LSG vs PBKS: ପଞ୍ଜାଵକୁ ପରାସ୍ତ କଲା ଲକ୍ଷନୌ! ଆୟୁସ ବଦୋନି, ମେୟର୍ସଙ୍କ କମାଲ

ଆଇପିଏଲ ସିଜିନ ୧୬ର ୩୮ ତମ ମ୍ୟାଚ ରହିଥିଲା। ଏଥିରେ ପଞ୍ଜାବ ଓ ଲକ୍ଷ୍ନୌ ଦଳ ପରସ୍ପରକୁ ଭେଟି ଥିଲେ। ତେବେ ପ୍ରଥମେ ପଞ୍ଜାବ ଦଳ ଟସ ଜିତି ଲକ୍ଷ୍ନୌ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୫୭ ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଲକ୍ଷ୍ନୌ ପକ୍ଷରୁ ରାହୁଲ ୯ ବଲରେ ୧ ଚୌକା ଓ ୧ ଛକା ସାହାଯ୍ୟରେ ୧୨ ରନ କରି ଆଉଟ ହୋଇ ଯାଇଥିଲେ। କାଇଲ ମେୟର୍ସ ୨୪ ବଲରେ ୪ ଛକା ଓ ୭ ଚଉକା ସହାୟତାରେ ୫୪ ରନ କରିଥିଲେ।

ଆୟୁଷ ବାଦୋନି ୨୪ ବଲ ଖେଳି ୩ ଚଉକା ଓ ୩ ଛକା ସାହାଯ୍ୟରେ ୪୩ ରନ କରିଥିଲେ। ମାର୍କସ ଷ୍ଟୋଇନିସ ୪୦ ବଲରେ ୬ ଚଉକା ଓ ୫ ଛକା ସାହାଯ୍ୟରେ ୭୨ ରନ କରିଥିଲେ।

ନିକୋଲାସ ପୁରାନ ୧୯ ବଲ ଖେଳି ୧ଟି ଛକା ଓ ୭ ଚଉକା ଲଗାଇବା ସହିତ ୪୫ ରନ କରିଥିଲେ। କ୍ରୁନାଲ ପାଣ୍ଡ୍ୟା ୨ ବଲରେ ଗୋଟିଏ ଚଉକା ସହିତ ୫ ରନ କରି ନଟ ଆଉଟ ଥିଲେ। ଏହା ବ୍ୟତୀତ ଦୀପକ ହୁଡ୍ଡା ୬ ବଲ ଖେଳି ୧୧ ରନ କରି ନଟ ଆଉଟ ଥିଲେ।

ଏହି ରନ ଲକ୍ଷ୍ୟକୁ ଚେସ କରିବା ପାଇଁ ପଞ୍ଜାବ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଭସିମ୍ରନ ୧୩ ବଲ ଖେଳି ୨ ଚଉକା ସାହାଯ୍ୟରେ ୯ ରନ କରିଥିଲେ। ଏହା ସହିତ ଶିଖର ୨ ବଲ ଖେଳି ୧ ରନ କରି ଆଉଟ ହୋଇ ଯାଇଥିଲେ।ଅଥର୍ବ ତାଇଡ ୩୬ ବଲ ଖେଳି ୮ ଚଉକା ଓ ୨ ଛକା ସାହାଯ୍ୟରେ ୬୬ ରନ କରି ଆଉଟ ହୋଇ ଯାଇଥିଲେ। ସିକନ୍ଦର ରାଜା ୨୨ ବଲ ଖେଳି ୪ ଚଉକା ଓ ୧ ଛକା ବଳରେ ୩୬ ରନ କରି ଥିଲେ।

ଲିୟମ ଲିଭିଙ୍ଗଷ୍ଟନ ୧୪ ବଲରେ ୨ ଚଉକା ଓ ୧ ଛକା ସାହାଯ୍ୟରେ ୨୩ ରନ କରିଥିଲେ। ସାମ କରନ ୧୧ ବଲ ଖେଳି ୨ ଚଉକା ଓ ୧ ଛକା ସାହାଯ୍ୟରେ ୨୧ ରନ କରିଥିଲେ। ଜିତେସ ଶର୍ମା ୧୦ ବଲ ଖେଳି ୩ ଛକା ସାହାଯ୍ୟରେ ୨୪ ରନ କରିଥିଲେ।

ସାହରୁଖ ଖାନ ୯ ବଲ ଖେଳି ୬ ରନ କରିଥିଲେ।ରାହୁଲ ଚାହର ଓ ରବାଡା ଆଉଟ ହୋଇ ଯାଇଥିଲେ। ଅର୍ସଦିପ ସିଂ ୨ ବଲ ଖେଳି ୨ ରନ କରି ନଟ ଆଉଟ ରହିଥିଲେ। ତେବେ ଶେଷରେ ଏହି ମ୍ୟାଚ ଲକ୍ଷନୌ ୫୬ ରନରେ ବିଜୟ ହାସଲ କରିଥିଲା।

Leave a Reply

Your email address will not be published. Required fields are marked *