ଦୁନିଆରେ ଆପଣଙ୍କୁ ଅନେକ ପ୍ରକାର ଲୋକ ମିଳିଯିବେ।କିଛିଙ୍କ ବୋକାମୀର କୌଣସି ସୀମା ନାହିଁ। ଏହି ଦିନ ମାନଙ୍କରେ ଆପଣଙ୍କୁ ପ୍ରାଙ୍କ ନାମରେ ଅନେକ କିଛି କାମ ଦେଖିବାକୁ ମିଳିଯିବ। ଏହି ଲୋକମାନେ ପ୍ରସିଦ୍ଧ ହେବାପାଇଁ କୌଣସି ବି କାମ କରିଥାନ୍ତି। ଏହିପରି ଏକ କାର୍ଯ୍ୟ କରିବାକୁ ଯାଇ ଇଜିପ୍ଟିର ଏକ ବ୍ୟକ୍ତିଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡିଲା। ଏହି ବ୍ୟକ୍ତି ଜଣଙ୍କ ସାଙ୍ଗମାନଙ୍କ ସହ ମଜାକ କରିବାକୁ ଯାଇ ମୋବାଇଲ ତାର ପେଟକୁ ପଳାଇଲା।ମୋବାଇଲ ପେଟକୁ ଯିବାପରେ ବ୍ୟକ୍ତି ଜଣଙ୍କ ମେଡ଼ିକାଲ ଯିବା ବଦଳରେ ନ୍ୟାଚୁରାଲ ଉପାୟରେ ବାହାର କରିବାକୁ ଚାହିଁଲା କିନ୍ତୁ ଅସଫଳ ହେଲା। ଶେଷରେ ମାସେ ପରେ ସେ ଡାକ୍ତରଙ୍କ ପାଖୁ ଗଲା। ଯାହା ପରେ ସର୍ଜରି କରାଯାଇ ତାର ପେଟରୁ ମୋବାଇଲ ବାହାର କରାଗଲା। ପେଟରୁ ଏହି ଅବସ୍ଥାରେ ବାହାର କରାଗଲା ମୋବାଇଲ ଫୋନ।

ଏହି ମାମଲା ଇଜିପ୍ଟରୁ ସାମ୍ନାକୁ ଆସିଛି। ଯେଉଁଠି ବ୍ୟକ୍ତି ଜଣଙ୍କ ଫ୍ରାଙ୍କ କରିବାକୁ ଯାଇ ସବୁ ଲିମିଟ ପାର କରିଦେଇଥିଲେ। ସେ ନିଜ ସାଙ୍ଗ ମାନଙ୍କ ସହ ଫ୍ରାଙ୍କ କରୁଥିଲା। ଏଥିରେ ସେ ମୋବାଇଲ ଗିଳି ତାର ଶବ୍ଦ ସେ ନିଜ ପେଟରୁ ସାଙ୍ଗମାନଙ୍କୁ ଶୁଣାଇବାକୁ ଚାହୁଁଥିଲେ।
କିନ୍ତୁ ସେହି ଫ୍ରାଙ୍କ ତାଙ୍କ ଉପରେ ଓଲଟା ପଡିଗଲା। ଭୁଲରେ ମୋବାଇଲ ତାର ପେଟକୁ ପଳାଇଲା।ଏହା ପରେ ମୋବାଇଲ ତାର ପେଟକୁ ଯାଇ ରହିଗଲା। ଏହା ପରେ ମଧ୍ୟ ବ୍ୟକ୍ତି ଜଣଙ୍କ ଡାକ୍ତରଙ୍କ ପାଖୁ ଗଲାନାହିଁ।
ପେଟରୁ ମୋବାଇଲ ବାହାରକୁ ଆଣିବା ପାଇଁ ବ୍ୟକ୍ତି ଜଣଙ୍କ ଅନେକ ଘରୋଇ ଉପାୟ କରିଥିଲେ। ସେ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଇଥିଲେ ଭାବିଥିଲେ କାଳେ ଝାଡା ଦ୍ଵାରା ମୋବାଇଲ ବାହାରିଯିବ କିନ୍ତୁ ଏପରି ହୋଇନଥିଲା।କିନ୍ତୁ ଏପରି ହୋଇନଥିଲା।

ଶେଷରେ ୭ ମାସ ପରେ ଯେବେ ମୋବାଇଲ ତାର ପେଟରେ ଗଳିବାକୁ ଲାଗିଲା ତାକୁ ବହୁତ କଷ୍ଟ ଅନୁଭବ ହେଲା। ସେବେ ସେ ଯାଇକି ଡାକ୍ତରଙ୍କୁ ଦେଖାଇବାକୁ ଭାବିଲା। ସେ ନର୍ଥ କୈରିର ବେନେହା ପ୍ରାନ୍ତର ଏକ ଷ୍ଟେଜ ମେଡ଼ିକାଲ ଗଲେ।
ସେଠାରେ ଡାକ୍ତର ମହମ୍ମଦ ଅଲ ଜହର ତାହାର ଅଲ୍ଟ୍ରାସାଉଣ୍ଡ କରିଲେ। ସେ ଦେଖିବାକୁ ପାଇଲେ କି ବ୍ୟକ୍ତି ଜଣଙ୍କ ପେଟରେ ଏକ ମୋବାଇଲ ଅଟକିଛି। ସେହି ମୋବାଇଲକୁ ନ୍ୟାଚୁରାଲ ଉପାୟରେ ବାହାର କରିବାର କୌଣସି ବାଟ ନାହିଁ।

ବ୍ୟକ୍ତି ଜଣଙ୍କ ସର୍ଜରି କରାଯାଇ ମୋବାଇଲ ବାହାର କରାଗଲା। ବ୍ୟକ୍ତିର ଘର ଲୋକଙ୍କୁ ବି ଏହାର କୌଣସି ତଥ୍ୟ ନଥିଲା। ସେଥିପାଇଁ ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଲୁଚାଇ ରଖିବା ପାଇଁ କହିଛନ୍ତି। ବର୍ତ୍ତମାନ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।