ଲକ୍ଷନୌ ନା ଗୁଜରାଟ? କାହାର ଅଧିକା ଚାନ୍ସ IPL ଜିତିବାର! ଗୋଟିଏ ପଟେ ରାହୁଲ ତ ଅନ୍ୟ ପଟେ ପାଣ୍ଡ୍ୟା

IPL 2022 ରେ ଏଣ୍ଟ୍ରି ହୋଇଥିବା ଦୁଇ ଟିମ ଲକ୍ଷନୌ ଏବଂ ଗୁଜରାଟ ଏବେ ଯାଏ ଜବରଦସ୍ତ ଫର୍ମରେ ଅଛନ୍ତି। ଲକ୍ଷନୌର କ୍ୟାପଟେନ କେ ଏଲ ରାହୁଲ ଥିବା ବେଳେ ଗୁଜରାଟର କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଅଟନ୍ତି। ଏହି ଦୁଇ ଦଳ ଏବେ ଯାଏ ପଏଂଟସ ଟେବୁଲରେ ନମ୍ବର ୧ ଓ ନମ୍ବର ୨ ରେ ଅଛନ୍ତି। ଦୁଇ ଦଳ ପଟେ ଚମତ୍କାର ଖେଳାଳି ବି ଅଛନ୍ତି।

Google

ଦୁଇ ଦଳ ପାଖରେ ଜବରଦସ୍ତ ଅଲରାଉଣ୍ଡର: ଏହି ଦୁଇ ଦଳରେ ସାମିଲ ଅଛନ୍ତି ଜବରଦସ୍ତ ଅଲରାଉଣ୍ଡର। ଲକ୍ଷନୌ ପାଖରେ ମାର୍କସ ଷ୍ଟୋଇନିକ୍ସ, କ୍ରୁନାଲ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଯେସନ ହୋଲଡ଼ର ଥିବା ବେଳେ ଗୁଜରାଟ ପଟେ ରାହୁଲ ତେୱାଟିଆ, ରାଶିଦ ଖାନ, ହାର୍ଦିକ ପାଣ୍ଡ୍ୟା ଭଳି ଖେଳାଳି ଅଛନ୍ତି।

ଦୁଇ ଦଳ ପାଖରେ ଜବରଦସ୍ତ ବୋଲିଂ ଲାଇନ: ଗୁଜରାଟ ଟିମ ଏବି IPL ରେ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ବୋଲିଂରେ ଦଳ ଉଚ୍ଚକୋଟିର ପ୍ରଦର୍ଶନ କରିଛି। ମହମ୍ମଦ ସାମୀ, ଲକି ଫର୍ଗୁସନ, ରସିଦ ଖାନ ଭଳି ବୋଲର ଗୁଜରାଟ ଟିମରେ ଥିବା ବେଳେ ଲକ୍ଷନୌ ପାଖରେ ଆଭେସ ଖାନ, ମୋହସିନ ଖାନ, ଦୁଷ୍ମନ୍ତ ଚମୀରା, ରବି ବିସ୍ନୋଇ ଭଳି ବୋଲର ଅଛନ୍ତି।

Google

ତେବେ ଆପଣଙ୍କ ଅନୁମାନରେ କେଉଁ ଦଳ IPL ଟ୍ରଫି ନିଜ ନାମରେ କରିପାରେ ତାହା କମେଣ୍ଟ କରି ଜଣାନ୍ତୁ। ତେବେ ଏହି ଦୁଇ ଦଳ IPL 2022 ରେ ଜବରଦସ୍ତ ଫର୍ମରେ ଥିବା ବେଳେ IPL ଇତିହାସର ସବୁଠୁ ଦୁଇ ସଫଳ ଟିମ ମୁମ୍ବାଇ ଓ ଚେନ୍ନାଇ ଏହି IPL ରେ ଏତେ ଖାସ୍ କରିପାରିନାହାନ୍ତି। ତେବେ ଗୁଜରାଟ ଓ ଲକ୍ଷନୌ ଛଡା RCB,RR ମଧ୍ୟ ସୁନ୍ଦର ଫର୍ମରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *