ଯଦି ଆପଣ ଇଂଣ୍ଡେନ(Indane) ବା କୌଣସି ଅନ୍ୟ ଗ୍ୟାସ ଏଜେନ୍ସିର ଗ୍ରାହକ ଅଟନ୍ତି ତେବେ ୧ ନଭେମ୍ବରରୁ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନକୁ ଜାଣିବା ବହୁତ ଜରୁରୀ। କାରଣ ଏହି ପରିବର୍ତ୍ତନର ସୂଚନା ନପାଇବା ଦ୍ଵାରା ଆପଣଙ୍କୁ ଆଗକୁ ଯାଇ ବହୁତ ଅଶୁବିଧା ହୋଇପାରେ।

ବଦଳିବ ଗ୍ୟାସ ବୁକିଙ୍ଗ ନମ୍ବର:-୧ ନଭେମ୍ବରରୁ ଇଂଣ୍ଡେନ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା।ଗ୍ୟାସ ବୁକିଙ୍ଗ ନମ୍ବର କମ୍ପାନୀ ବଦଳାଇଦେଇଛି। ପୁରୁଣା ନମ୍ବରରେ ଗ୍ୟାସ ବୁକିଙ୍ଗ ସ୍ୱୀକର କରାଯିବନାହିଁ। ଇଂଣ୍ଡେନ ନିଜ LPG ଗ୍ରାହକ ମାନଙ୍କ ରେଜିଷ୍ଟ୍ରେର ମୋବାଇଲ ନମ୍ବରରେ ଗ୍ୟାସ ବୁକିଙ୍ଗ ପାଇଁ ନୂଆ ନମ୍ବର ପଠାଇଛି। ଏହା ଦ୍ଵାରା ସିଲିଣ୍ଡର ରିଫଲ ପାଇଁ ବୁକିଙ୍ଗ କରିପାରିବେ।
ଇଂଣ୍ଡିଅନ ଅୟେଲ କହିଛିକି ପ୍ରଥମ ରସୋଇ ଗ୍ୟାସ ବୁକିଙ୍ଗ ପାଇଁ ଦେଶର ଅଲଗା ଅଲଗା ସର୍ଫିଲ ପାଇଁ ଅଲଗା ଅଲଗା ମୋବାଇଲ ନମ୍ବର ଥିଲା। ଏବେ ଦେଶର ସବୁଠୁ ବଡ଼ ପେଟ୍ରୋଲୀୟମ କମ୍ପାନୀ ସାହୁ ସର୍ଫିଲ ପାଇଁ ଗୋଟିଏ ମୋବାଇଲ ନମ୍ବର କରିଛି। ଇଂଣ୍ଡେନ ଗ୍ୟାସରେ ଦେଶସାରା ଗ୍ରାହକଙ୍କୁ LPG ସିଲିଣ୍ଡର ବୁକିଙ୍ଗ କରିବା ପାଇଁ ୭୭୧୮୯୫୫୫୫୫ ନମ୍ବରକୁ କଲ ବା ମେସେଜ ପଠାଇବାକୁ ପଡିବ।
ଗ୍ୟାସର ଡ଼େଲିଭରି ସମୟରେ ଦେବାକୁ ପଡିବ ଓଟିପି:
LPG ଗ୍ୟାସ ସିଲିଣ୍ଡରର ଡ଼ିଲିଭରି (LPG Cylinder Home Delivery) ଏବେ ଗୋଟେ ଟାଇମ ପାସୱାଡ଼ ଆଧାରିତ ହେବ। ଗ୍ୟାସ ବୁକିଙ୍ଗ ପରେ ଗ୍ରାହକଙ୍କ ମୋବାଇଲକୁ ଏକ ଓଟିପି ପଠାଯିବ। ସିଲିଣ୍ଡରର ଡ଼େଲିଭରି ସମୟରେ ସେହି ଓଟିପିକୁ ଡେଲିଭରି ବଏକୁ ଦେବାକୁ ହେବ। କୋଡ଼ ସିଷ୍ଟମ ସହିତ ମିଶିବା ପରେ ହିଁ ସିଲିଣ୍ଡର ଡ଼େଲିଭରି ହେବ। ବିନା ଓଟିପି ଦ୍ଵାରା ସିଲିଣ୍ଡରରକୁ ଡ଼େଲିଭରି କରିବା ପାଇଁ ଡ଼େଲିଭରି ବଏ ମନାକରିବ।

ବଦଳିବ LPG ସିଲିଣ୍ଡରର ଦାମ:-
୧ ତାରିଫରୁ ତେଲ କମ୍ପାନୀମାନେ ଏଲପିଜି ସିଲିଣ୍ଡରର ଦାମ ମଧ୍ୟ ବଦଳାଇଥାନ୍ତି କିନ୍ତୁ ଏବେ ସିଲିଣ୍ଡର ଶସ୍ତା ହେବ ବା ମହଙ୍ଗା ହେବ ଏହା ୧ ତାରିଖକୁ ହିଁ ଜଣାପଡିବ।ଅକ୍ଟୋବରକୁ ଅୟେଲ କମ୍ପାନୀମାନେ କମର୍ସିୟଲ ସିଲିଣ୍ଡରର ଦାମ ବଢ଼ାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।