ତୁମ ପ୍ରେମ ପ୍ରତାରଣା II
କେତେ ମୁଁ ରଚିବି ଲୁହର କବିତା
ଆଜି ତୁମେ ସାଥୀ କୁହ
କଥା ଦେଇଥିଲ ପର କରିବନି
ଦେବନି ଆଖିରେ ଲୁହ ।।
ଯେବେ ଚାଲିଗଲ କରି ମୋତେ ଏକା
ହେଇଗଲି ବାଟବଣା
ସେବେଠୁ ବୁଝୁଛି ପ୍ରେମ ମାନେ ଖାଲି
ଛଳନା ଓ ପ୍ରତାରଣା ।।
ମୋ ଆଖିରୁ ଯେବେ ଶୁଖିଗଲା ଲୁହ
ଓଠରୁ ଲିଭିଲା ହସ
ସ୍ବାର୍ଥପର ଦୁନିଆଟା ପାଇଁ ଆଉ
ରହିଲା କି ଅବଶୋଷ ।।
ହୃଦୟ ଭାଙ୍ଗିଲେ ଲୁହ ଝରେ ନାହିଁ
ଝରେ ଶ୍ରାବଣର ଧାର
ହୃଦୟକୁ ମୋର ଭାଙ୍ଗି ଦେଇ ତୁମେ
ହେଇଗଲ ସ୍ବାର୍ଥପର ।।

ତୁମ ପ୍ରେମର ମାନେ କିଛି ନାହିଁ
ମନ ଦିଅ ଯେବେ ଜାଳି
ତୁମେ ମୋତେ ଏକା କରି ଗଲା ପରେ
ଜାଳୁଛି ଲୁହର ଦିପାଳି ।।
କେତେ ଦେଖିଥଲି ସ୍ୱପ୍ନ ମୁଁ ତୁମକୁ
କରିବା ପାଇଁ ନିଜର
ତୁମେ ଚାଲିଗଲ ହୃଦୟକୁ ମୋର
କରି ଦେଇ ସାତପର ।।
ତୁମେ ଗଲାପରେ କେମିତି ବଞ୍ଚିଛି
ଭଙ୍ଗା ହୃଦୟକୁ ନେଇ
ମନରେ ମୋର ଥିଲା ଯେତେ ପ୍ରେମ
ବୋହିଗଲା ଲୁହ ହୋଇ ।।
ଧକ୍କା ଖାଉଥାଏ ଭଲ ପାଉଥାଏ
ଲୁହ ପିଉଥାଏ ହସି ହସି
ଏମନ ଏମିତି ବୁଝେନା ସେମିତି
ଭୁଲିବା ଲୋକଙ୍କୁ ଝୁରେ ବେଶି ।।
ଭୁଲି ଯାଅ ବୋଲି କହିଦେଲା ପରେ
ମନେ ପଡ ତୁମେ ବେଶି
ଇଚ୍ଛା ହୁଏ ଆଜି ବିନା ଦୋଷେ କିଏ
ଦେଇ ଦିଅନ୍ତା କି ଫାଶୀ ।।
ପ୍ରତାରଣା ଭରା ଏଇ ଦୁନିଆରେ
ସମ୍ପର୍କ ମିଛ ଖାଲି
ତଥାପି ଏ ମନ ଖୋଜେ ପ୍ରତି ମୁହୂର୍ତ୍ତରେ
ଅମାନିଆ ମନେ ବୋଲି ।।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ଇ-ମେଲ: satyabannayak1995@gmail.com