ପ୍ରେମ ବିବାହକୁ ନେଇ ବାପଘର ଗୁଣ୍ଡା ଲଗାଇ ଶଶୁର ଘର ଲୋକଙ୍କୁ ମରଣାନ୍ତକ ଆକ୍ରମଣ । ଜାଣନ୍ତୁ ପୁରା ମାମଲା

ଆମେ ଅନେକ ସମୟରେ ଦେଖିଛେ ପ୍ରେମକୁ ନେଇ ସୃଷ୍ଟି ହୋଇଥାଏ ବିଭିନ୍ନ ସମସ୍ୟା। ଅନେକ ସ୍ଥାନରେ କେବଳ ପ୍ରେମ ପାଇଁ ହିଁ ମରାମରି, ହଣାହଣୀ ହୋଇଥାନ୍ତି ଲୋକ। କେଉଁଠି ପୁଅଘର ରାଜିନଥାନ୍ତି ତ କେଉଁଠି ଝିଅ ଘରଲୋକ ରାଜି ନଥାନ୍ତି। ପୁଣି ପ୍ରେମ ପାଇଁ ଏକ ମରଣାତ୍ମକ ଆକ୍ରମଣ ହୋଇଛି। ଏଭଳି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନ ନାରଙ୍ଗପୁର ଗ୍ରାମରେ ବୋଲି ଜଣା ଯାଇଛି।

Google

ଏଠାରେ ଗୋଟେ ପୁଅ ଓ ଝିଅ ପରସ୍ପରକୁ ଭଲ ପାଇ ଵିଵାହ କରିଥିଲେ କିନ୍ତୁ ଏହି ପ୍ରେମ ବିବାହକୁ ସ୍ୱୀକୃତି ଦେଇନଥିଲେ ବାପଘରଲୋକ ଓ ଘଟାଇ ଦେଇଥିଲେ ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ଝିଅଟି ଭଲ ପାଇ ବାହାହୋଇ ପ୍ରାୟତଃ ଦୁଇ ମାସ ହେବ ନିଜ ଶଶୁର ଘରେ ରହୁଥିଲା କିନ୍ତୁ ଏହି ବାହାଘରେ ରାଜିନଥିଲେ ବାପଘର ଲୋକ। ଶେଷରେ ଝିଅକୁ ଗୁଣ୍ଡା ଲଗାଇ ତାର ଶଶୁର ଘରୁ ଉଠାଇନେଇଛନ୍ତି ବାପଘର ଲୋକ। ଅନେକ ଭଡାଟିଆ ଗୁଣ୍ଡା ହଠାତ ପଶିଆସିଥିଲେ ଘରକୁ ଓ ଆରମ୍ଭ କରିଦେଇଥିଲେ ମରାମରି। ଶାଶୁଘର ଲୋକ ଅଟକାଇବା ଦ୍ଵାରା ଜ୍ୱାଇଁ, ତାର ବାପା, ମା ଓ ଭଉଣୀଙ୍କୁ ମଧ୍ୟ ଗୁଣ୍ଡା ମାନେ ମାରିଥିଲେ ବୋଲି ତଥ୍ୟରୁ ଜଣା ଯାଇଛି। ଝିଅକୁ ନେଇଯାଇଥିଲେ କିନ୍ତୁ ଜଣେ ଗୁଣ୍ଡା ଯାଇପାରିନଥିଲା ପରିବାର ଲୋକଙ୍କ ହାତରୁ ଓ ତାକୁ ଅଟକାଇ ରଖିଥିଲେ ପରିବାର ଲୋକ।

Google

ଏହା ପରେ ପୋଲିସ ଆସି ସେହି ଗୁଣ୍ଡାକୁ କାବୁ କରିଛି।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନ ନାରଙ୍ଗପୁର ଗାଁର ଦୀପଲ କୁମାର ପରିଡାଙ୍କ ପୁଅ ସମ୍ବିତ ଅଶୋକ ବେହେରାଙ୍କ ଝିଅ ଜ୍ୟୋତିକୁ ବହୁତ ଭଲ ପାଉଥିଲା। ଜ୍ୟୋତିଙ୍କ ଘର ଅନୁଗୋଳ ଥାନା ଅମଲାପଡା ଅଞ୍ଚଳର। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଜ୍ୟୋତିଙ୍କ ପରିବାର ଲୋକ ଦୁହିଁଙ୍କ ବିବାହ ପାଇଁ ରାଜିହୋଇନଥିଲେ। ଶେଷରେ ବାଧ୍ୟ ହୋଇ ଦୁହେଁ ଲୁଚିକି ବିବାହ କରିନେଇଥିଲେ ଓ ଦୁଇମାସ ହେବ ଜ୍ୟୋତି ନିଜ ଶାଶୁ ଘରେ ରହୁଥିଲା। ଶେଷରେ ଜ୍ୟୋତିଙ୍କ ଭାଇ ଦିଲୀପ ବେହେରା ଘଟାଇଥିଲେ ଏପରି ଘଟଣା। ଏହାକୁ ନେଇ ଥାନାରେ ପୁଅଘର ଲୋକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ପରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *