ଚନ୍ଦ୍ର ଗ୍ରହଣ ୨୦୨୦: ନଭେମ୍ବରରେ ଏହି ଦିନରେ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, କିନ୍ତୁ ଲାଗିବ ନାହିଁ ସୁତକ ଜାଣନ୍ତୁ କଣ ପାଇଁ?

ଯେବେ ଯେବେ ଗ୍ରହଣ ଲାଗିଥାଏ ତେବେ ତାହାର କିଛି ଭଲ ଓ କିଛି ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ। ଯାହା ବି ହେଉ ଜ୍ୟୋତିଷଙ୍କ ନଜରରେ ଏହାକୁ ଅଶୁଭ ସମୟ ହିଁ ମାନାଯାଇଥାଏ ଯାହାର ନକରାତ୍ମକ ପ୍ରଭାବ ଗ୍ରହର ଚଳନ ଏବଂ ତାଙ୍କ ଜାତକରେ ପଡିଥାଏ।\

Google

ବର୍ଷ ୨୦୨୦ ନିଜର ଶେଷ ଆଡକୁ ବଢ଼ିବାରେ ଲାଗିଛି କିନ୍ତୁ ସରିବା ପୂର୍ବରୁ ଏହି ବର୍ଷ ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ତାହା ବି ୩୦ ନଭେମ୍ବରକୁ । ଯେବେ ଯେବେ ଗ୍ରହଣ ଲାଗିଥାଏ ତେବେ ତାହାର କିଛି ଭଲ ଓ କିଛି ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ। ଯାହା ବି ହେଉ ଜ୍ୟୋତିଷଙ୍କ ନଜରରେ ଏହାକୁ ଅଶୁଭ ସମୟ ହିଁ ମନାଯାଇଥାଏ ଯାହାର ନକରାତ୍ମକ ପ୍ରଭାବ ଗ୍ରହର ଚଳନ ଏବଂ ତାଙ୍କ ଜାତକରେ ପଡିଥାଏ ।

୩୦ ନଭେମ୍ବରକୁ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କେତେ ରୁ କେତେ ସମୟ ପର୍ଯ୍ୟନ୍ତ ହେବ,କେଉଁଠି କେଉଁଠି ହେବ ଏବଂ କେବେଠୁ ଆରମ୍ଭ ହେବ ଏହାର ସୁତକ କାଳ। ଏହା ବିଷୟରେ ଆପଣମାନଙ୍କୁ ବିସ୍ତାରରେ ସୂଚନା ଦେଉଅଛୁ।

କେବେଠୁ କେତେ ପର୍ଯ୍ୟନ୍ତ ହେବ ଗ୍ରହଣ:-

୩୦ ନଭେମ୍ବରକୁ ଚନ୍ଦ୍ର ଗ୍ରହଣ ଦ୍ଵିପ୍ରହର ୧ ବାଜି ୨ ମିନିଟରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ବାଜି ୨୨ ମିନିଟ ପର୍ଯ୍ୟନ୍ତ ରହିବ। ଅଥବା ଏହି ବର୍ଷ ଚନ୍ଦ୍ର ଗ୍ରହଣ ପାଖାପାଖି ସାଢ଼େ ୪ଘଣ୍ଟାର ରହିବ। ଆପଣଙ୍କୁ ଏହା ବି କହିଦେଉଛୁ କି ଏହା ଏକ ଉପଛାୟା ଗ୍ରହଣ ଅଟେ। ଯାହାର ଅର୍ଥ ଅଟେ କି ଯେବେ ପୃଥିବୀ ବାସ୍ତବିକ ଛାୟାରେ ନ ଆସିକି ତାହାର ଉପଛାୟାରେ ହିଁ ଫେରି ଯାଇଥାଏ। ତେବେ ଜହ୍ନରେ ଏକ ଅସ୍ପଷ୍ଟ ଛାୟା ଦେଖାଯାଏ। ଯେତେବେଳେ କି ଜହ୍ନର ଆକାରରେ କୌଣସି ପ୍ରକାରର ଫରକ ଦେଖିବାକୁ ମିଳେନାହିଁ । ଏହାକୁ ଇଂରାଜିରେ ପେନୁମବ୍ରଲ କୁହାଯାଏ।

Google
ସୁତକ ଲାଗିବ ନାହିଁ:-

ବିଶେଷ କଥା ଏହି ଯେ ଏହି ଗ୍ରହଣରେ ସୁତକ ମାନ୍ୟ ହୁଏ ନାହିଁ । ଏହା ଉପଛାୟା ଚନ୍ଦ୍ର ଗ୍ରହଣ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ନୁହେଁ।ଏଥି ପାଇଁ ସୁତକ କାଳ ମାନ୍ୟ ହୁଏ ନାହିଁ। ଯେବେ ପୂର୍ଣ୍ଣବା ଆଂଶିକ ଗ୍ରହଣ ହୁଏ,ସେତେବେଳେ ସୁତକ କାଳ ଲାଗେ।ଏହି ଗ୍ରହଣ ଭାରତ,ପ୍ରଶାନ୍ତ ମହାସାଗର ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ।

ଗ୍ରହଣ ଅନୁସାରେ ଶୁଭ କାମରେ ରୋକ:-

ମାନାଯାଏ କି ଗ୍ରହଣ ସମୟରେ ଶୁଭ କାମରେ ରୋକ ଲଗାଯାଇଥାଏ। ମାନେ ଯେତେବେଳେ ପର୍ଯ୍ୟନ୍ତ ଗ୍ରହଣ ଲାଗେ ସେତେବେଳେ ପର୍ଯ୍ୟନ୍ତ କୌଣସି ମଙ୍ଗଳକାର୍ଯ୍ୟ ହୁଏ ନାହିଁ ବରଂ ଏହି ସମୟରେ ଭଗବାନଙ୍କ ସ୍ମରଣ କରାଯାଏ।କୁହାଯାଏ ଏହି ସମୟରେ ଖାଦ୍ୟ ଖାଆନ୍ତି ନାହିଁ,କପଡା,ବାସନ ଧୁଆ ଯାଏ ନାହିଁ,କୌଣସି ଧାର ବସ୍ତୁର ବ୍ୟବହାର ହୁଏ ନାହିଁ। ଖାସ ଭାବେ ଗର୍ଭବତୀ ସ୍ତ୍ରୀଙ୍କ ଧ୍ୟାନ ରଖିବାକୁ କୁହାଯାଏ।ଗ୍ରହଣ ଦ୍ୱାରା ମନ୍ଦିର ମଧ୍ୟ ହୋଇଯାଏ ବନ୍ଦ:-

ଗ୍ରହଣ ହେବା ସମୟରେ ମନ୍ଦିର ମଧ୍ୟ ବନ୍ଦ ହୋଇଥାଏ।ଗ୍ରହଣ ହୋଇସାରିବା ପରେ ସବୁ ମୂର୍ତ୍ତିକୁ ଗଙ୍ଗାଜଳରେ ଧୁଆ ଯାଏ ଓ ଏହା ପରେ ମନ୍ଦିର ଦର୍ଶନ ପାଇଁ ଅନୁମତି ମିଳେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *