ଆଜି ଭାରତ ୨୧ ଦଶକରେ ପହଁଚିଗଲାଣି। ଦେଶ ଆଧୁନିକତା ଆଡ଼କୁ ଦ୍ରୁତ ବେଗରେ ଗତି କରୁଛି କିନ୍ତୁ ଏବେବି କିଛି ମାମଲାକୁ ନେଇ ଭାବନା ବିକଶିତ ହୋଇନାହିଁ। ଏବେ ସମଲିଙ୍ଗୀୟ ସମ୍ବନ୍ଧକୁ ହିଁ ନିଅନ୍ତୁ। ଭାରତୀୟ ସମାଜ ଏହାକୁ ସ୍ୱୀକାର କରିନଥାଏ। ଯଦି ପରିବାରର କୌଣସି ସଦସ୍ୟ ଏହି କାମ କରେ ତ ପୁରା ପରିବାର ତାକୁ ବିରୋଧ କରିଥାଏ।

ଏବେ ଝାଡ଼ଖଣ୍ଡର କୋଡ଼ରମା ଜିଲ୍ଲାର ଝୁମରିତିଲେୟା ଥାନା କ୍ଷେତ୍ରର ଏହି ଘଟଣାକୁ ନିଅନ୍ତୁ। ଏଠାକାର ଏକ ପରିବାରର ଦୁଇ ଭଉଣୀଙ୍କୁ ପରସ୍ପର ଭିତରେ ପ୍ରେମ ହୋଇଗଲା ଓ ସେମାନେ ନିଜ ଭିତରେ ସମଲିଙ୍ଗିୟ ବିବାହ ମଧ୍ୟ କରିଦେଲେ। ଦୁଇ ଭଉଣୀ ପୂର୍ବ ଦୁଇମାସ ହେବ ଘରୁ ବାହାରଥିଲେ। ଯେବେ ଘର ଲୋକ ତାଙ୍କୁ ପାଇଲେ ତାଙ୍କୁ ଥାନାକୁ ନେଇଗଲେ ଓ ପୋଲିସ ଦୁହିଁଙ୍କୁ ଦୁଇ ଚାପୁଡ଼ା ମାରି ବାହାର କରିଦେଲା।
ସୂଚନା ଅନୁସାରେ ଦୁଇ ଝିଅ ମମେରି-ଫୁଫେରି ସମ୍ପର୍କରେ ଭଉଣୀ ଅଟନ୍ତି। ଦୁହିଁଙ୍କୁ ପରସ୍ପର ଭିତରେ ପ୍ରେମ ହୋଇଯାଇଥିଲା। ସେମାନେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଘର ଲୋକ ଏହାକୁ ବିରୋଧ କରିଥିଲେ। ସେମାନଙ୍କ ବାହାଘର ଅନ୍ୟ ପୁଅ ସହ କରିବା ପାଇଁ ଘର ଲୋକ ଠିକ କଲେ। ଏହା ପରେ ଦୁଇ ଭଉଣୀ ଘରୁ ପଳାଇଯାଇ ବିବାହ କରିଲେ।
ଝିଅମାନେ ନିଖୋଜ ହେବାପରେ ପରିବାର ଲୋକ ତିଲିୟା ଥାନାରେ କେସ କଲେ। ଏହା ପରେ ଜଣାପଡିଲା କି ଦୁଇ ଭଉଣୀ ଜିଲ୍ଲାର ଚନ୍ଦବାରା ଅଞ୍ଚଳରେ ଘର ଭଡା କରି ରହୁଛନ୍ତି। ଏହା ପରେ ଘର ଲୋକ ସେଠାରେ ପହଂଚି ଦୁହିଁଙ୍କୁ ଧରି ନେଇ ଆସିଲେ। ଏହାର ସୂଚନା ପୋଲିସକୁ ଦେଲେ। ପୋଲିସ ଦୁହିଁଙ୍କୁ ପାଟି କରି ଚାପୁଡ଼ା ମାରି ପଠାଇଦେଲା।

ସୂଚନା ଅନୁସାରେ ଦୁଇ ଝିଅ ବାଲିଙ୍ଗ ଅଟନ୍ତି। କିଛି ଦିନ ପୂର୍ବରୁ ହିଁ ଦୁହେଁ ନିଜ ଭିତରେ ବିବାହ କରିଥିଲେ। ଦୁହିଁଙ୍କ ଜିଦି ଥିଲା କି ଜଣେ ଜଣଙ୍କ ସହ ସାରା ଜୀବନ ବିତାଇବେ।କିନ୍ତୁ ପରିବାର ଲୋକ ତାଙ୍କର ଏହି ଜିଦିକୁ ନେଇ ଚିନ୍ତିତ ଥିବାର ଜଣା ଯାଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।