ବିରାଟ କୋହଲିଙ୍କ ଜାଗାରେ ଏହି ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି ଗ୍ଲେନ ମେକଗ୍ରାଥ।

ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର ଗ୍ଲେନ ମେକଗ୍ରାଥ ବକ୍ସି° ଡେ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଜାଗାରେ କେ ଏଲ ରାହୁଲଙ୍କୁ ସାମିଲ କରିବାର ପ୍ରସ୍ତାବ ଦେଇଛନ୍ତି।

Google

ଅଷ୍ଟ୍ରେଲିଆର ଦିଗଜ ପୂର୍ବ ବୋଲର ଗ୍ଲେନ ମେକଗ୍ରା ମେଲବର୍ନରେ ୨୬ ଡିସେମ୍ବରରେ ଖେଳିବାକୁ ଥିବା ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଡିଲେଡ଼ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଆଉ ଏକ ଦିନର ଶେଷ ପର୍ଯ୍ୟନ୍ତ ୬୨ ରନର ଲିଡ଼ ନେବା ବଦଳରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ୮ଟି ୱିକେଟରେ ହାରିଗଲା। ୩ୟ ଦିନର ପ୍ରଥମ ଘଣ୍ଟାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜଲବୁଡ଼ ଏବଂ ପେଟ କମିନ୍ସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭାଙ୍ଗିଦେଲେ। ଏହା ଚାଲୁଥିବା ବେଳେ ଇଣ୍ଡିଆ ଦଳ ଟେଷ୍ଟ କ୍ରିକେଟ ଇତିହାସରେ ନିଜର ନ୍ୟୂନତମ ସ୍କୋର ୩୬ ରନ ହିଁ କରିପାରିଲେ। ଅଷ୍ଟ୍ରେଲିଆ ୯୦ ରନକୁ ସହଜରେ ୨ ୱିକେଟ ହରାଇ ଜିତିନେଲା।

ମ୍ୟାଚ ପରେ ସୋନି ସ୍ପୋଟସ୍ ନେଟୱର୍କରେ ଗ୍ଲେନ ମେକଗ୍ରାଥ କହିଲେ କି ଭାରତକୁ ତୃତୀୟ ଦିନରେ ଭଲ ଆରମ୍ଭ କରିବାର ଥିଲା। ତାଙ୍କୁ ବିଜୟ ହାସଲ କରିବାର ଥିଲା କିନ୍ତୁ ଦୁର୍ଭାଗ୍ୟକୁ ଏପରି ହେଲା ନାହିଁ। ଏହା ଅଷ୍ଟ୍ରେଲିଆ ବୋଲରମାନଙ୍କ ଦ୍ଵାରା ଅବିଶ୍ୱସନୀୟ ପ୍ରଦର୍ଶନ ଥିଲା।

ବିରାଟ କୋହଲିଙ୍କ ଜାଗାରେ କେ ଏଲ ରାହୁଲ ଦଳରେ ସାମିଲ:

ଅଷ୍ଟ୍ରେଲିଆର ସଲାମୀ ବୋଲରଙ୍କ ସମସ୍ୟା ବି ସରିଯାଇଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ଜୋ ବନସ୍ ଅପରାଜିତ ଅର୍ଦ୍ଧଶତକ କରି ଫର୍ମକୁ ଫେରିବାର ସଙ୍କେତ ଦେଲେ ଯେବେକି ଡେଭିଡ଼ ୱାରନର ମେଲବର୍ନ ଟେଷ୍ଟ ପାଇଁ ଉପଲବ୍ଧ ଅଛନ୍ତି। ଆଉ ଏକ ପଟରେ ଭାରତୀୟ ଦଳକୁ ବିରାଟ କୋହଲିଙ୍କ ଘରକୁ ଯିବା ଏବଂ ମହମ୍ମଦ ଶାମିଙ୍କର ଆଘାତ ପାଇଁ କ୍ଷତି ସହିବାକୁ ପଡିପାରେ । କୋହଲି ନିଜ ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଯିବେ ଓ ତାଙ୍କ ଜାଗାରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ହେବେ।କୋହଲିଙ୍କ ନ ଖେଳିବା ଉପରେ ଗ୍ଲେନ ମ୍ୟାକଗ୍ରାଥ କହିଛନ୍ତି କି ସେ ପ୍ରଭାବ ପକେଇବା ଖେଳାଳି ଅଟନ୍ତି। ସେ ଉପଦେଶ ଦେଇଛନ୍ତି କି କୋହଲିଙ୍କ ଜାଗାରେ କେ ଏଲ ରାହୁଲଙ୍କୁ ଖେଳାଯାଉ ବୋଲି।

Google
ପୃଥ୍ଵୀ ସ ଜାଗାରେ ମିଳିଲା ଶୁଭମାନ ଗିଲଙ୍କୁ ମୌକା:

ମ୍ୟାକଗ୍ରାଥ ଭାରତୀୟ ଓପନିଂ ଯୋଡି ବଦଳେଇବାକୁ କହିଛନ୍ତି। ସେ କହିଛନ୍ତି କି ଭାରତ ପାଖରେ ଶୁଭମାନ ଗିଲ ବିକଳ୍ପ ଅଛନ୍ତି ଯିଏ ୱାଣ୍ଡେ ସିରିଜରେ ପଜେଟିଭ ନଜର ଆସିଥିଲେ। ପୃଥ୍ଵୀ ସ ଖରାପ ଫର୍ମରୁ କିପରି ବାହାରିବେ ପଚାରାଯିବା ପରେ ମ୍ୟାକଗ୍ରାଥ କହିଲେ,”ତାଙ୍କୁ ନିଜେ ଭାବିବାକୁ ହେବ ଯେ ସେ କିପରି ଯାଉଛନ୍ତି। ମୋତେ ସେହି କଥାର ଚିନ୍ତା ଅଛି ଯେ ସେ ଦୁଇଟି ପାରିରେ ଏକା ଭଳି ଆଉଟ ହେଲେ। ଷ୍ଟାର୍କ,ହାଜେଲଉଡ଼ ଓ କମିନ୍ସ ଭଳି ବୋଲରଙ୍କ ବିପକ୍ଷରେ ଏହା ଚିନ୍ତାରହିତ ପ୍ରସଙ୍ଗ ଅଟେ।”

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *