ଦିଲ୍ଲୀ ଓ ଲକ୍ଷନୌ ଭିତରେ ଖେଳାଯାଇଥିବା ମ୍ୟାଚରେ ଆଗ ବ୍ୟାଟିଂ କରିଥିଲା ଲକ୍ଷନୌ। ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ ବନାଇଥିଲା ଲକ୍ଷନୌ। ଲକ୍ଷନୌ ପକ୍ଷରୁ କେ ଏଲ ରାହୁଲ ୧୨ ବଲରେ ୮ ରନ କରି ଆଉଟ ହୋଇଯାଇଥିଲେ। ସେ ଗୋଟିଏ ଛକା ଲଗାଇଥିଲେ।
ଏହି ମ୍ୟାଚରେ କାଏଲ ମେୟର୍ସ ୩୮ ବଲରେ ୭୩ ରନର ପାରି ଖେଳିଥିଲେ। ସେ ୨ଟି ଚୌକା ଓ ୭ଟି ଛକା ଲଗାଇଥିଲେ। ଦୀପକ ହୁଡ୍ଡା ୧୮ ବଲରେ ୧୭ ରନ କରିଥିଲେ। କ୍ରୁନାଲ ପାଣ୍ଡ୍ୟା ୧୭ ରନ କରି ନଟ ଆଉଟ ଥିଲେ।
ମାର୍କସ ଷ୍ଟୋଇନିକ୍ସ ୧୦ ବଲରେ ୧୨ ରନ କରି ଆଉଟ ହୋଇଯାଇଥିଲେ। ନିକୋଲସ ପୁରନ ବି ଦମଦାର ବ୍ୟାଟିଂ କରିଥିଲେ। ପୁରନ ୨୧ ବଲରେ ୩୬ ରନର ପାରି ଖେଳିଥିଲେ। ଏହି ୩୬ ରନର ପାରିରେ ସାମିଲ ଥିଲା ୨ଟି ଚୌକା ଓ ୩ଟି ଛକା। ଆୟୁଷ ବଦୋନି ୭ ବଲରେ ୧୮ ରନ କରିଥିଲେ।
ଦିଲ୍ଲୀ ପକ୍ଷରୁ ଖଲିଲ ୨ଟି, ଚେତନ ସକାରିଆ ୨ଟି ୱିକେଟ, ଅକ୍ସର ପଟେଲ ଗୋଟିଏ ଓ କୁଳଦୀପ ୟାଦବ ଗୋଟିଏ ୱିକେଟ ନେଇଥିଲେ।
ତେବର ଦିଲ୍ଲୀ ପକ୍ଷରୁ ଓପ୍ନର ଆସିଥିଲେ ଡେଭିଡ ୱାରନର ଓ ପୃଥୀ ସ୍ଵ। ସ୍ଵ ୯ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ମିଚେଲ ମାର୍ସ ବିନା ରନ କରି ଆଉଟ ହୋଇଯାଇଥିଲେ। ଡେଭିଡ ୱାରନର ଜବରଦସ୍ତ ଖେଳର ପ୍ରଦର୍ଶନ କରୁଥିଲେ।
ଡେଭିଡ ୱାରନର ୪୮ ବଲରେ ୫୬ ରନ କରି ଆଉଟ ହୋଇଯାଇଥିଲେ। ସେ ୭ଟି ଚୌକା ଲଗାଇଥିଲେ। ସରଫରାଜ ଖାନ ୪ ରନ କରି ଆଉଟ ହୋଇଯାଇଥିଲେ। ରାଇଲି ରୁସୋ ୨୦ ବଲରେ ୩୦ ରନ କରିଥିଲେ। ସେ ଗୋଟିଏ ଛକା ଓ ୩ଟି ଚୌକା ଲଗାଇଥିଲେ। ରୋଭମାନ ପାୱେଲ ୧ ରନ କରି ଆଉଟ ହୋଇଯାଇଥିଲେ। ଅକ୍ସର ପଟେଲ ୧୧ ବଲରେ ୧୬ ରନ କରିଥିଲେ। ଦିଲ୍ଲୀ ୨୦ ଓଭରରେ ୧୪୩ ରନ କରି ଅଲ ଆଉଟ ହୋଇଯାଇଥିଲା।
ଲକ୍ଷନୌ ପକ୍ଷରୁ ମାର୍କ ଉଡ ୪ ଓଭର ବୋଲି କରି ୧୪ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ। ଆଭେସ ଖାନ ୨ଟି ଓ ରବି ବିସ୍ନୋଇ ୨ଟି ୱିକେଟ ଅକ୍ତିଆର କରିଥିଲେ।