ମଣପୁରମ ଗୋଲ୍ଡ ଲୋନ ବ୍ରାଞ୍ଚରୁ ୧୭ କେଜି ସୁନା ସହ ୫ ଲକ୍ଷ ଟଙ୍କା ନେଇ ଚୋର ଫେରାର, ଦେଖନ୍ତୁ ଭାଇରଲ ଭିଡିଓ

ଆଜି କାଲି ସମାଜରେ ଚୋରି ଡକାୟତି ମର୍ଡର, ଆଦି ଜଘନ୍ୟ ଅପରାଧ ମାନ ବଢିବାରେ ଲାଗିଲାଣି। ପୋଲିସ ଓ ପ୍ରଶାସନ ଯେତେ ସଜାଗ ରହିଲେ ମଧ୍ୟ ଅପରାଧୀ ଅତି ଚତୁରତା ସହ ଅପରାଧ ଘଟାଇ ଚାଲିଛନ୍ତି। ଏହିପରି ଏକ ଅପରାଧ ଘଟିଯାଇଛି ଶନିବାରଦିନ ଆଗ୍ରାରେ। ସେଠାକର ମଣପୁରମ ଗୋଲ୍ଡ ଲୋନ ବ୍ରାଞ୍ଚରୁ ଚୋର ଅତି ଚତୁରତା ସହ କେଜି କି ଦୁଇ କେଜି ନୁହେଁ ପୁରା ୧୭ କେଜି ସୁନା ସହ ନଗଦ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଯାହା ଏବେ ପ୍ରାୟ କେତେକାଂଶରେ ଚର୍ଚାର ବିଷୟ ପାଲଟିଛି।

ମିଳିଥିବା ଖବର ଅନୁସାରେ କମଳାନଗରରେ ମଣପୁରମ ଗୋଲ୍ଡ ଲୋନର ଏକ ବ୍ରାଞ୍ଚ ଅଛି ଯେଉଁଠି ଦିନ ୧ରେ ହଟାତ ଚୋର ଅ-ସ୍ତ୍ର ଶ-ସ୍ତ୍ର ସହ ପଶିଆସିଥିଲେ ଓ ଅତି ସହଜରେ ସବୁ ଲୁଟିନେଇ ଚାଲିଚାଲିଯାଇଥିଲେ ଯାହା ସିସିଟିଭିରେ ଦେଖାଯାଉଛି। ଏବେ ଏହି ଭିଡ଼ିଓ ଆଧାରରେ ପୋଲିସ ଆରମ୍ଭ କରିଛି ତଦନ୍ତ।

ଚୋରମାନେ ପ୍ରଥମେ ପଶିଯାଇ କର୍ମୀମାନଙ୍କ ଦେହରେ ବନ୍ଧୁକ ଲଗାଇ ଦେଇଥିଲେ। ସେହି ସମୟରେ ଅନେକ ଗ୍ରାହକ ମଧ୍ୟ ଥିଲେ ସେମାନେ ମଧ୍ୟ ବନ୍ଧୁକ ଦେଖି ଚୁପ ରହିଥିଲେ। ୨୦ ମିନିଟ ଧରି ଚାଲିଥିଲା ଲୁଟ। ଶେଷରେ ବ୍ରାଞ୍ଚକୁ ବାହାର ପଟୁ କୋଲକ ପକାଇ ଖସିଯାଇଥିଲେ ଲୁଟେରା। ସେମାନେ ଯିବାର ଅନେକ ସମୟ ପରେ ବହୁତ କଷ୍ଟରେ ବ୍ରାଞ୍ଚ କର୍ମଚାରୀ ବାହାରକୁ ଆସି ଏହା ବିଷୟରେ ପୋଲିସଲୁ ଜଣାଇଥିଲେ ଓ ଏହା ଜଣାପଡିଥିଲାକି ଚୋରମାନେ ୧୭ କେଜି ସୁନା ସହ ୫ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି। ଏବେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *