ଏବେ କେବଳ ମୋବାଇଲ ଦ୍ୱାରା ଏଲପିଜି ସିଲିଣ୍ଡର ବୁକିଙ୍ଗ କରିବାଦ୍ୱାରା ଘରକୁ ସିଲିଣ୍ଡର ଆସିବ ନାହିଁ । ବୁକିଙ୍ଗ କରିବା ପରେ ଆପଣଙ୍କୁ ଆଉ ଏକ କାମ କରିବାକୁ ହେବ।

ବ୍ୟୁରୋ ରିପୋର୍ଟ: ଏଲପିଜି ସିଲିଣ୍ଡରର ଘରକୁ ବିତରଣ କରିବାର ପ୍ରଣାଳୀ ଏବେ ଆଗାମୀ ମାସରେ ବଦଳିବାକୁ ଯାଉଛି । ଚୋରି ରୋକିବାକୁ ଏବଂ ସଠିକ ଗ୍ରାହକକୁ ଚିହ୍ନିବା ପାଇଁ ତେଲ କମ୍ପାନୀଗୁଡିକ ୧ ନଭେମ୍ବରରୁ ନୂଆ ପ୍ରଣାଳୀ ଲାଗୁ କରୁଛନ୍ତି । ଏହି ନୂଆ ପ୍ରଣାଳୀକୁ ଡେଲିଭରୀ ଆନ୍ଥଟିକେଶନ କାର୍ଡ(ଡିଏସି)ନାମ ଦିଆ ଯାଇଛି । ଏହି ପ୍ରଣାଳୀ ଅନୁସାରେ ବିନା ଓଟିପିର ଏଲପିଜି ସିଲିଣ୍ଡର ଆଣୁଥିବା ଦିନରେ ମିଳିବ ନାହିଁ ।
କଣ ଅଟେ ଘରକୁ ବିତରଣ କରିବାର ପ୍ରଣାଳୀ:
ଏବେ କେବଳ ମୋବାଇଲ ଦ୍ୱାରା ଏଲପିଜି ସିଲିଣ୍ଡର ବୁକିଙ୍ଗ କରିବାଦ୍ୱାରା ଘରକୁ ସିଲିଣ୍ଡର ଆସିବ ନାହିଁ । ବୁକିଙ୍ଗ କରିବା ପରେ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ କୋଡ଼ ଆସିବ। ଏହି କୋଡ଼ ଡେଲିଭରି ବଏକୁ ଦେବାକୁ ପଡିବ। ଯଦି କୋଡ଼ ଦେବେ ନାହିଁ, ତେବେ ସିଲିଣ୍ଡର ମିଳିବ ନାହିଁ । କୋଡ଼ କହିବା ପରେ ହିଁ ସିଲିଣ୍ଡର ମିଳିବ। ଏହି ପ୍ରଣାଳୀ କେଵଳ ଡୋମେଷ୍ଟିକ ସିଲିଣ୍ଡରରେ ଲାଗୁ ହେବ, କାମରଶ୍ରୀୟାଲ ସିଲିଣ୍ଡରରେ ନୁହେଁ।

ଯଦି ସିଷ୍ଟମରେ କିଛି ପୁରୁଣା ମୋବାଇଲ ନମ୍ବର ଦର୍ଜ ଅଛି,ତାହାଲେ ରିୟଲ ଟାଇମ ନିଜର ମୋବାଇଲ ନମ୍ବର ଅପଡେଟ କରିପାରିବେ। ଡେଲିଭରି ବୟ ପାଖରେ ମୋବାଇଲ ଆପ୍ ଥାଏ ସେହି ଆପ୍ ଜରିଆରେ ରିୟଲ ଟାଇମ ନିଜ ନମ୍ବର ଅପଡେଟ କରିହବ। ଏହାପରେ ତୁରନ୍ତ କୋର୍ଡ ଜେନେରେଟ କରିହବ। ଏହି କୋର୍ଡ ଦେଖାଇ ନିଜର ସିଲିଣ୍ଡରର ଡେଲିଭରି କରିନେବେ।
କିଛି ଅସୁବିଧା ନ ହେବା ପାଇଁ ଏହି କାମ କରନ୍ତୁ:-
କିଛି ଅସୁବିଧା ନ ହେବା ପାଇଁ ଆପଣ ପ୍ରଥମେ ନିଜ ମୋବାଇଲ ନମ୍ବର ଓ ଘରର ଠିକଣାକୁ ଅପଡେଟ କରିନିଅନ୍ତୁ। ଯେପରି ଡେଲିଭରି ସମୟରେ କିଛି ଅସୁବିଧା ନ ରୁହେ। ଏହି ସିଷ୍ଟମ ପ୍ରଥମେ ୧୦୦ ଟି ସ୍ମାର୍ଟ ସିଟିରେ ଆରମ୍ଭ ହେବ। ଏହା ପରେ ଧୀରେ ଧୀରେ ଏହା ଅନ୍ୟ ସହର ମାନଙ୍କରେ ଲାଗୁହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।