ଇକ୍ୱେଡ଼ରରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟ କରୁଥିବା ସମୟରେ ତାଙ୍କୁ ପିସ୍ତଲ ଦେଖେଇ ପୁରା ଲୁଟି ନିଆଗଲା। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଜଲଦି ଭାଇରାଲ ହେଉଅଛି। ବାରଦାତର ଫୁଟେଜ ଉପରେ ପ୍ରାୟ ୩.୮ ଲକ୍ଷରୁ ଅଧିକ ଭିଉ ଆସି ସାରିଛି। ଇକ୍ୱେଡ଼ରର ମିଡିଆ ବ୍ୟତୀତ ଏହାର ଜନତା ବି ଏହି କାମକୁ ବହୁତ ନିନ୍ଦା କରିବାର ଦେଖାଯାଇଛନ୍ତି।

ଟ୍ୱିଟର ହ୍ୟାଣ୍ଡେଲରେ ହାତରେ ପିସ୍ତଲ ନେଇଥିବା ଜଣେ ବ୍ୟକ୍ତିଙ୍କୁ ଦେଖା ଯାଉଛି ଯିଏ କି ରିପୋର୍ଟରଙ୍କ ପାଖରୁ ପଇସା ମାଗୁଛି। ଇକ୍ୱେଡରର ମିଡିଆ ମୁତାବିକ ସେହି ପାଖରେ କେହି ବି ପୋଲିସ ଅଥବା ତାଂକର ଯବାନ ଉପସ୍ଥିତ ନଥିଲେ ଆଉ ରିପୋର୍ଟର ତଥା ତାଙ୍କର ଟିମ ସେହି ଚୋରକୁ ସମସ୍ତ ପଇସା ଦେଇ ଦେଉଥାନ୍ତି। ଲୁଟେରା ବହୁତ ଆରାମସେ ସେଠାରୁ ବାହାରି ଯାଏ। ସେ ମୁଣ୍ଡ ଉପରେ ଟୋପି ଆଉ ମୁହଁରେ ମାସ୍କ ପିନ୍ଧିଥିଲା।
ଇକ୍ୱେଡ଼ରର ମିଡିଆ ମୁତାବିକ ସ୍ପୋର୍ଟସ ରିପୋର୍ଟର ଡିଏଗୋ ଆର୍ଡିନାଲୋ ଗୁଆୟାକିଲର ଏଷ୍ଟାଡିଓ ମନୁମେଣ୍ଟାଲ ବାହାରୁ ଦିରେକ ଟିଭି ସ୍ପୋର୍ଟସ ପାଇଁ ରିପୋର୍ଟିଂ କରୁଥିଲେ। ଏହି ସମୟରେ ଲୁଟେରା ତାଙ୍କ ପାଖକୁ ଆସୁଛି ଆଉ ତାଙ୍କ ମୁଣ୍ଡ ଉପରେ ପିସ୍ତଲ ରଖୁଛି ଆଉ ତାଙ୍କୁ ପଇସା ମାଗୁଛି। ଏହି ସମୟରେ ରିପୋର୍ଟର ସେହି ଲୁଟେରାଙ୍କୁ ଦେଖି ଚକିତ ହେଇଯାଏ। ତାଙ୍କ ପାଖରେ ଦୁଇଟି ବାଟ ଥାଏ , ସେହି ଲୁଟେରାଙ୍କ ସହ ମୁକାବିଲା କରିବେ ଅଥବା ତାଙ୍କ ମାଗିବା ଅନୁସାରେ ସମସ୍ତ ପଇସା ତାଙ୍କୁ ଦେଇ ଦେବେ। ରିପୋର୍ଟର ଦ୍ୱିତୀୟ ରାସ୍ତା ବାଛନ୍ତି।
ଡିଏଗୋ ଏହି ଘଟଣା ଘଟିବା ପରେ ଏହି ଭିଡିଓକୁ ନିଜର ଇଂଷ୍ଟଗ୍ରାମରେ ସେୟାର କଲେ। ସେ କହିଲେ , ” ଆମେ ଚୁପ ଚାପ କାମ କରି ପାରିବୁ ନାହିଁ। ଏହା ଆଜି ଦ୍ୱୀପହରର ୧.୦୦ ସମୟରେ ସ୍ମାରକ ଷ୍ଟାଡିୟମ ବାହାରେ ହେଲା। ଇକ୍ୱେଡର ର ପୋଲିସ ମୁତାବିକ ଭିଡିଓ ଫୁଟେଜ ସହାରାରେ ଲୁଟେରା ମାନଙ୍କର ତଲାସ କରାଯାଉଛି।
ପୋଲିସର କହିବା କଥା କି ହୁଏତ ସେହି ବଦମାସ ଜଣକ ନିଜ ଚେହେରା ଉପରେ ମାସ୍କ ପିନ୍ଧିଛି ମାତ୍ର ସେ ନିଜର ନିଜତ୍ତ୍ୱ କେବେ ବି ଲୁଚେଇ ପାରିବନି। ପୋଲିସର କହିବା କଥା କି ଲୁଟ ଭିତରେ ସାମିଲ ହେଇଥିବା ସେହି ବଦମାସ ମାନଙ୍କର ଆଡ଼ରେଶ ଆଣି ତାଙ୍କର ତଲାସ କରାଯାଉଛି। ସେହି ରେକର୍ଡ ମାନଙ୍କ ଜରିଆରେ ସେହି ବଦମାସ ଲୁଟେରା ମାନଙ୍କ ତଲାସ ସହଜରେ କରାଯାଇପାରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।