୧୨ ବର୍ଷ ବୟସରେ ବାପାଙ୍କୁ ହରାଇବା ପରେ ୫ ବର୍ଷ ପର୍ଯ୍ୟନ୍ତ ଥିଲେ ନିଖୋଜ, ଏବେ ଅଟନ୍ତି ବଡ଼ ସୁପରଷ୍ଟାର।

ଅଷ୍ଟ୍ରେଲିଆ ଦୌଡ଼ରେ ହନୁମା ବିହାରୀଙ୍କୁ ବହୁତ କିଛି ସମାଲୋଚନାର ସାମ୍ନା କରିବାକୁ ପଡିଲା। କେବେ ଖରାପ ଫିଲଡିଂ ପାଇଁ ତ କେବେ ଖରାପ ବ୍ୟାଟିଂ ପାଇଁ। ଫ୍ୟାନ ମାନେ ଏପରି ବି କହିଦେଲେ କି ହନୁମା ବିହାରୀ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଯୋଗ୍ୟ ନୁହଁ। ମାତ୍ର ସେହି ଖେଳାଳି ସିଡ୍ନୀ ଟେଷ୍ଟରେ ଅଶ୍ୱିନଙ୍କ ସହ ମିସିକି ଯାହା କରି ଦେଖେଇଲା ତାହା ବହୁତ ପ୍ରଶଂସନୀୟ ଥିଲା। ୪୦୭ ରନର ପିଛା କରୁଥିବା ଟିମ ଇଣ୍ଡିଆ ପଞ୍ଚମ ଦିନରେ ଋଷଭ ପନ୍ତ ଆଉ ପୂଜାରାଙ୍କର ଆଉଟ ହେବା ପରେ କଷ୍ଟ ପରିସ୍ଥିତିରେ ଥିଲା। ମାତ୍ର ଅଶ୍ୱିନ ଆଉ ହନୁମା ବିହାରୀ ପୁରା ଦିନ ବ୍ୟାଟିଂ କରିକି ମ୍ୟାଚ ବଞ୍ଚେଇ ନେଇଥିଲେ। ବିହାରୀ ୨୩ରନ ଆଉ ଅଶ୍ୱିନ ୩୯ରନ କରିକି ଫେରିଲେ ଯାହାଦ୍ୱାରା ଭାରତ ମ୍ୟାଚ ଡ୍ର କରିଦେଲା। ଏହାପରେ ଚାରି ଆଡୁ ଖାଲି ବିହାରୀଙ୍କର ହି ଚର୍ଚ୍ଚା ହେଉଛି। ପ୍ରକୃତରେ ବ୍ୟାଟିଂ କରିବା ସମୟରେ ବିହାରୀ ହ୍ୟାମଷ୍ଟ୍ରିଙ୍ଗ ଇଂଜୁରୀରେ ଦୟନୀୟ ସ୍ଥିତିରେ ଥିଲେ ମାତ୍ର ଏହା ସତ୍ତ୍ୱେ ସେ ୧୬୧ ବଲ ଖେଳିଲେ ଆଉ ଶେଷ ଯାଏ ପିଚରେ ଛିଡା ହେଇକି ରହିଲେ।

Google
ପାଖା ପାଖି ୫ଦିନ ଯାଏ ନିଖୋଜ ଥିଲେ ବିହାରୀ:

ତାଙ୍କର ଆଘାତ ଏପରି ଗମ୍ଭୀର ଥିଲା କି ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ବି ସେ ନିଜର ବ୍ୟାଟ ସହାରାରେ ଛୋଟେଇ ଛୋଟେଇ ଫେରୁଥିଲେ। ତାଙ୍କର ଏହି ସାହାସିକତା ପାଇଁ ସମସ୍ତେ ତାଙ୍କୁ ସଲାମ କରୁଥିଲେ। ଏତେ କଷ୍ଟ ସହିକି ବି ସେ ଟିମ ପାଇଁ ଲଢୁଥିଲେ। ଏହି କଷ୍ଟ ସହିକି ଖେଳିବାର ଗୁଣ ସେ ୧୨ବର୍ଷ ବୟସରେ ହିଁ ଶିଖି ଯାଇଥିଲେ ଯେତେବେଳେ କି ତାଙ୍କର ପିତାଙ୍କର ନିଧନ ହେବାପରେ ବି ସେ ନିଜର ଟିମକୁ ଜିତେଇବା ପାଇଁ ଚେଷ୍ଟା କରିଥିଲେ।

Google

ପ୍ରକୃତରେ ବିହାରୀ ଯେତେବେଳେ ମାତ୍ର ୧୨ବର୍ଷର ଥିଲେ ତ ତାଙ୍କ ପିତା ଦୁନିଆ ଛାଡିକି ଚାଲି ଯାଇଥିଲେ। ତାଙ୍କ ପିତାଙ୍କର ନିଧନ ହେବାପରେ ସେ ଏତେ ଭାଙ୍ଗି ପଡ଼ିଥିଲେ କି ସେ ପ୍ରାୟ ୫ଦିନ ଯାଏ ନିଖୋଜ ହେଇ ଯାଇଥିଲେ। ତା ପରେ ତାଙ୍କ ମାଙ୍କୁ ଜଣା ପଡିଲା କି ସେ ତାଙ୍କ ସ୍କୁଲ ଟିମକୁ ମ୍ୟାଚ ଜିତେଇବାରେ ବ୍ୟସ୍ତ ଥିଲେ। ଏହି ମ୍ୟାଚରେ ସେ ପ୍ରାୟ ୮୨ରନ ବନେଇ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *