶରେ କରୋନା ସଂକ୍ରମଣର ଗତି କମିନଥିବା ଦର୍ଶାଇ ଅନେକ ରାଜ୍ୟ ମେ’ ୩ ପରେ ବି ଲକଡାଉନ୍ ଜାରି ରହିବା ଚାହୁଁଛନ୍ତି ।

ଦିଲ୍ଲୀ ସରକାର ଆଗରୁ କହିସାରିଛନ୍ତି ଯେ ମେ ୧୬ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଯାଉ । ଦିଲ୍ଲୀ ପରେ ଆହୁରି ୫ ରାଜ୍ୟ କହିଛନ୍ତି ଯେ ସେମାନେ ତାଲା ବନ୍ଦକୁ ଜାରି ରଖିବା ପାଇଁ ଇଛୁକ ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡିଶା ସରକାର ଲକଡାଉନ୍ ବଢ଼ିବା ଦରକାର ବୋଲି କହିଛନ୍ତି । ତେଣେ ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁ ସରକାର କେନ୍ଦ୍ର ନିଷ୍ପତ୍ତିକୁ ମାନିବୁ ବୋଲି କହିଛନ୍ତି । ଆଜି ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା କରିବେ । ଏହି ଭିଡ଼ିଓ କନଫରେନ୍ସିଂ ପରେ ଲକଡାଉନ୍ କୁ ନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ତେବେ ଦେଶର ଅଧିକାଂଶ ରାଜ୍ୟ ଚାହୁଁନାହାନ୍ତି ମେ’ ୩ ପରେ ଲକଡାଉନ୍ ଉଠିଯାଉ । ତେଣୁ କୋରୋନା ମହାମାରୀ ଠାରୁ ରକ୍ଷା ପାଇବାପାଇଁ ଲକଡାଉନ୍ ଅବଧି ବଢ଼ିବା ଏକ ପ୍ରକାର ନିଶ୍ଚିତ । ଶୁଣାଯାଉଛି ଯେ ମେ ୧୮ ପର୍ଯ୍ୟନ୍ତ ଲକଡାଉନ୍ ବଢିପାରେ । ଏନେଇ କିଛି ନିଷ୍ପତ୍ତି ନେଇଥିବା ଜଣାପଡିନି ।

ଆପଣଙ୍କ ମତାମତ କଣ ? ଲକଡାଉନ୍ ବଢ଼ିବା ଦରକାର ?

ହଁ    କି    ନାହିଁ 

ଦୟାକରି ତଳେ କମେନ୍ଟ ବକ୍ସ ରେ ଉତ୍ତର ଦିଅନ୍ତୁ ।

ସରକାରଙ୍କ ନିୟମକୁ ପାଳନ କରିବାପାଇଁ ଆମର ଆପଣମାନଙ୍କୁ ଅନୁରୋଧ। ଘରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣରୁ ରକ୍ଷା ପାଆନ୍ତୁ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *