ପଠାନକୋଟରେ ଏକ ବୁଲା କୁକୁରଙ୍କ ଆତଙ୍କ ବଢିଚାଲିଛି।ଶନିବାର ଓ ରବିବାରକୁ ମୋହଲା ଚାର ମରଲା କ୍ବାର୍ଟରେ ଏକ ପାଗଳ କୁକୁର ୭ ଜଣ ପିଲା ସହିତ ୧୪ ଜଣଙ୍କୁ କାମୁଡିଛି। ସବୁ ଆଘାତ ହୋଇଥିବା ଲୋକଙ୍କୁ ସିବିଲ ମେଡିକାଲରେ ଟୀକା ଦିଆଗଲା। ଏହି ଡର କାରଣରୁ ଲାକଙ୍କ ଘରୁ ବାହାରିବା କଷ୍ଟକର ହୋଇଯାଇଛି।

ସିବିଲ ମେଡିକାଲରେ ଟୀକା ଲଗାଇଥିବା ଲୋକ କହିଛନ୍ତି ଛକରେ ବୁଲା କୁକୁରଙ୍କ ଦଳ ଅଛି ଯିଏକି ଦୌଡି ଆସି କାମୁଡୁଛନ୍ତି। ଶନିବାର ଓ ରବିବାରକୁ ସିବିଲ ମେଡିକାଲଲୁ କୁକୁରକାମୁଡାର ୮୦ ଟି କେସ ଆସିଛି। ସିବିଲ ମେଡିକାଲରେ ପ୍ରତିଦିନ ବୁଲା କୁକୁର କାମୁଡିଥିବା କେସ ୪୦ ଆସିଥାଏ। ସବୁଠୁ ଅଧିକ ମାମଲା ପଠାନକୋଟର ସହର ଅଞ୍ଚଳର ଅଟେ। ଶନିବାର ଓ ରବିବାରକୁ ଆସିଥିବା ୫୦ ଜଣ ସହର ଅଞ୍ଚଳର ଅଟନ୍ତି। ଏହା ଛଡା ସୁଜାନପୁର, ସରନା, ବଧାନି, ନରୋଟ ଜେମେଲ ସିଂହ, ଘରୋଟା ,ଯୁଗୀଆଲ, ସାହପୁରକଣ୍ଡିରୁ ମଧ୍ୟ କେସ ଆସୁଛି।
ଦୁଇ ମାସରେ ୧୬୫୫ ଲୋକଙ୍କୁ କୁକୁର କାମୁଡିଛି:
ପଠାନକୋଟରେ ପୂର୍ଵ ଦୁଇମାସରେ ୧୬୫୫ ଲୋକଙ୍କୁ ବୁଲା କୁକୁର କାମୁଡିଛନ୍ତି। ଏହି ଲିଷ୍ଟ କେବଳ ସିବିଲ ମେଡିକାଲ ପଠାନକୋଟର ଅଟେ, ଯେଉଁମାନେ ଟୀକା ନେଇଛନ୍ତି। ଯଦି ଜିଲ୍ଲାର ପ୍ରାଇଭେଟ ମେଡିକାଲର ଲିଷ୍ଟ ମିସାଯିବ ତେବେ ଲିଷ୍ଟ ଆଶ୍ଚର୍ଯ୍ୟଜନକ ହେବ। ପଠାନକୋଟରେ ଏହିବର୍ଷ ଜାନୁଆରୀରେ ୭୮୦ ଓ ଫେବ୍ରୁଆରୀରେ ୮୭୫ ଲୋକଙ୍କୁ କୁକୁର କାମୁଡିଛି।

କୁକୁର କାମୁଡିବା ପରେ ମହିଳାଙ୍କ ମୃତ୍ୟୁ:
ଚାର ମରଲା କ୍ବାର୍ଟରର ନିବାସୀ ସନ୍ତୋଷ କୁମାରୀ କହିଛନ୍ତି ତାଙ୍କ ପୁଅକୁ ଛକରେ ଥିବା ବୁଲା କୁକୁର କାମୁଡିଛି। କିଛି ଦିନ ପୂର୍ବରୁ ତାଙ୍କ ଶାଶୁଙ୍କୁ ମଧ୍ୟ କୁକୁର କାମୁଡିଥିଲା। ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା। ଏବେ ସେ ନିଜ ପୁଅର ଚିକିତ୍ସା କରୁଛନ୍ତି। ଛକରେ ବୁଲୁଥିବା କୁକୁରଙ୍କ ପାଇଁ ସରକାର କିଛି କରିବା ଆବଶ୍ୟକ। ଯେପରି ସାଧାରଣ ଲୋକ କୁଆଡେ ଆରାମରେ ଗ୍ରସ୍ତ କରିପାରିବେ।
କଣ କହିଛନ୍ତି ଅଫିସର:
ଏସଏସଓ ଡାକ୍ତର ରାକେଶ ସରପାଲ କହିଛନ୍ତି ସିବିଲ ମେଡିକାଲରେ ଏକ ହଜାର ଟୀକା ଅଛି। ଓ ପୂର୍ଵ କିଛି ଦିନ ହେବ ମାମଲା କମିବାରେ ଲାଗିଛି। ରୋଗୀଙ୍କୁ ବହୁତ ସାବଧାନରେ ଚିକିତ୍ସା କରାଯାଉଛି। ନିଗମର ମେଡିକାଲ ଅଫିସର ଡାକ୍ତର ଏନକେ ସିଂହ କହିଛନ୍ତି ମାମଲା ବିଷୟରେ ସେ ଏବେ ଜାଣିଲେ ଓ ସେ ବହୁତ ଜଲ୍ଦି କୁକୁରଙ୍କୁ କାବୁ କରିବା ପାଇଁ ଟିମ ପଠେଇବ। ଏବେ ପର୍ଯ୍ୟନ୍ତ ନିଗମ ପ୍ରସାଶନ ତରଫରୁ ୮୨୬ ବୁଲା କୁକୁରଙ୍କ ନସବନ୍ଦୀ କରାଯାଇଛି। ଅନ୍ୟଙ୍କୁ ମଧ୍ୟ କାବୁ କରାଯାଇ ଜଲ୍ଦି ଲୋକଙ୍କୁ ଆରାମ ଦିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।