ସାରା ଭାରତରେ କପିଲ ଶର୍ମା ‘ଶୋ’ ପ୍ରସିଦ୍ଧି ଲାଭ କରିଛି । ଏହି ‘ଶୋ’ କୁ ଛୋଟ ଠାରୁ ବଡ଼ ଅଭିନେତା ସମସ୍ତେ ଆସିଥାନ୍ତି । କିଏ ନିଜର ଫିଲ୍ମ ପ୍ରମୋଶନ ପାଇଁ ତ କିଏ ନିଜର ଜରୁରୀ କାର୍ଯ୍ୟକୁ ନେଇ । ହେଲେ ଏହି ‘ଶୋ’ ରେ ଥରେ ମଧ୍ୟ ଧୋନିଙ୍କୁ ଆସିବାର ଦେଖାଯାଇନାହିଁ । କଣ କାରଣ ଆସନ୍ତୁ ବିସ୍ତାର ଭାବେ ଜାଣିବା ।
ଭାରତୀୟ କ୍ରିକେଟ ଟିମର ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମିଡ଼ିଆଠୁ ଦୂରରେ ରହିଥାନ୍ତି ।କମେଡି କିଙ୍ଗ କପିଲ ଶର୍ମା ନିଜ “ଶୋ” ରେ ଅନେକ ସମୟରେ କ୍ରିକେଟରଙ୍କୁ ଡକାଇଥାନ୍ତି କିନ୍ତୁ କପିଲଙ୍କ “ଶୋ”ରେ କେବେବି ଧୋନି ଆସିନାହାଁନ୍ତି , ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଅଛି କିନ୍ତୁ କଥା ଏହାକି ଧୋନୀଙ୍କ ଅପେକ୍ଷା ପ୍ରତ୍ୟେକ ଥର କପିଲଙ୍କ “ଶୋ”ରେ କରାଯାଇଥାଏ ।

ଆସିନଥିଲେ ଧୋନି:-
ଯେବେ ୨୦୧୬ରେ ଧୋନିଙ୍କ ବାୟୋପିକ ଫିଲ୍ମ ଓ ସୁଶାନ୍ତ ସିଂ ରାଜପୁତ ଅଭିନୟରେ ଫିଲ୍ମ “ଏମ ଏସ ଧୋନି: ଦ ଅନ ଟୋଲ୍ଡ ଷ୍ଟୋରି” ରିଲିଜ ହୋଇଥଲା । ଏହାର ପ୍ରମୋସନ ପାଇଁ କପିଲଙ୍କ “ଶୋ”ରୁ ଧୋନିଙ୍କୁ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ଧୋନି ଆସିନଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଧୋନିଙ୍କ ନଆସିବାର କାରଣ ଏହା କୁହାଯାଇ ନାହିଁ କି ଧୋନି ଆସିବାକୁ ଚାହୁଁନାହାନ୍ତି ।
ସାଧାରଣ ଭାବେ ଧୋନିଙ୍କ ବ୍ୟସ୍ତତା ବି ଏହାର କାରଣ ହୋଇଛି । ଧୋନି ଟିମ ଇଣ୍ଡିଆର ‘କ୍ୟାପଟେନ କୁଲ’ ଥିଲେ । ଏହା ସହ ବ୍ରାଣ୍ଡପ୍ରମୋସନ ପାଇଁ ମଧ୍ୟ ସେ ବ୍ୟସ୍ତ ରୁହନ୍ତି । ଏଥିପାଇଁ ପ୍ରତିଥର ତାଙ୍କର ବ୍ୟସ୍ତତା ହିଁ ନ ଆସିବାର କରଣ ହୋଇଥାଏ ।
ସଚିନ ଓ ଆମୀର ଭି ପହଞ୍ଚିନଥିଲେ:
କେବଳ ଧୋନି ନୁହେଁ ଅନେକ ବଡ଼ ଷ୍ଟାରବି କେବେବି କପିଲ ଶର୍ମାଙ୍କ “ଶୋ”କୁ ଆସିନାହାଁନ୍ତି । ଏହା ମଧ୍ୟରୁ ଭାରତୀୟ କ୍ରିକେଟ ଟିମର ବଡ଼ ଷ୍ଟାର ସଚିନ ଟେନ୍ଦୁଲକରବି କେବେ ଆସିନାହାଁନ୍ତି।ରିପୋଟ ଅନୁସାରେ “ଶୋ”ର ପୁରୁଣା ସାଥି ନବଜିତ ସିଂ ସିଧୁଙ୍କ ଅନେକ ଥର ସଚିନଙ୍କୁ “ଶୋ”କୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । କିନ୍ତୁ ସଚିନବି ନିଜ ବ୍ୟସ୍ତତା କାରଣରୁ ଆଜି ପର୍ଯ୍ୟନ୍ତ ଆସିନାହାଁନ୍ତି ।

କେବଳ ଧୋନି ଓ ସଚିନ ନୁହେଁ ବଲିଉଡ଼ ଅଭିନେତା ‘ଆମୀର ଖାଁ’ ମଧ୍ୟ ଆଜି ପର୍ଯ୍ୟନ୍ତ କପିଲଙ୍କ “ଶୋ”କୁ ଆସିନାହାଁନ୍ତି । ଆଶାଥିଲା କି ଫିଲ୍ମ “ଠଗସ ଅଫ ହିନ୍ଦୁସ୍ତାନ”ର ପ୍ରମୋସନ ପାଇଁ ସେ କମେଡି “ଶୋ”କୁ ଆସିବେ କିନ୍ତୁ ସେ ଆସିନଥିଲେ । ବଲିଉଡ଼ର ଅନ୍ୟ ଖାଁଙ୍କ କଥା କହିବା ତ ଶାହାରୁଖ ଖାଁ ଅନେକ ଥର ଆସିଛନ୍ତି ଓ ସଲମାନ ଖାଁ ମଧ୍ୟ ଅନେକ ଥର “ଶୋ”କୁ ଆସିଥିବା ଦେଖାଯାଇଛି । ସଲମାନ ଖାଁ ନିଜର ସବୁ ଫିଲ୍ମର ପ୍ରମୋସନ ପାଇଁ କପିଲଙ୍କ “ଶୋ”କୁ ଯାଇଥାନ୍ତି ।
ଆମେ ଏମିତି ଭଲ ଭଲ ଖବର ପ୍ରତିଦିନ ନେଇକି ଆସୁ, ଆଜିର ଖବର କେମିତି ଲାଗିଲା ଆମକୁ ନିଶ୍ଚିତ କମେଣ୍ଟ ବକ୍ସରେ ଜଣାଇବେ । ନିଜର ଅତି ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ଏହି ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।