ଚନ୍ଦ୍ର ଗ୍ରହଣ ତାରିଖ, ସମୟ, ଓ ସୁତକ କାଳ : ଏହି ବର୍ଷ ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୨୦୨୦ରେ ଲାଗିବ। ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣର ତାରିଖ, ସମୟ, ଓ ସୁତକ କାଳ ବିଷୟରେ।

ବର୍ଷ ୨୦୨୦ର ଶେଷ ଦ୍ୱିତୀୟ ମାସ ଚାଲୁଛି ଓ ଏହି ମାସରେ ଏହି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି।ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ମାସର ୩୦ ତାରିଖ ସୋମବାରକୁ ଲାଗିବ। ଏହି ବର୍ଷ ମୋଟ ୬(ଚନ୍ଦ୍ର ଗ୍ରହଣ-୪, ସୂର୍ଯ୍ୟଗ୍ରହଣ-୨) ଲାଗିବାକୁ ଅଛି। ଯାହାର ଶେଷ ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବର ଓ ଶେଷ ସୂର୍ଯ୍ୟ ଗ୍ରହଣ ଡିସେମ୍ବରକୁ ଲାଗିବ।
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ।ଏଥିପାଇଁ ଚନ୍ଦ୍ର ଗ୍ରହଣର ସୂତକ କାଳ ମାନ୍ୟତା ହେବନାହିଁ।ଏହି ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ କୁ ୧.୦୪ ରେ ଲାଗିବ ଓ ସନ୍ଧ୍ୟା ୫.୨୨ରେ ସରିବ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ ସେଥିପାଇଁ ଏହା ମାନ୍ୟତା ହେବ ନାହିଁ।
ଚନ୍ଦ୍ର ଗ୍ରହଣର ତିଥି ଓ ସମୟ:-
ଗ୍ରହଣ ଆରମ୍ଭ-୩୦ ନଭେମ୍ବର ୨୦୨୦ ଦିପ୍ରହର ୧.୦୪।
ଗ୍ରହଣର ମଧ୍ୟ ସମୟ-୩୦ ନଭେମ୍ବର ୨୦୨୦ ଦିପ୍ରହର ୩.୧୩ ।
ଗ୍ରହଣ ଶେଷ-୩୦ ନଭେମ୍ବର ୨୦୨୦ ସନ୍ଧ୍ୟା ୫.୨୨।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ଗ୍ରହଣ ପ୍ରତ୍ୟେକ ବ୍ୟକ୍ତି ଉପରେ ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ। ଏହି ବର୍ଷ ମୋଟ ୪ଟି ଚନ୍ଦ୍ର ଗ୍ରହଣ ପଡିଛି।
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କେଉଁଠି କେଉଁଠି ଦେଖାଯିବ:-
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଓ ଆମେରିକାରେ କିଛି ଅଂଶରେ ଦେଖାଯିବ।କିନ୍ତୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ ସେଥିପାଇଁ ଏହାର ପ୍ରଭାବ ଭାରତରେ ପଡିବ ନାହିଁ।

ସୂତକ କାଳ:-
ଗ୍ରହଣର ପୂର୍ବ ସମୟକୁ ସୁତକ କାଳ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଥାଏ। ଗ୍ରହଣ ଶେଷ ହେବା ପରେ ଏହା ଶେଷ ହୋଇଯାଏ। ସେଥିପାଇଁ ଗ୍ରହଣ ଲାଗିବା ପୂର୍ବରୁ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯେହେତୁ ଭାରତରେ ଦେଖାଯିବ ନାହିଁ ତେଣୁ ଭାରତରେ ସୁତକ କାଳ ମାନ୍ୟତା ହେବ ନାହିଁ।
ଚନ୍ଦ୍ର ଗ୍ରହଣ କାହାକୁ କୁହାଯାଏ:-
ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ର ଗ୍ରହଣ ଏକ ପ୍ରକାର ଅଦ୍ଭୁତ ଭୌଗୋଳିୟ ଘଟଣାକ୍ରମ ଅଟେ। ଯେବେ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଆସିଥାଏ ସେବେ ଚନ୍ଦ୍ରମା ପୁରା ଢଳିଯାଇଥାନ୍ତି ଏହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।