ବିନା ଟୋଲ ଗେଟ ଦେଇ ଯାଉଥିଲେ ଜଜ ସାହେବ, ମ୍ୟାନେଜର ଶିଖାଇଲେ କାନୁନ ପାଠ। ଦେଖନ୍ତୁ ଭିଡିଓ।

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭିଡ଼ିଓ ଭାଇରାଲ ହୋଇଥାଏ କିଛି ଭିଡ଼ିଓ ଏପରି ଥାଏ ଯାହା ଦ୍ୱାରା ଲୋକଙ୍କୁ ଶିକ୍ଷା ମିଳିଥାଏ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି। ଭାରତ ପୁର୍ଣରୁଥାନ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରାଯାଇଛି। ଦାବା କରାଯାଉଛିକି ସେହି ଭିଡ଼ିଓରେ ଦେଖାଯାଉଥିବା କାରରେ ଜଜ ବସିଛନ୍ତି। ଏକ ଟୋଲ ଗେଟ ମ୍ୟାନେଜର ଓ ଜଜଙ୍କ ଭିତରେ କଥାବାର୍ତ୍ତା ଶୁଣାଯାଉଛି । ଏହି ସମୟରେ ଟୋଲ ମ୍ୟାନେଜର ଜଜ ସହାଵଙ୍କୁ କାନୁନର ପାଠ ପଢ଼ାଇଲେ। ଏହି ଭିଡ଼ିଓକୁ ଲୋକ ବହୁତ ପସନ୍ଦ କରିଛନ୍ତି।

Google

ଟ୍ୱିଟରେ ସେୟାର କରାଯାଇଥିବା ଏହି ଭିଡ଼ିଓରେ ଦେଖାଯାଉଛି ଏକ ଟୋଲ ପ୍ଲାଜାରେ ଏକ ଧଳା କାର ଛିଡା ହୋଇଛି। ତାହା ପଛରେ ଏକ ଟ୍ରକ ଛିଡା ହୋଇଛି ଓ ଟ୍ରୋଲ କର୍ମୀ ସେହି କାରରେ ବସିଥିବା ଲୋକ ସହ କଥାହେଉଛନ୍ତି।ସେହି କାରରେ ଜିଲ୍ଲା ନ୍ୟାୟାଳୟର ଜଜ ବସିଥିଲେ ଓ ସେ ବିନା ଟୋଲ ଟ୍ୟାକ୍ସ ଦେଇ ଯିବାକୁ ଚାହୁଁଥିଲେ। କିନ୍ତୁ ଟୋଲ କର୍ମୀ ତାଙ୍କୁ ଟ୍ୟାକ୍ସ ମାଗିଲେ।

ଏହା ମଧ୍ୟରେ ସେଠାକୁ ଟୋଲ ମ୍ୟାନେଜର ମଧ୍ୟ ଆସି ପହଁଚିଗଲେ ଓ ମ୍ୟାନେଜର ଓ ଜଜଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। ଭିଡ଼ିଓରେ ଶୁଣାଯାଉଛିକି ଟୋଲ ମ୍ୟାନେଜର ଜଜଙ୍କୁ ବୁଝାଉଛନ୍ତି। ସେ କହୁଛନ୍ତିକି ଟୋଲ ଟ୍ୟାକ୍ସ ଉଚ୍ଚ ନ୍ୟାୟାଳୟର ଜଜଙ୍କ ପାଇଁ ଛାଡ଼ କିନ୍ତୁ ଆପଣ ଜିଲ୍ଲା ନ୍ୟାୟାଳୟର ଜଜ ତେଣୁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ।

ଏହି ଭିଡ଼ିଓ ୨୦୨୦ର ଅଟେ। ୨.୨୦ ମିନିଟ ଏହି ଭିଡ଼ିଓରେ ଟୋଲ ମ୍ୟାନେଜର ଜଜଙ୍କୁ କିଛି ଏପରି କହିଥାନ୍ତି ଯାହା ତାଙ୍କୁ କାନୁନ ବୁଝାଇବା ପାଇଁ କାଫି ଅଟେ। ଟୋଲ ମ୍ୟାନେଜରଙ୍କ ପ୍ରୟାସର ଫଳ ଜିଲା ଜଜଙ୍କୁ ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେବାକୁ ପଡିଲା। ଏହି ଭିଡ଼ିଓ ଏତେ ଭାଇରାଲ ହୋଇଛି କି ଏବେ ପର୍ଯ୍ୟନ୍ତ ୩ ଲକ୍ଷ ୩୭ ହଜାର ଲୋକ ଏହାକୁ ଦେଖିସାରିଲେଣି। କିନ୍ତୁ ଏହି ଭିଡ଼ିଓ କେଉଁଠାର ଏହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *