ବିହାରର ଏକ ପରିବାର ନିଜ ନାବାଳିକାର ବିବାହ ତା ଟିଉସନରେ ପଢ଼ୁଥିବା ଏକ ପୁଅ ସହ କରେଇଦେଲେ। ଏହି ଘଟଣା ଜମୁଇ ଜିଲ୍ଲାର ସିମୁଳତାଲା ଥାନା ଅଞ୍ଚଳର ଅଟେ। ସୂଚନା ମୁତାବକ ଝିଅର ଆଫେୟାର ଥିଲା ସେହି ପୁଅ ସହ।ପରବାର ଲୋକେ ନିଜ ଝିଅ ତଥା ସେହି ପ୍ରେମୀକୁ ବହୁତ ବୁଝେଇଲେ ହେଲେ ଏମାନେ ମାନିଲେ ନାହିଁ। ପରିବାର ଲୋକେ ଏମାନଙ୍କୁ ଏକା ସହ ଧରିଲେ ଓ ଏମାନଙ୍କ ବିବାହ କରିଦେଲେ। ପ୍ରଥମେ ପରିବାର ଲୋକେ ପୁଅ ଓ ଝିଅକୁ ବହୁତ ପିଟିଲେ ଓ ମନ୍ଦିର ଯାଇ ଦୁହିଁଙ୍କ ବିବାହ କରିଦେଲେ। ଗାଁ ଲୋକମାନେ ଏହି ପୁରା ମାମଲାରେ ଝିଅ ଘର ଲୋକର ସାଥ ଦେଇଛନ୍ତି।

କଣ ଅଟେ ପୁରା ମାମଲା:-
ବାଙ୍କା ଜିଲ୍ଲାର ଚାନ୍ଦନ ଇଲାକାର ଗୋବିନ୍ଦପୁର ଗାଁ ରେ ରହୁଥିବା ପୁଅକୁ ଜମୁଇ ଜିଲ୍ଲାର ସିମୁଲତଲା ଅଞ୍ଚଳର ଟେଲବା ଗାଁର ନାବାଳିକା ଝିଅ ସହ ପ୍ରେମ ହୋଇଯାଇଥିଲା। ଟିଉସନ ସମୟରେ ଉଭୟଙ୍କ ମଧ୍ୟରେ ସାଙ୍ଗ ସମ୍ପର୍କ ସୃଷ୍ଟି ହୋଇଥିଲା। ଯାହାକି ପ୍ରେମରେ ବଦଳିଗଲା। ଗୁରୁବାରକୁ ନିଜ ପ୍ରେମୀ ସହ ଦେଖାକରିବା ପାଇଁ ଝିଅ କାହାକୁ ନ କହି ଟେଲବା ବଜାରକୁ ପଳେଇଥିଲା। ଏଠାରେ ଦୁହିଁଙ୍କୁ ଧରାଯାଇ ବହୁତ ମାଡ଼ ହୋଇଥିଲା।
ଝିଅର ପରିବାରକୁ ଉଭୟଙ୍କ ସମ୍ପର୍କ ବିଷୟରେ ବହୁତ ଆଗରୁ ଜଣାଥିଲା। ପରିବାର ଲୋକେ ବହୁତ ବୁଝେଇବା ପରେ ମଧ୍ୟ ଏମାନେ ମାନିଲେ ନାହିଁ ଓ ପରସ୍ପରକୁ ଦେଖା କରିଲେ। ଏଥିପାଇଁ ପରିବାର ଲୋକେ ଏମାନଙ୍କ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

ଗ୍ରାମୀଣ ଲୋକେ ଝିଅ ପରିବାରକୁ ସମର୍ଥନ କରି ଟେଲବା ବଜାର ମଧ୍ୟ ବିଦ୍ୟାଳୟ ପରିସର ସ୍ଥିତ ଶିବ ମନ୍ଦିରରେ ହିନ୍ଦୁ ରୀତି ଅନୁସାରେ ଏମାନଙ୍କ ବିବାହ କରିଦେଲେ । ହେଲେ ଝିଅର ବୟସ ୧୮ ବର୍ଷରୁ କମ ଥିଲା। ଏମିତିରେ ନାବାଳିକା ଝିଅର ବିବାହ କରିଥିବାରୁ ଝିଅର ବାପାଙ୍କ ଉପରେ କେସ ଦର୍ଜ ହୋଇପାରେ।
ନିୟମ ଅଛି କି ନାବାଳିକା ବିବାହ କରିବା ଅପରାଧ ଅଟେ।ଏହି ମାମଲାରେ ଝିଅର ପିତାଙ୍କ ଉପରେ କେସ ଦର୍ଜ ହୋଇପାରେ। ହେଲେ ଝିଅ କୋର୍ଟରେ ୧୬୪ ବୟାନ ଦ୍ୱାରା ନିଜ ଇଚ୍ଛା ଅନୁସାରେ ବିବାହ କରିଥିବା କଥା କହିଛନ୍ତି। ତ କୋର୍ଟ ଯୁବକଙ୍କୁ କ୍ଷମା କରିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।