“ତୁମେ ସବୁକିଛି ଛାଡିପାରିବ ମାତ୍ର ଚେୟାର ନୁହଁ” ନବଜୋତ ସିଂ ସିଦ୍ଧୁ ଏହା କହି ମନୋଜ ତିୱାରୀଙ୍କର ଉଡ଼େଇଲେ ମଜା । ଜାଣନ୍ତୁ ସମ୍ପୂର୍ଣ ଖବର ।

ଭୋଜପୁରୀ ଗାୟକ , ବିଜେପି ନେତା ତଥା ଅଭିନେତା ମନୋଜ ତିୱାରିଙ୍କୁ ରାଜନୀତି ସହିତ କ୍ରିକେଟ ଖେଳିବା ବି ବହୁତ ପସନ୍ଦ ଅଟେ। ସେ ସେଲିବ୍ରିଟି ଲିଗର ବହୁତ ସାରା ମ୍ୟାଚ ଖେଳି ସାରିଛନ୍ତି। ସେ ଥରେ କପିଲ ଶର୍ମା ଶୋରେ ସେଲିବ୍ରିଟି ଲିଗର ପ୍ରମୋସନ ପାଇଁ ଯାଇଥିଲେ ଆଉ ସେଠାରେ ତାଙ୍କ ସହ ସୋହେଲ ଖାନ, ସୁନୀଲ ସେଠି ଭଳି ଅଭିନେତା ବି ଥିଲେ। ସେଠାରେ ଉପସ୍ଥିତ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ରାଜନୀତିକ କଥା କୁ ନେଇ ବହୁତ ହସ ମଜା କଲେ।

Google

କପିଲ ଶର୍ମା କହିଲେ କି ମୁଁ ସିଦ୍ଧୁଙ୍କୁ ଚିଡ଼େଇବା ଲାଗି ତାଙ୍କୁ କହେ କି ” ସିଦ୍ଧୁ କେତେ କଣ କାମ କରିଛନ୍ତି। କ୍ରିକେଟ ବି ଖେଳିଛନ୍ତି, କମେଣ୍ଟ୍ରି ବି କରିଛନ୍ତି ଆଉ ରାଜନୀତିରେ ବି ଅଂଶ ଗ୍ରହଣ କରିଛନ୍ତି। ଆଉ ମନୋଜ ଭାଇଙ୍କୁ ହିଁ ଦେଖିନିଅ। ସେ ବି କ୍ରିକେଟ ଖେଳିବା ସହିତ ଗୀତ ଗାଇବା ତଥା ଅଭିନୟ ଆଉ ରାଜନୀତି କରିଛନ୍ତି। ମାତ୍ର ମୋତେ ବୁଝା ପଡୁନି କି ଆପଣ ମାନେ ଅଧିକ ଟ୍ୟାଲେଣ୍ଟଡ଼ ନା ଆପଣଙ୍କୁ ବୁଝା ପଡୁନି କି କଣ କରିବା ଦରକାର” ତ ଏହାର ଜବାବ ରେ ମନୋଜ କହିଲେ ” ମୁ ସୋହେଲ ଭାଇଙ୍କୁ ଆଗତୁରା କହୁଥିଲି କି ଭୁଲ ଜାଗାକୁ ଆସିଯାଇଛ। ସେ ଆମର ପ୍ରଶଂସା ନ କରି ଆମ ମଜାକ ବନେଇ ଦେବ”

ଏହାପରେ ମନୋଜ କହିଲେ କି “ମୋତେ ଗୀତ ଗାଇବାରେ ସବୁଠୁ ଅଧିକ ମଜା ଆସେ ମାତ୍ର ଏବେ ରାଜନୀତିରେ। ରାଜନୀତି ବହୁତ କଠିନ ମାତ୍ର ମୁଁ ତାହା କରୁଛି ଆଉ ତା ଭିତରୁ ମଜା ନେବାକୁ ଚେଷ୍ଟା କରୁଚି। ଏଥିରେ ୫ଲକ୍ଷ ଟ୍ୟାକ୍ସ ଫ୍ରି ଅଛି।” ଏହାର ଜବାବରେ ସିଦ୍ଧୁ କହିଲେ କି ପାଞ୍ଚ ଲକ୍ଷ ପାଇଁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିଛି। ତ ଏହାର ଜବାବରେ ମନୋଜ କହିଲେ କି ‘ ୟା ପାଇଁ ଅପେକ୍ଷା କଲି, କାମ କଲି ଆଉ ରାସ୍ତା ବନେଇଲି।”

ଏହାପରେ ସେ ସେଲିବ୍ରିଟି ଲିଗ ବାବଦରେ କହିବାକୁ ଯାଇ କହିଲେ ” ଆମ ସେଲିବ୍ରିଟି ଲିଗର ଗୋଟେ ଖାସ କଥା ହେଉଛି କି ଏଥିରେ ଯେତେବେଳେ ବ୍ୟାଟ୍ସମ୍ୟାନ ଆସେ, ତା ସହ ରନର ବି ଆସେ। ଆପଣ କନ୍ଫୟୁଜ ହେଇଯିବେ କିଏ ବ୍ୟାଟିଂ କରିବ ଆଉ କିଏ ଦୌଡିବ। ଆଉ ବ୍ୟାଟ୍ସମ୍ୟାନ ସହ ରଣର ବି ଦୌଡ଼ିଥାଏ” ଏହାପରେ ସିଦ୍ଧୁ ତାଙ୍କୁ ଆଲିଙ୍ଗନ କଲେ।

Google

ସିଦ୍ଧୁ କହିଲେ କି ମୋଦି ସାହବ ରାଗନ୍ତୁ ବା ନ ରାଗନ୍ତୁ, ଆସନ୍ତୁ ଆଲିଙ୍ଗନ କରନ୍ତୁ। ଏହା ଦେଖିବା ପରେ କପିଲ କହିଲେ କି ସଭିଙ୍କ ସାମ୍ନାରେ ଗଠବନ୍ଧନ ହେଉଛି। ଏହାର ମଜା କରି ମନୋଜ କହିଲେ କି ସେ କେତେବେଳେ ବି ଘରକୁ ଫେରି ପାରନ୍ତି। ଏହା ଜାଣିବା ପରେ କପିଳ ଶର୍ମା କହିଲେ କି ଆପଣ ଦୁହେଁ ଅଲଗା ଦେଶ ବନେଇ ଦିଅ, ଜଣେ ରାଷ୍ଟ୍ରପତି ହେଇଯାଅ ଆଉ ଜଣେ ପ୍ରଧାନ ମନ୍ତ୍ରୀ। ଏହା ଶୁଣି ମନୋଜ କହିଲେ କି ” ଆମେ ସିସିଏଲ ରେ ଆପଣ ମାନଙ୍କୁ ବହୁତ ହସାଉଛୁ ଆଉ ଏବେ ମହତ୍ତ୍ୱପୂର୍ଣ ନିର୍ବାଚନ ବି ଚାଲିବ।” ଏହା ଶୁଣିବା ପରେ ସିଦ୍ଧୁ କହିଲେ କି ” ତୁମେ ସବୁ କିଛି ଛାଡିପାରିବ ମାତ୍ର ନିଜ ଆସନ ନୁହଁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *