ବିବାହ ପୂର୍ବରୁ ୬ ଲକ୍ଷ ଟଙ୍କା ନେଇ ପ୍ରେମିକା ଫେରାର। ସମ୍ପୂର୍ଣ୍ଣ ଘଟଣା ଜାଣିଲେ ହୋସ ଉଡିଯିବ।

ଲଖନଉରେ ଏକ ଲୁଟେରୀ କନ୍ୟା ବିବାହ ପୂର୍ବରୁ ହେବାକୁ ଥିବା ବରକୁ ଲକ୍ଷ ଟଙ୍କାର ଚୂନା ଲଗାଇ ଫେରାର ହୋଇଗଲା। ୧୬ ଡିସେମ୍ବରକୁ ଯୁବକର ବିବାହ ହେବାର ଥିଲା କିନ୍ତୁ ତା ପୂର୍ବରୁ ହିଁ ଝିଅ ତାକୁ ଲୁଟିକରି ଫେରାର ହୋଇଗଲା। ପ୍ରକୃତରେ ମନୋଜ ଅଗ୍ରୱାଲ ନାମକ ଯୁବକଙ୍କର ମ୍ୟାଟ୍ରିମୋନିୟାଲ ୱେବସାଇଟ ଜୀବନସାଥି ଡଟ କମ ମାଧ୍ୟମରେ ଏକ ଝିଅ ସହ ପରିଚୟ ହୋଇଥିଲା ଯାହାପରେ କଥା ଯାଇ ବାହାଘର ଠାରେ ଅଟକିଲା ।

Google

ଲଖନଉରେ ରହୁଥିବା ମନୋଜ ଅଗ୍ରୱାଲ ବିବାହ ପାଇଁ ଜୀବନସାଥି ଡଟ କମରେ ନିଜର ପ୍ରୋଫାଇଲ ତିଆରି କରିଥିଲେ। ଏହା ମଧ୍ୟରେ ୧୫ ଅଗଷ୍ଟକୁ ପ୍ରିୟଙ୍କା ସିଂହ ନାମକ ଏକ ଝିଅଙ୍କର ତାଙ୍କୁ ଅନୁରୋଧ ମିଳିଲା ଯାହାପରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳପ ଆରମ୍ଭ ହୋଇଗଲା। ମନୋଜଙ୍କ ଅନୁସାରେ ଝିଅ ତାଙ୍କୁ କହିଥିଲେ କି ସେ ବି ବିହାରର ବାସିନ୍ଦା ଅଟନ୍ତି ଓ ତାଙ୍କର ମାତା-ପିତାଙ୍କର ଦେହାନ୍ତ ହୋଇଯାଇଛି। ସେ ନିଜ ମାଉସୀଙ୍କ ସହ ରୁହନ୍ତି ଓ ଦିଲ୍ଲୀରେ ରହି ପାଠପଢନ୍ତି।

କଥିତ ଭାବରେ ମନୋଜଙ୍କ ଘର ଲୋକ ଓ ପ୍ରିୟଙ୍କାର ମାଉସୀ କଥାବାର୍ତ୍ତା କରି ଦୁହିଁଙ୍କର ପ୍ରସ୍ତାବକୁ ସ୍ଥିର କରିଦେଲେ। ଏହା ମଧ୍ୟରେ ଯୁବତୀ ମନୋଜଙ୍କୁ ଏହା ମଧ୍ୟ କହିଲେ କି ସେ ଆଇଏଏସ(ୟୁପିଏସି)ର ପ୍ରସ୍ତୁତି କରୁଛନ୍ତି ଓ ଜଲ୍ଦି ହିଁ ତାର ଚୟନ ମଧ୍ୟ ହୋଇଯିବ। ମନୋଜଙ୍କ ଅନୁସାରେ ଏହି ବାହାନାରେ ଯୁବତୀ ପଇସା ମାଗିବା ଆରମ୍ଭ କରିଦେଲେ।ମନୋଜ କହିଲେ କି ଯୁବତୀ ପାଠପଢ଼ା ପାଇଁ କେବେ ୧୦ ହଜାର କେବେ ୨୦ ହଜାର ଓ ୫୦ ହଜାର ଟଙ୍କା ମାଗନ୍ତି ଓ ସେ ହେବାକୁ ଥିବା ସ୍ତ୍ରୀ ଭାବି ଦେଉଥିଲେ। ଏହି ପ୍ରକାରରେ ଯୁବକ ଘର ତିଆରି କରିବା ପାଇଁ ଜମା କରିଥିବା ପାଖାପାଖି ୬ ଲକ୍ଷ ଟଙ୍କା ସେହି ଝିଅକୁ ଦେଇ ଦେଇଥିଲେ।

Google

ଗତ ୬ ମାସରୁ ଦୁହିଁଙ୍କ ମଧ୍ୟରେ ହ୍ଵାଟସ୍ଆପ ଚାଟିଙ୍ଗ ଚଳୁଥିଲା ଓ ଦୁହିଁଙ୍କର ଦେଖା ଚାହାଁ ମଧ୍ୟ ହେଉଥିଲା। ଏହା ମଧ୍ୟରେ ୧୬ ଡିସେମ୍ବରକୁ ବିବାହର ତାରିଖ ସ୍ଥିର ହେଲା।ଯୁବକ ଏଥିରେ ବହୁତ ଖୁସି ହେଲା ଓ ନିଜ ବିବାହର ପ୍ରସ୍ତୁତିରେ ଲାଗିପଡ଼ିଲା। ଫେରାର ହେଇଥିବା ଯୁବତୀ ଯେବେ ମନୋଜଙ୍କୁ ଭେଟିବାକୁ ଲଖନଉ ପହଁଚିଲେ ତେବେ ତାଙ୍କର ଆସିବା-ଯିବାର ଫ୍ଲାଇଟର ଭଡା ମଧ୍ୟ ମନୋଜ ହିଁ ଦେଲେ। ଏ ପର୍ଯ୍ୟନ୍ତ କି ମନୋଜ ମଲରେ ତାଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କାର ସପିଙ୍ଗ ମଧ୍ୟ କରାଇଲେ।

ଏହାପରେ କଥିତ ଭାବରେ ଆରୋପୀ ପ୍ରିୟଙ୍କା ସିଂହ ଶେଷ ଥର ହାଇଦ୍ରାବାଦ ଯିବାର କଥା କହି ମନୋଜଙ୍କୁ ଚୁନ ଲଗାଇ ଫେରାର ହୋଇଗଲେ। ଯୁବତୀଙ୍କ ହଜିବା ପରେ କେବଳ ତାଙ୍କର ହିଁ ନୁହେଁ ବରଂ ତାଙ୍କ ମାଉସୀର ଫୋନ ମଧ୍ୟ ବନ୍ଦ ଆସିଲା। ମନୋଜ ଯେବେ ପ୍ରିୟଙ୍କାଙ୍କ ଦ୍ଵାରା ଦିଆଯାଇଥିବା ଆଧାର କାର୍ଡ, ପ୍ୟାନ କାର୍ଡ ଓ ଭୋଟର ଆଇଡ଼ କାର୍ଡର ଯାଞ୍ଚ କଲେ ତେବେ ତାହା ମଧ୍ୟ ନକଲି ବାହାରିଲା।

Google

ଯେବେ ପୀଡିତ ଆରୋପୀ ପ୍ରିୟଙ୍କାର ଦିଆଯାଇଥିବା ଠିକଣାରେ ବିହାର ଓ ଦିଲ୍ଲୀରେ ଯାଞ୍ଚ କରିବାକୁ ପହଁଞ୍ଚିଲେ ତେବେ ତାହା ମଧ୍ୟ ନକଲି ବାହାରିଲା ଯାହାପରେ ପୀଡିତଙ୍କୁ ଠକେଇର ଅନୁଭବ ହେଲା। ବିବାହ ପୂର୍ବରୁ ହିଁ ପ୍ରିୟଙ୍କା ନାମର ଯୁବତୀ ମନୋଜଙ୍କୁ ଲୁଟିକରି ଫେରାର ହୋଇସାରିଥିଲେ। ଏହାପରେ ପୀଡିତ ମନୋଜ ହଜରତଗଞ୍ଜ ଥାନରେ ଯୁବତୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଇଛନ୍ତି।ଏବେ ପୋଲିସ ଏହି ମାମଲାର ଯାଞ୍ଚ କରୁଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *