ବିଶ୍ୱାସ ପ୍ରେମରେ ସର୍ବୋତ୍ତମ ଅଟେ । କର୍ତ୍ତବ୍ୟ ଏହାଠୁ ଅଧିକ ଆବଶ୍ୟକ। ଯଦି ନିଜ ସାଥିଙ୍କ ସହ ଉଚିତ ସମ୍ପର୍କ କରିବେ ନାହିଁ ତେବେ ସେହି କର୍ତ୍ତବ୍ୟର ଲାଭ ହିଁ ନାହିଁ। ସନ୍ଦେହ ଏହା ପରେ ସେହି ସମ୍ପର୍କ କୁ ଭାଙ୍ଗିଦେବ। ଲୋକମାନେ ସମ୍ପର୍କରେ ମିଥ୍ୟାର ସାହାରା ନେଇ ଧୋକା ଦେବାକୁ ଚେଷ୍ଟା କରନ୍ତି ହେଲେ ଏମିତି ଏକ ଦିନ ଆସେ ଯେଉଁଥି ସବୁ ସତର ପ୍ରଦାଫାଶ ହୁଏ ଏବଂ ସମ୍ପର୍କ ଶେଷ ହୋଇଯାଇଥାଏ। ଏମିତି ଏକ ଘଟଣା ସୋସିଆଲ ମିଡିଆ ଘଟିଛି। ଗୋଟିଏ ପ୍ରେମିକା ନିଜ ପ୍ରେମିକର ମିଛକୁ ଚିହ୍ନି ପାରିଛି। ଝିଅଟି ଜାଣିନଥିଲା ଯେ ନିଜର ପ୍ରେମିକ ତାକୁ ଧୋକା ଦେଉଛି ମାତ୍ର ଗୋଟିଏ ସେଲ୍ଫି ସହାୟତାରେ ସବୁ ସତ୍ୟତା ଜଣାପଡିଲା। ସେହି ଡ଼ିଟେକ୍ଟିଭ ଝିଅଟି ନିଜ ପ୍ରେମିକର ଧୋକାକୁ କିପରି ଧରିଲା ଚାଲନ୍ତୁ ଜାଣିବା।

ଆଜିର ସମୟ ସ୍ମାର୍ଟଫୋନର ସମୟ । ଲୋକମାନେ ଭିଡ଼ିଓ କଲ ଓ ସେଲ୍ଫି ଦ୍ଵାରା ଜଣେ ଅନ୍ୟଜଣଙ୍କ ସହିତ ସାଙ୍ଗ ହୋଇ ରହୁଛନ୍ତି । ଏହି କାରଣ ପାଇଁ ଆଜିକାଲି ଦୂର ସମ୍ପର୍କ ସହଜ ହେଇଯାଇ ପାରୁଛି ।
ହେଲେ ଧୋକା ଦେଉଥିବା ଲୋକ କିପରି ବା ନିଜ ପ୍ରକୃତି ବଦଳାଇପାରିବେ? ୨୪ ବର୍ଷୀୟ ସିଡ଼ନି କିନଶ୍ଚ ନିଜ ଧୋକାବାଜ ପ୍ରେମିକର କଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଠି ଯୋଗୁଁ ଏବେ ଝିଅମାନେ ତତ୍ପର ହୋଇଯାଇଛନ୍ତି।
ତାଙ୍କ ସମ୍ପର୍କ ସିଡନୀଙ୍କ ପାଇଁ ବହୁତ ସାଧାରଣ ଥିଲା ମାତ୍ର ପ୍ରେମିକ ଦେଇଥିବା ଏକ ସେଲ୍ଫି ପରେ ସବୁ ଓଲଟା ହୋଇଗଲା । ନିଜ ପ୍ରେମିକ ସହିତ ସିଡ଼ନି ହିଁ ରହୁଥିଲେ କିନ୍ତୁ କିଛି ଦିନ ପୂର୍ବରୁ ତାର ପ୍ରେମିକ କାମର ମିଛ ବାହାନା କହି ବାହାରକୁ ଯିବାର ପ୍ଲାନ କରିଥିଲା ।
ନିଜ ପ୍ରେମିକ ଉପରେ ସିଡ଼ନିର ପୁରା ବିଶ୍ୱାସ ଥିଲା ସେଥିପାଇଁ ସେ କିଛି ବି ପ୍ରଶ୍ନ କଲା ନାହିଁ । ତାପରେ ପ୍ରେମୀ ତାର ଡେଟକୁ ଚାଲିଗଲା । କିଛି ଦିନ ଅନ୍ତରାଳରେ ନିଜ ସ୍ନାପଚାର୍ଟରେ ସିଡ଼ନିଙ୍କୁ ତାର ପ୍ରେମିକର ଏକ ଫଟୋ ଆସିଲା।
ମାତ୍ର ସେହି ଫଟୋରେ ତାର ପ୍ରେମିକ ଏକ ସନ ଗ୍ଲାସ ଲଗାଇଥିଲା ଓ ରାସ୍ତାରେ ଯାଉଥିଲା । ଆଗ ତ ସିଡନି ସେହି ଫଟୋକୁ ଦେଖି ଖୁସି ହୋଇଯାଇଥିଲେ ମାତ୍ର ଏହା ପରେ ତାର ନଜର ପ୍ରେକିକର ଚଷମାରେ ପଡିଲା ତ ସେ ଆଶ୍ଚର୍ଯ୍ୟ ଚାକିତ ହୋଇଗଲା ।
ଯେତେବେଳେ ସେ ଧ୍ୟାନ ସହ ପ୍ରେମିକର ଚଷମାକୁ ଦେଖିଲେ ଜାଣିବାକୁ ପାଇଲେ ଯେ କାରରେ ଆଉ ଏକ ମହିଳା ଅଛନ୍ତି । ସେହି ମହିଳାଙ୍କ ଗୋଡ଼ ଚଷମାରେ ପୁରା ସ୍ପଷ୍ଟ ଦେଖାଯାଉଥିଲା। ସେ ସଂଗେ ସଂଗେ ସେହି ସେଲ୍ଫି ନେଇଗଲେ। ସେହି ପୁଅ ସହିତ ଚାରିବର୍ଷ ହେବ ସିଡ଼ନି ରିଲେସନସିପରେ ଥିଲା ।

ଟିକଟକରେ ନିଜ ପ୍ରେମିକର ଧୋକା ସିଡ଼ନି ସେୟାର କରିଥିଲେ । ଏବେ ଯାଏ ୧୮ ଲକ୍ଷ ଲୋକ ଦେଖିସାରିଲେଣି। ଭାଇରାଲ ହେବାପରେ ଭିଡିଓ ଟି, ଅନ୍ୟ ଝିଅମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଲୋକମାନେ ମତ ଦେଇଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।