ଭଗବାନ କୃଷ୍ଣ କଳିଯୁଗ ବିଷୟରେ ପାଣ୍ଡବମାନଙ୍କୁ କହିଥିବା ୫ଟି ସତ୍ୟ, ଡେରି ନ କରି ଶୀଘ୍ର ଜାଣନ୍ତୁ

ଆମେ ସମସ୍ତେ ଜାଣିଛୁ ବର୍ତ୍ତମାନ ଚତୁର୍ଥ ଯୁଗ ବା କଳିଯୁଗ ଚାଲୁଅଛି। ଏହା କୁହାଯାଉଛି ଯେତେବେଳେ କଳିଯୁଗ ଧୀରେ ଧୀରେ ଆଗକୁ ବଢିବ ସେତେବେଳେ ପୃଥିବୀ ଉପରୁ ଧୀରେ ଧୀରେ ଧର୍ମର ନାଶ ହୋଇ ଚାଲିବ। ଏହାପରେ ଭଗବାନ କୃଷ୍ଣ କଳ୍କୀର ଅବତାର ନେଇ ପୁଣି ପୃଥିବୀ ଉପରେ ଧର୍ମର ସ୍ଥାପନ କରିବେ। ବର୍ତ୍ତମାନ ଆମେ କଳିଯୁଗର ଏପରି କିଛି ସତ୍ୟ ବିଷୟରେ କଥା ହେବା ଯାହାକୁ ଭଗବାନ କୃଷ୍ଣ ପାଣ୍ତବ ମାନଙ୍କୁ କହିଥିଲେ। ଏହି ଯୁଗରେ ହେବାକୁ ଥିବା ପ୍ରଳୟ ତଥା ବିନାଶ ସମ୍ପର୍କର ଭଗବାନ ପାଣ୍ତବ ମାନଙ୍କୁ କହିଥିଲେ।

Google

ହିନ୍ଦୁ ଧର୍ମର ଗ୍ରନ୍ଥ କେବଳ ହିନ୍ଦୁ ମାନଙ୍କ ବିଷୟରେ କହି ନଥାଏ ବରଂ ଏହା ସମ୍ପୂର୍ଣ୍ଣ ମାନବ ଜାତିର କଥା କହିଥାଏ।କାରଣ ମନୁଷ୍ୟର ଜୀବନ ସହ ଜଡ଼ିତ ଏପରି କୌଣସି ବିଷୟବସ୍ତୁ ନାହିଁ ଯାହାର ବର୍ଣ୍ଣନା ଶ୍ରୀମଦ ଭଗବତ ଗୀତାରେ ଲେଖାଯାଇ ନଥିବ। ଯେତେବେଳେ ପାଞ୍ଚ ପାଣ୍ତବ ଦ୍ଵୀତ ସଭାରେ ନିଜର ସବୁ କିଛି ହାରି ବନବାସ କରିବାକୁ ଯାଉଥିଲେ ସେତେବେଳେ ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରିଲେ କି ଦ୍ଵାପର ଯୁଗ ଶେଷ ହେବାକୁ ଯାଉଛି ଓ କଳିଯୁଗ ଆରମ୍ଭ ହେବାକୁ ଯାଉଛି ତେବେ ଏହି କଳିଯୁଗରେ ମନୁଷ୍ୟ ମାନଙ୍କର ପ୍ରକୃତି କିପରି ରହିବ।

ଭଗବାନ କହିଲେ ତୁମେ ପ୍ରଥମେ ବନକୁ ଯାଇ ସେଠାରେ କଣ ଦେଖିଲ ମତେ ଆସି କାଲି କୁହ ତାପରେ ମୁଁ ତୁମର ଏହି ପ୍ରଶ୍ନର ଉତ୍ତର ଦେବି। ଏହାପରେ ସମସ୍ତେ ବଣକୁ ଗଲେ ଓ ଫେରିବା ପରେ ଯୁଧିଷ୍ଠିର କହିଲେ ଭଗବାନ ମୁଁ ବଣରେ ଏକ ହାତୀ ଦେଖିଲି। ଯାହାର ଦୁଇଟି ଶୁଣ୍ଢ ଥିଲା। ଏହାପରେ ଅର୍ଜୁନ କହିଲେ ମୁଁ ଏକ ପକ୍ଷୀ ଦେଖିଲି।ଯିଏ ଗୋଟିଏ ମରି ଯାଇଥିବା ପଶୁକୁ ଖାଉଥିଲା। ଏହାପରେ ଭୀମ କହିଲେ ମୁଁ ଏକ ବାଛୁରୀ ଛୁଆ ଜନ୍ମ ହେବାର ଦେଖିଲି। ସେହି ଛୁଆଟି ଜନ୍ମ ହେବା ପରେ ତାର ମା ସେହି ଛୁଆଟିକୁ ଏତେ ଚାଟିଲା ଯେ ସେହି ଛୁଆଟି ଲହୁ ଲୁହାଣ ହୋଇଗଲା।

Google

ଏହାପରେ ସହଦେବ କହିଲେ ମୁଁ ଗୋଟେ ସ୍ଥାନରେ ୭ଟି କୂଅ ଥିବାର ଦେଖିଲି ମାତ୍ର ସେଠାରେ ସମସ୍ତ କୂଅରେ ପାଣି ଥିଲା କିନ୍ତୁ ସବୁଠାରୁ ଗଭୀର କୂଅରେ ପାଣି ନଥିଲା।ଏହାପରେ ନକୁଳ କହିଲେ ମୁଁ ଦେଖିଲି ଏକ ଶିଳା ପାହାଡ଼ ଉପରୁ ଖସୁଛି ମାତ୍ର ଏହା ଗୋଟିଏ ଛୋଟ ଗଛର ସ୍ପର୍ଶରେ ସେଠାରେ ରହିଗଲା ଓ ତଳକୁ ଖସିଲା ନାହିଁ। କୃଷ୍ଣ କହିଲେ ଯୁଧିଷ୍ଠିର ଦେଖିଥିବା କଥାର ଅର୍ଥ ହେଉଛି କଳିଯୁଗର ଶାସକ ମାନେ କେବଳ ରାଜ କରିବା ପାଇଁ ଶାସନ କରିବେ।ସେମାନେ ପ୍ରଜାଙ୍କର ସୁଖ ଦୁଃଖ ଦେଖିବେ ନାହିଁ।

ଅର୍ଜୁନ ଦେଖିଥିବା କଥାର ଅର୍ଥ ହେଉଛି କଳିଯୁଗରେ ଯେଉଁ ମାନେ ନିଜକୁ ସାଧୁ କହିବେ ସେମାନେ ଉପରେ ଦେବତା ଭଳି ଓ ଭିତରୁ ରାକ୍ଷସ ଭଳି ହେବେ। ଭୀମ ଦେଖିଥିବା କଥାର ଅର୍ଥ ହେଉଛି କଳିଯୁଗରେ ମାତା ମାନେ ନିଜ ସନ୍ତାନ ମାନଙ୍କୁ ଅଧିକ ଭଲପାଇବା ଫଳରେ ସେମାନେ ମୋହ ମାୟା ଫଳରେ ନିଜକୁ ନଷ୍ଟ କରିଦେବେ। ଏହାପରେ ଭଗବାନ କହିଲେ ସହଦେବ ଦେଖିଥିବା କଥାର ଅର୍ଥ ହେଉଛି କଳିଯୁଗରେ ଧନୀ ବ୍ୟକ୍ତି ମାନେ କେବଳ ନିଜର ସୁବିଧା ପାଇଁ ଟଙ୍କା ଖର୍ଚ୍ଚ କରିବେ କିନ୍ତୁ କାହାର କଲ୍ୟାଣ କରିବେ ନାହିଁ। ଏହାପରେ ନକୁଳ ଦେଖିଥିବା କଥାର ଅର୍ଥ ହେଉଛି କଳିଯୁଗରେ ମନୁଷ୍ୟମାନେ ନିଚ୍ଚ ସ୍ୱଭାବର ହେବେ। ସେମାନେ କାହାର ଭଲ ଚିନ୍ତା କରିବେ ନାହିଁ।

କେମିତି ଲାଗିଲା ଆମକୁ ଜଣାନ୍ତୁ। ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *