ମାଁ କାମାକ୍ଷାଙ୍କ ମନ୍ଦିରରେ ହୋଇଥାଏ ଅନେକ ଚମତ୍କାର, ଜାଣନ୍ତୁ କିପରି ରକ୍ତ ପରି ଲାଲ୍ ହେଇଯାଏ ବ୍ରହ୍ମପୁତ୍ର ନଦୀ ।

କାମାକ୍ଷା ଶକ୍ତିପୀଠ ୫୧ ଶକ୍ତିପୀଠ ମଧ୍ୟରୁ ଏକ ଅଟେ। ଏହି ଶକ୍ତିପୀଠ ବର୍ତ୍ତମାନ ଏକ ବହୁତ ବଡ଼ ଆସ୍ଥାର କେନ୍ଦ୍ର ହେଇଗଲାଣି। ଏହିଠାରେ ଅନେକ ଶକ୍ତି ନିହିତ ହେଇରହିଛି। ଯାହାଦ୍ୱାରା ଏଠାରେ ଅନେକ ଚମତ୍କାର ମଧ୍ୟ ହେଇଥାଏ। ତେଣୁ ଅନେକ ଅଘୋରୀ ତଥା ତାନ୍ତ୍ରିକମାନେ ଏଠାକୁ ଆସିଥାନ୍ତି। ଏହି ଚମତ୍କାର ଯୁକ୍ତ ମନ୍ଦିରରେ ମାତାଙ୍କର ଯୋନିର ପୂଜା କରାଯାଇଥାଏ । ମନ୍ଦିରରେ ମାତାଙ୍କର ଯୋନି ଭାଗ ରହିଥିବାରୁ ମାତା ଏବେ ରଜସ୍ୱଳା ହେଉଛନ୍ତି।

Google

କାମାକ୍ଷା ଶକ୍ତିପୀଠ ଆସାମର ରାଜଧାନୀ ଦିସପୁର୍ ଠାରୁ ୭ କି.ମି ଦୂରରେ ରହିଛି ଯାହାକି ନୀଳାଚଳ ପର୍ବତ ଠାରୁ ପାଖାପାଖି ୧୦ କି.ମି ଦୂରରେ ରହିଛି। ଏହି ମନ୍ଦିରରେ ଅନେକ ଚମତ୍କାର ହେଇଥାଏ। ଏହା ସହ ମନ୍ଦିର ବିଷୟରେ ଆହୁରି ଅନେକ ରୋଚକ ତଥ୍ୟ ମଧ୍ୟ ରହିଛି। ଆଜି ଆମେ ମନ୍ଦିର ବିଷୟରେ ଥବା ଅନେକ ରୋଚକ ତଥ୍ୟ ବିଷୟରେ ଆପଣଙ୍କୁ କହିବୁ।

(୧)ସ୍ତ୍ରୀ ମାନଙ୍କ ମଧ୍ୟରେ ରଜସ୍ଵଳା:-

ଏହା ଲୋକ ବିଶ୍ୱାସ ରହିଛି ଯେ ଏକ ନାରୀ ତଥା ସ୍ତ୍ରୀ ନିଜର ମାସିକ ଧର୍ମ ପରେହିଁ ପୂର୍ଣ ହେଇଥାଏ ମାତ୍ର ହିନ୍ଦୁ ଧର୍ମ ଅନୁସାରେ ଏହି ମାସିକ ଧର୍ମ ଅପବିତ୍ର ହେଇଥାଏ। ପ୍ରତ୍ୟେକ ନାରୀ ଜୀବନରେ ଏହି ସମୟ ଅବଶ୍ୟ ଆସିଥାଏ। ତେଣୁ ଏହି ସମୟରେ ସେ କୌଣସି ଧର୍ମାନୁଷ୍ଠାନକୁ ଯାଇପାରେନାହିଁ। ମାତ୍ର ଏହି ମାସିକ ଧର୍ମ ସମୟରେ କାମାକ୍ଷା ମନ୍ଦିରରେ ମାତାରାଣୀଙ୍କ ଦର୍ଶନ ଅତ୍ୟନ୍ତ ପବିତ୍ର ହେଇଥାଏ।

(୨)ତାନ୍ତ୍ରିକ ସିଦ୍ଧି ପାଇଁ ଗଡ଼:-

ତାନ୍ତ୍ରିକ ସିଦ୍ଧି ପାଇଁ ମାତାଙ୍କର ଏହି ମନ୍ଦିରକୁ ଉପଯୁକ୍ତ ସ୍ଥାନ ଭାବେ ପରିଗଣିତ କରାଯାଏ। ଏହି ମନ୍ଦିରରେ ତାରା,ଭୈରବୀ ତଥା ବଗଳାମୁଖୀଙ୍କ ପରି ତାନ୍ତ୍ରିକଦେବୀ ମାନଙ୍କର ମୂର୍ତ୍ତି ମଧ୍ୟ ରହିଛି। ତେଣୁ ତାନ୍ତ୍ରିକ ନିଜ ତନ୍ତ୍ର ସାଧନା ପାଇଁ ତାନ୍ତ୍ରିକ ଏବଂ ଅଘୋରୀମାନଙ୍କର ଏହା ଗଡ଼ ସଦୃଶ ଅଟେ।

Google
(୩)ମନ୍ଦିରର ପୁନଃ ନିର୍ମାଣ ହେଇଥିଲା:-

ଯାହା ଶୁଣାଯାଏ ଯେ ୧୬୦୦ ଶତାବ୍ଦୀରେ ମାତାରାଣୀଙ୍କର ଏହି ମନ୍ଦିରକୁ ନଷ୍ଟ କରିଦିଆଯାଇଥିଲା। ଇତିହାସରେ ମଧ୍ୟ ଏହି କଥାର ପ୍ରମାଣ ରହିଛି। ସମୟ କ୍ରମେ ୧୭୦୦ ଶତାବ୍ଦୀରେ କୁଚ୍ଚ ବିହାରର ରାଜା ନରନାରାୟଣ ଏହି ମନ୍ଦିରକୁ ଆଉଥରେ ନିର୍ମାଣ କରିଥିଲେ।

(୪)କାମାକ୍ଷା ଶକ୍ତିପୀଠ ଭାବେ ପ୍ରସିଦ୍ଧ ଏହି ମନ୍ଦିର:-

ଧର୍ମଗ୍ରନ୍ଥରେ ବର୍ଣ୍ଣିତ ୧୦୮ ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ। ମାତାଙ୍କର ଏହି ମନ୍ଦିର ନୀଳାଚଳ ପର୍ବତର ମଝାମଝି ପାଖାପାଖି ୮ କି.ମି ଦୂରରେ ରହିଛି। ଧର୍ମଗ୍ରନ୍ଥରେ ଉଲ୍ଲେଖରହିଛି ଯେ ଯେବେ ମାତା ପାର୍ବତୀ ନିଜ ପିତାଙ୍କ ଦ୍ୱାରା ଅପମାନିତ ହେଇ ଯଜ୍ଞକୁଣ୍ଡ ମଧ୍ୟକୁ ଝାସ ଦେଇଥିଲେ,ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କର ଶବକୁ ଧରି ତାଣ୍ଡବ କଲେ। ତେଣୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନଚକ୍ର ଦ୍ୱାରା ତାଙ୍କର ଶବକୁ ଦୁଇଭାଗ କରିଦେଲେ। ତେଣୁ ମାତାଙ୍କର ଯୋନି ଏବଂ ଗର୍ଭ ଆସି ଏହି ସ୍ଥାନରେ ପଡ଼ିଥିଲା ଏବଂ ସେହି ସ୍ଥାନରେ ଆଜି ମନ୍ଦିର ହେଇଛି।

(୫)କାମାକ୍ଷାଦେବୀଙ୍କ ସହ ବାହାଘର ପାଇଁ ସିଡ଼ିମାନଙ୍କର ସର୍ତ୍ତ:-

କାମାକ୍ଷାଦେବୀଙ୍କର ମନ୍ଦିରରେ ଥିବା ସିଡ଼ମାନଙ୍କର ମଧ୍ୟ ଏକ କାହାଣୀ ରହିଛି। ଆଜି ପର୍ଯ୍ୟନ୍ତ ମଧ୍ୟ କାମାକ୍ଷାଦେବୀଙ୍କର ସିଡ଼ି ଏଯାଏ ସମ୍ପୂର୍ଣ୍ଣ ହେଇନାହିଁ।ଲୋକକଥା ରହିଛି ଯେ ନରକାସୁର ନାମରେ ଏକ ଅସୁର ରହିଥିଲା। ମାତା କାମାକ୍ଷାଙ୍କ ସୌନ୍ଦର୍ଯ୍ୟତାରେ ମୁଗ୍ଧ ହେଇ ତାଙ୍କୁ ବିବାହ କରିବାକୁ ଇଚ୍ଛାକଲା ସେହି ଅସୁର। ମାତା କିନ୍ତୁ ତା ଆଗରେ ଏକ ସର୍ତ୍ତ ରଖିଥିଲେ। ଯଦି ସେ ସେହି ସର୍ତ୍ତକୁ ପୂରଣ କରିପାରିବେ ତେବେ ମାତା ସେହି ଅସୁରକୁ ବିବାହ କରିବେ। ସର୍ତ୍ତ ଥିଲା ଯେ ସେହି ଅସୁର ନୀଳାଚଳ ପର୍ବତ ଠାରୁ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ରାତିରେ ଗୋଟିଏ ଲମ୍ବା ସିଡ଼ି ତିଆରି କରିବ। ଅସୁର ଏହି କାର୍ଯ୍ୟ ପାଇଁ ରାଜି ହେଇଗଲା।ମାତ୍ର ମାତା ଯେତେବେଳେ ଜାଣିପାରିଲେ ଯେ ଅସୁର ସିଡ଼ି କରିଦେବ ସେହି ସମୟରେ ମାତା ଛଳ କଲେ। ସେହି ଅସୁରକୁ ସେହି ରାତିରେ କୁକୁଡ଼ା ବଳିଦେବାକୁ କହିଲେ।ଯେତେବେଳେ ସେ ଜାଣିପାରିଲା ଯେ ତାହା କୁକୁଡ଼ା ବୋଲି ସେହି ସମୟରେ ସେ ସର୍ତ୍ତ ହରିଗଲା ବୋଲି ଜାଣିପାରିଲା।ଯେଉଁ ସ୍ଥାନରେ କୁକୁଡ଼ା ବଳି ଦିଆଗଲା ସେହି ସ୍ଥାନକୁ କୁକୁଡ଼ାକତା ନାମରେ ପରିଚିତ ହେଇଗଲା। ସେହି ସମୟରୁ ମାତାଙ୍କର ମନ୍ଦିରର ସିଡ଼ି ଅଧା ହେଇକି ରହିଛି।

Google
(୬)ମାସିକ ଚକ୍ର:-

କେବଳ ଏହି ସ୍ଥାନରେ ମାତାଙ୍କର ଏହିଭଳି ଏକ ସ୍ୱରୂପ ରହିଛି ଯେଉଁଠାରେ ପ୍ରତିମାସରେ ମାସିକ ଧର୍ମ ଆସିଥାଏ।ଏହା ଆପଣଙ୍କୁ ଅଖାଡୁଆ ଲାଗୁଥିଲେ ମଧ୍ୟ କାମାକ୍ଷା ଦେବୀଙ୍କର ଭକ୍ତମାନଙ୍କ ଅନୁସାରେ ପ୍ରତିବର୍ଷ ଜୁନ ମାସରେ ଦେବୀଙ୍କର ରଜସ୍ୱଳା ରୂପ ସାମ୍ନାକୁ ଆସିଥାଏ।ସେହି ସମୟରେ ତାଙ୍କ ବହୁଥିବା ରକ୍ତଦ୍ୱାରା ସମ୍ପୂର୍ଣ୍ଣ ବ୍ରହ୍ମପୁତ୍ର ନଦୀ ଲାଲ୍ ହେଇଯାଏ। ଏହି ସମୟରେ ମାତାଙ୍କର ଗର୍ଭଗୃହର କବାଟ ଆପେଆପେ ବନ୍ଦ ହେଇଯାଇଥାଏ। ଏହି ସମୟରେ ମାତାଙ୍କର ଦର୍ଶନ ସମ୍ପୂର୍ଣ୍ଣ ନିଷେଧ ହେଇଥାଏ। ଏହି ୩ ଦିନ ସମୟରେ ମାତାଙ୍କର ମାସିକ ଚକ୍ର ହେଇଥାଏ,ଏବଂ ରକ୍ତ ସ୍ରାବ ମଧ୍ୟ ହେଇଥାଏ। ତେଣୁ ତାଙ୍କୁ ବହୁଥିବା ରକ୍ତର ଦେବୀ ମଧ୍ୟ କୁହାଯାଏ।

(୭)ବାମମାର୍ଗୀ ସାଧନା ପାଇଁ ସର୍ବୋଚ୍ଚ ପୀଠ:-

ବାମମାର୍ଗୀ ତନ୍ତ୍ର ସାଧନାପାଇଁ ଏହି ପୀଠହେଉଛି ସର୍ବୋଚ୍ଚ ପୀଠ। ମଛନ୍ଦରନାଥ,ଗୋରେଖନାଥ,ଲୋନାଚମାରି,ଇସମାଇଲଯୋଗୀ ଙ୍କପରି ଯେତେସବୁ ବଡ଼ ବଡ଼ ତାନ୍ତ୍ରିକ ସାଧକ ଆଜି ପର୍ଯ୍ୟନ୍ତ ହେଇଛନ୍ତି,ସେମାନେ ଏହି ସ୍ଥାନରେ ସାଧନା କରିଛନ୍ତି। ତନ୍ତ୍ରସାଧନା ସମୟରେ ରଜସ୍ୱଳା ସ୍ତ୍ରୀ ଏବଂ ତାର ରକ୍ତର ଅତ୍ୟନ୍ତ ଶୁଭ ହେଇଥାଏ। ତେଣୁ ମାତାଙ୍କ ରଜସ୍ୱଳା ସମୟରେ ଅଘୋରୀ ମାନେ ତନ୍ତ୍ରସାଧନା ପାଇଁ ଏଠାକୁ ଆସିଥାନ୍ତି।

Google
(୮)ଯୋନିଵସ୍ତ୍ର ମଧ୍ୟ ଏଠାରେ ଚଢ଼ାଯାଇଥାଏ:-

କାମାକ୍ଷା ମନ୍ଦିରରେ ଯେବେ ପର୍ବ ଆରମ୍ଭ ହେଇଥାଏ ସେହି ସମୟରେ ଯୋନି ଆକୃତିର ଥିବା ଶିଳାଖଣ୍ଡ ଯାହାକି ଗର୍ଭଗୃହ ରେ ରହିଥାଏ,ସେହି ଶିଳାରେ ଧଳା କପଡା ଚଢ଼ାଯାଇଥାଏ। ଏହି କପଡା ମଧ୍ୟ ରଜସ୍ୱଳା ସମୟ ହେଇଥିବାରୁ ପରବର୍ତ୍ତୀ ସମୟରେ ଲାଲ୍ ହେଇଯାଏ।ରଜସ୍ୱଳା ପରେ ପୂଜାରୀ ଏହି ପବିତ୍ର ବସ୍ତୁକୁ ଭକ୍ତବୃନ୍ଦଙ୍କ ମଧ୍ୟରେ ବାଣ୍ଟିଦେଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *