ବ୍ୟୁରୋ ରିପୋର୍ଟ: ଭାରତୀୟ ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି ହେଉଛି ଜନ୍ମଦିନ, ସେ ୪୧ ବର୍ଷର ହୋଇଯାଇଛନ୍ତି। ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନି ଏବେ ଇଂଲଣ୍ଡରେ ପରିବାର ସହିତ ଛୁଟି କଟାଉଛନ୍ତି।ଏହି ମାସ ୪ ତାରିଖକୁ ତାଙ୍କ ବିବାହର ୧୨ ବର୍ଷ ପୁରା ହୋଇଥିଲା। ସେ ଏହି ବର୍ଷ ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଖୁସି ସେଲିବ୍ରେସନ କରିଛନ୍ତି।ତାଙ୍କ ଜନ୍ମଦିନର ସେଲିବ୍ରେସନ ଭିଡ଼ିଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି। ଧୋନି ନୂଆ ଲୁକରେ ନଜର ଆସିଛନ୍ତି।

ଭିଡ଼ିଓରେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ନଜର ଆସିଛନ୍ତି। ପନ୍ତ ବର୍ତ୍ତମାନ ଭାରତୀୟ ଟିମ ସହିତ ଇଂଲଣ୍ଡ ଗ୍ରସ୍ତରେ ଅଛନ୍ତି।ସେ ଇଂଲଣ୍ଡ ବିରୁଦ୍ଧରେ ଗୁରୁବାରକୁ ୭ ଜୁଲାଇକୁ ହେବାକୁ ଥିବା ପ୍ରଥମ ଟି-୨୦ରୁ ବାହାରେ ଅଛନ୍ତି।ଏହି କାରଣରୁ ସେ ଧୋନିଙ୍କ ସହ ମିଶି ମସ୍ତି କରିଛନ୍ତି।
ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଏକମାତ୍ର ଅଧିନାୟକ:
ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଇତିହାସରେ ଏକମାତ୍ର ଏପରି ଅଧିନାୟକ ଯିଏକି ତିନୋଟି ଆଇସିସି ଟ୍ରଫି ଜିତିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ ଜିତିଥିଲା। ଏହା ପରେ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ଭାରତ ଏକଦିବସିୟ ବିଶ୍ୱକପ ଚମ୍ପିୟାନ ହୋଇଥିଲା। ସେହିପରି ୨୦୧୩ରେ ଇଂଲଣ୍ଡକୁ ହରାଇ ମଧ୍ୟ ଇଣ୍ଡିଆ ଧୋନିଙ୍କର ହିଁ ଅଧିନାୟକତ୍ୱରେ ଚମ୍ପିୟାନ୍ସ ଟ୍ରଫି ଜିତିଥିଲାଧୋନିଙ୍କ ଯୁଗ ପରେ ଭାରତୀୟ ଟିମ ୯ ବର୍ଷରୁ ଆଇସିସି ଟ୍ରଫି ଜିତିପାରିନାହିଁ।
Happy birthday legend ??#HappyBirthdayMSDhoni @msdhoni pic.twitter.com/3IRb289kVK
— Sushant Mehta (@SushantNMehta) July 7, 2022
ଆଇପିଏଲରେ ଧୋନିଙ୍କ ଜଲୱା ଜାରି:
ଧୋନି ୧୫ ଅଗଷ୍ଟ ୨୦୨୦କୁ ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ। କିନ୍ତୁ ଏବେ ମଧ୍ୟ ସେ ଆଇପିଏଲ ଖେଳୁଛନ୍ତି। ପୂର୍ଵ ବର୍ଷ ନିଜ ଅଧିନାୟକତ୍ୱରେ ସେ ଚେନ୍ନାଇ ସୁପର କିଙ୍ଗସକୁ ଚତ୍ରୁର୍ଥଥର ଚମ୍ପିୟନ କରିଥିଲେ। ଆଇପିଏଲ ୨୦୨୨ ଆରମ୍ଭ ପୂର୍ବରୁ ସେ ଅଚାନକ ଅଧିନାୟକତ୍ୱ ପଦ ଜାଡେଜାଙ୍କୁ ଦେଇଥିଲେ। କିନ୍ତୁ ସିଏସକେର ଖରାପ ପ୍ରଦର୍ଶନ ପରେ ସେ ପୁଣି ଅଧିନାୟକତ୍ୱ କରିଥିଲେ।
ଆଇପିଏଲ ୨୦୨୩ରେ ମଧ୍ୟ ଦେଖାଯିବ ଧୋନିଙ୍କ ଜଲୱା:
ମହେନ୍ଦ୍ର ସିଂହ ଧୋନି ୪୧ ବର୍ଷର ହୋଇଯାଇଛନ୍ତି ସତ କିନ୍ତୁ ଆଜି ମଧ୍ୟ ଗ୍ରାଉଣ୍ଡରେ ତାଙ୍କ ବ୍ୟାଟିଙ୍ଗ ଟାଇମିଙ୍ଗ ଓ ଚରୁରତା ସେହିପରି ଅଛି। ସିଏସକେ ଚୟନକର୍ତା ଏହା ପୂର୍ବରୁ କହିସାରିଛନ୍ତିକି ସେ ଯେବେ ପର୍ଯ୍ୟନ୍ତ ଚାହିଁବେ ଖେଳିପାରିବେ। ଆଶା ଅଛିକି ଧୋନି ଆଇପିଏଲର ୧୬ ସିଜନରେ ସିଏସକେର ଅଧିନାୟକତ୍ୱ କରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।