ସବୁ ବ୍ୟକ୍ତିଙ୍କ ଇଛା ଥିବ ଜାଣିବାରେ କି ମୃତ୍ୟୁ ପରେ ମଣିଷ ସହ କଣ ହୁଏ? ଏହା ପାଇଁ ଆଜି ପର୍ଯ୍ୟନ୍ତ ଏହାର ଉତ୍ତର କେହି ଦେଇପାରିନାହାନ୍ତି । ମାତ୍ର ୪୫ ବର୍ଷୀୟ ମାଇକେଲ ନ୍ୟାପିନ୍ସକି ସେପରି ଲୋକ ଯିଏକି ଥରେ ମୃତ୍ୟୁ ବରଣ କରିବା ପରେ ସୁଦ୍ଧା ୪୫ ମିନିଟ ପରେ ପୁଣି ବଂଚି ଯାଇଛନ୍ତି। ଠିକ ହଁ, ଆଜି ପର୍ଯ୍ୟନ୍ତ ଆପଣ ଏମିତି ଗଳ୍ପରେ ଶୁଣିଥିବେ, କି ମରିଯିବା ପରେ କେହି ପୁଣି ବଂଚି ଯାଉଛି, ମାତ୍ର ଆପଣଙ୍କୁ କହିଦେଉଛୁ କି ଏହା କୌଣସି ଗଳ୍ପ ନୁହେଁ ବରଂ ଏହା ସତ୍ୟ ଅଟେ। ଏହାକୁ ଦେଖି ଡାକ୍ତର ବି କହିଲେ ଯେ ଏହା ଆଶ୍ଚର୍ଯ୍ୟ ଅଟେ। ତାଙ୍କ ହୃଦୟ ୪୫ ମିନିଟ ପର୍ଯ୍ୟନ୍ତ ଧକଧକ ହୋଇନଥିଲା। ପରିବାର ଲୋକ ବି ତାଙ୍କ ମରିବା ଖବରକୁ ନେଇ ଦୁଃଖିତ ହୋଇଥିଲେ। ସେମାନେ ବି ଏବେ ସ୍ତବ୍ଧ ହୋଇଯାଇଛନ୍ତି।

ମାଇକଲ ନ୍ୟାପିନ୍ସକି ୭ ନଭେମ୍ବରରେ ମାଉଣ୍ଟ ରେନିୟର ନ୍ୟାସନଲ ପାର୍କରେ ସ୍ନୋସିଂ କରୁଥିଲେ ଏବଂ ତାଙ୍କର ବୟସ ୪୫ ବର୍ଷ ଅଟେ। ବହୁତ ବରଫ ପଡିବା ଯୋଗୁଁ ସେ ସାଙ୍ଗ ମାନଙ୍କ ଠୁ ଦୁରେଇ ହଜିଗଲେ।
ଯେବେ ସେ ଫେରିବାରେ ବିଳମ୍ବ ହେଲା ତେବେ ସଂଗେ ସଂଗେ ପାହାଡ଼କୁ ରେସକ୍ୟୁ ଦଳ ନିୟୋଜନ କରାଗଲା। ତାଙ୍କୁ ବରଫ ପାହାଡ଼ ଭିତରେ ଖୋଜାଗଲା, ମାତ୍ର ସେ ମିଳିଲେ ନାହିଁ। ଏହାର ଗୋଟିଏ ଦିନ ପରେ ରେସକ୍ୟୁ ଦଳ ନଭେମ୍ବର ୮ କୁ ତାଙ୍କୁ ମୃତ ଅବସ୍ଥାରେ ଚିହ୍ନଟ କଲା।
ନ୍ୟାପିନ୍ସକିଙ୍କୁ ହେଲିକପ୍ଟର ସାହାଯ୍ୟରେ ଅଣାଗଲା। ଡାକ୍ତର ଏହା ପରେ ଦେଖିଲେ ଯେତେବେଳେ ସେତେବେଳେ ତାଙ୍କର ହୃଦୟ କାମ କରିବା ବନ୍ଦ କରିଦେଇଥିଲା ଏବଂ ଡାକ୍ତର ନ୍ୟାପିନକ୍ସଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ।

ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ସେ ମୃତ ରହିଲେ। ଏହାର କିଛି ସମୟ ପରେ ମଧ୍ୟ ଦଳ ତାଙ୍କୁ ଏକ ଏକସ୍ତ୍ରୋକୋପାର୍ଲିଆର ଝିଲ୍ଲୀ ଅକ୍ସିଜନେସନ (ଇସିଏମ୍ ଓ) ମିଶନ ପର୍ଯ୍ୟନ୍ତ ପହଞ୍ଚେଲେ। ଡାକ୍ତର ମାନେ ହାର ସ୍ୱୀକାର ନକରି ଏକ ମୃତ ବ୍ୟକ୍ତିଙ୍କୁ ବଞ୍ଚେଇବାର ଅଦ୍ଭୁତ କାର୍ଯ୍ୟ କରି ଦେଖେଇଦେଲେ।
ତାଙ୍କ ପରିବାର ଲୋକଙ୍କ ସହ ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଯେ କିପରି ସେମାନେ ଏକ ମୃତ ଲୋକଙ୍କୁ ବଞ୍ଚେଇ ଅଦ୍ଭୁତ କାର୍ଯ୍ୟ କଲେ।
ମୃତ୍ୟୁରୁ ଫେରିବା ପରେ ସେ ତାଙ୍କର ଏକ୍ସପେରିଏନ୍ସ ଲୋକଙ୍କ ସହ ସେୟାର କରିଛନ୍ତି। ସେ ଏହା କହିଛନ୍ତି ଯେ ଏହା ଏକ ଭୟଙ୍କର ସ୍ୱପ୍ନରୁ କମ ନୁହେଁ। ଡାକ୍ତରମାନେ ମତେ ବଞ୍ଚେଇ କରି ଏକ ନୂଆ ଜୀବନ ଦେଇଛନ୍ତି। ଏବେ ମୁଁ ମୋର ଜୀବନକୁ ଅନ୍ୟକୁ ସମର୍ପିତ କରିବାକୁ ଚାହୁଁଛି। ଜଣାଯାଇଛି ଯେ ତାଙ୍କୁ ୧୦ ତାରିଖରେ ହୋସ ଆସିଲା।

ଜଣେଇଦେଉଛୁ କି ଇସିଏମ୍ ଓ ଜରିଆରେ ଶରୀରରୁ ରକ୍ତ ହାର୍ଟ ଉପରକୁ ମିସିନ ବାହାରେ ପମ୍ପ କରାଯାଏ। ଯାହା କାର୍ବନ ହାଇଅକ୍ସାଇଡ଼ ହଟେଇ ଶରୀରରେ ଅକ୍ସିଜେନ ରକ୍ତ ଟିସୁକୁ ଫେରେଇଦିଏ।
ଏହି ପ୍ରଣାଳୀ ଦ୍ଵାରା କିଛି କୋଭିଡ ୧୯ ର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଅଛି। ମାତ୍ର ଏହା ବହୁତ କଷ୍ଟ, ମାହାଙ୍ଗା ଓ ଖତରନାକ ପ୍ରଣାଳୀ ଅଟେ। ରୋଗୀର ବଞ୍ଚିବା ଆଶା ଏଥିରେ ବହୁତ କମ ହୋଇଥାଏ।

ଆପଣ ଦେଖିପାରୁଥିବେ ଫୋଟୋରେ ନଜର ଆସୁଥିବା ମେସିନ ECMO ମେସିନ ଅଟେ। ସାଧାରଣତଃ ନବଜାତ ଶିଶୁଙ୍କ ପାଇଁ ଏହାର ବ୍ୟବହାର କରାଯାଏ। ମାତ୍ର ଏହାର ବ୍ୟବହାର ବୟସ୍କ ଲୋକଙ୍କ ପାଇଁ ମଧ୍ୟ କରାଯାଇଥାଏ। ଆମେରିକାରେ ୨୬୪ ଟି ହସ୍ପିଟାଲରେ କେବଳ ଏହି ମେସିନ ଉପଲବ୍ଧ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।