ମାତ୍ର ଅଢେଇ ବର୍ଷ ବୟସରେ ବାପାଙ୍କୁ ହରେଇଥିଲେ, ଅନାଥ ଆଶ୍ରମରେ ବଢି ଏବେ ବନିଲେ IAS ଅଫିସର।

ଯଦି କୌଣସି ଜିନିଷକୁ ଆପଣ ହାସଲ କରିବା ପାଇଁ ହୃଦୟରୁ ଚାହିଁଥାନ୍ତି ତେବେ ଭାଗ୍ୟ ମଧ୍ୟ ତାହାକୁ ଆପଣଙ୍କ ସହ ମିଶେଇବାକୁ ଚେଷ୍ଟା କରିଥାଏ। ଏହିପରି ଏକ କାହାଣୀ ଅଟେ କାଶ୍ମୀରର ଗାଜି ଅବ୍ଦୁଲାଙ୍କର ଯିଏକି ପ୍ରଥମ ପ୍ରୟାସରେ ହିଁ କାଶ୍ମୀର ପ୍ରଶାସନିକ ସେବାରେ ସଫଳତା ଲାଭ କରିଛନ୍ତି। ଆଜି କେବଳ କାଶ୍ମୀର ନୁହେଁ ପୁରା ଦେଶ ତାଙ୍କ ସଫଳତାରୁ ପ୍ରେରିତ ହେଉଛି।

Google

ପିଲାବେଳୁ କିଛି ବଡ଼ କରିବାର ଆଶା ନେଇ ଗାଜି ଅବ୍ଦୁଲା ଅନାଥ ଆଶ୍ରମରେ ପିଲାବେଳୁ ବଢିଛନ୍ତି। ଆସନ୍ତୁ ଜାଣିବା କିପରି ନିଜର ପରିସ୍ଥିତିର ସାମ୍ନା କରି ସେ ପ୍ରଶାସନିକ ସେବାରେ ପ୍ରଥମ ପ୍ରୟାସରେ ସଫଳତା ପାଇଛନ୍ତି।

ମାତ୍ର ଅଢେଇ ବର୍ଷ ବୟସରେ ବାପାଙ୍କର ହୋଇଥିଲା ମୃତ୍ୟୁ:

ଅଲ୍ଲୀଗଡ଼ ମୁସଲିମ ୟୁନିଭରସିଟିରେ ନିଜର ସ୍ନାତକ ପାଠ ପଢା ଶେଷ କରିବା ଵାଲା ଗାଜି ଅବ୍ଦୁଲାଙ୍କ ବାପା ସେ ଅଢେଇ ବର୍ଷର ଥିବା ବେଳେ ମରିଯାଇଥିଲେ। ଯାହା ପରେ ତାଙ୍କ ସମ୍ପର୍କୀୟ ଲୋକ ତାଙ୍କୁ ଏକ ଅନାଥ ଆଶ୍ରମକୁ ପଠାଇଦେଇଥିଲେ।

ସେହିପରି ଶ୍ରୀନଗରର ଅନାଥ ଆଶ୍ରମରେ ବଢିଥିବା ଗାଜି ଅବ୍ଦୁଲା ଛୋଟବେଳୁ ଅଶୁବିଧାକୁ ପାଖରୁ ଦେଖିଛନ୍ତି।ସେଥିପାଇଁସେ ସମାଜକୁ ପରିବର୍ତ୍ତନ କରିବା ପାଇଁ ନିଜର ପ୍ରଥମ ପ୍ରୟାସରେ କାଶ୍ମୀର ପ୍ରଶାସନିକ ସେବା ପାର କରିଛନ୍ତି। ଯାହା ପରେ ଅବ୍ଦୁଲା କେବଳ କାଶ୍ମୀର ନୁହେଁ ପୁରା ଦେଶରେ ଏକ ସାହାସିକତା ସୃଷ୍ଟି କରିଛନ୍ତି।

ମାଙ୍କୁ ଦେଲେ ସଫଳତାର ଶ୍ରେୟ:

ଗାଜି ଅବ୍ଦୁଲା ନିଜର ସଫଳତାର ଶ୍ରେୟ ନିଜ ମାଙ୍କୁ ଅର୍ପଣ କରିଛନ୍ତି। ତାଙ୍କ ମା କେବେ ସ୍କୁଲ ଯାଇନଥିଲେ ସେଥିପାଇଁ ତାଙ୍କୁ ଜଣାଥିଲା ପାଠର ମହତ୍ୱ। ତାଙ୍କ ମା ଛୋଟବେଳୁ ଅବ୍ଦୁଲାଙ୍କୁ ପାଠର ମହତ୍ୱ ବିଷୟରେ କହିଛନ୍ତି। ତାଙ୍କର ସ୍ୱପ୍ନ ଥିଲାକି ତାଙ୍କ ପୁଅ ବଡ଼ ହୋଇ ଏକ ଅଫିସର ହେଉ।ଏଥିପାଇଁ ସେ ପିଲାବେଳୁ ଗାଜିଙ୍କୁ କଠୋର ଶାସନ ସହିତ ପରିଚାଳନା କରିଥିଲେ।

Google

ନିଜ ମାଙ୍କୁ ଏହି ସଫଳତାର ଶ୍ରେୟ ଦେଇ ଗାଜି ଅବ୍ଦୁଲା କହିଛନ୍ତି ,”ଅନାଥ ଆଶ୍ରମରେ ରହିବା ଦ୍ଵାରା ମୋ ଭିତରେ ଅନୁଶାସନ ବଢ଼ିଲା। ମୋର ସଫଳତା ମୁଖ୍ୟ କାରଣ ମୋ ମା ଅଟେ।

ପୁରୁଣା ବହି ଓ ଇଣ୍ଟରନେଟ ମାଧ୍ୟମରେ ହାସଲ କଲେ ଲକ୍ଷ:

ଗାଜି ଅବ୍ଦୁଲା ନିଜ କଥାରେ କହିଲେ କି ସେ ଆରମ୍ଭରୁ ହିଁ ସେକେଣ୍ଡ ହ୍ୟାଣ୍ଡ ବହି ପଢିଛନ୍ତି ଓ ଇଣ୍ଟରନେଟର ବ୍ୟବହାର କରି ମୁକ୍ତରେ ମିଳୁଥିବା ତଥ୍ୟ ହାସଲ କରିଛନ୍ତି। ଆପଣଙ୍କୁ କହିରଖିବୁ କାଶ୍ମୀର ପ୍ରଶାସନିକ ସେବା ସେଠାକାର ସିଭିଲ ସେବା ଅଟେ। ନିଜ ପ୍ରସ୍ତୁତି ବିଷୟରେ ସୂଚନା ଦେଇ ଗାଜି କହିଛନ୍ତି,”ମୁଁ ବହୁତ ପୁରୁଣା ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ମୁଁ NCERT ବହି ଓ ପରେ କିଛି ମାନକ ସିବିଲ ସେବା ବହି ଉପରେ ଭରସା କଲି। ଏହା ସହିତ ଏକ ଆଦିବାସୀ ଛାତ୍ରକୁ ଭେଟିବା ପାଇଁ ପ୍ରତିଦିନ ସଂଧ୍ୟାରେ ଆଦିବାସୀ ଛାତ୍ରାଳୟକୁ ଯାଉଥିଲି”।

ଏହି ପଦ ପାଇଁ ଅଧିକାରୀ ମାନଙ୍କୁ ଜାମ୍ମୁ ଓ କାଶ୍ମୀର ଲୋକସେବା ଆୟୋଗ ଦ୍ଵାରା ଏକ ପରୀକ୍ଷା ମାଧ୍ୟମରେ ଅଧିକାରୀଙ୍କୁ ଚୟନ କରାଯାଇଥାଏ। ଯାହାକୁ କି ଜେକେଏଏସ ପରୀକ୍ଷା ରୂପରେ ଜଣାଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *