ବରଯାତ୍ରୀ କମ ହେତୁ ଭାଙ୍ଗିଲା ବାହାଘର, ବର ଫେରୁଥିବା ଦେଖି ଗାଁ ଲୋକେ କଲେ ଏମିତି କାମ…

ଆପଣ ଅନେକ କାରଣରୁ ବିବାହରେ ଅସୁବିଧା ଆସି ବିବାହ ଭାଙ୍ଗିବାଦେଖିଥିଲେ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି କାରଣରୁ ବାହାଘର ଭାଙ୍ଗିବା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ସଂକ୍ରମଣକୁ ଅଟକାଇବା ପାଇଁ ସରକାର ବିଭିନ୍ନ କଡା ଗାଇଡଲାଇନ କରିଛନ୍ତି। ଯେପରି ବିବାହ, ବ୍ରତ ଓ ଶବ ସଂସ୍କାରରେ କମ ଲୋକ ଉପସ୍ଥିତ ରହିବେ। ସେହିଭଳି ଏଠି ଜଣେ ବର ସେହି ଗାଇଡଲାଇନ ମାନି କମ ଲୋକ ବରଯାତ୍ରୀଙ୍କ ନେଇଥିଲା ଯାହା ତାର ବିବାହ ଭାଙ୍ଗିଦେଇଛି। ଏଭଳି ଏକ ଘଟଣା ମଥୁରାର ରାୟା ଥାନା ଅଞ୍ଚଳର ତୋହରା ଗ୍ରାମରେ ହୋଇଛି।

ମିଳିଥିବା ତଥ୍ୟ ଅନୁଯାୟୀ ତୋହରା ଗ୍ରାମର ମଦନପାଲଙ୍କ ଝିଅର ବାହାଘର ରିସ୍ତା ଥାନା ଅଞ୍ଚଳର ମାଣ୍ଟ ଗ୍ରାମର ସୁରଜପାଲଙ୍କ ପୁଅ ଓମହରିଙ୍କ ସହ ହେବାର ଥିଲା। ସବୁ ସରିଥିଲା ତଥି ଓ ଦିନ ଅନୁସାରେ ଠିକ ସମୟରେ ବୁଧବାର ଦିନ ରାତ୍ରିରେ ଓପହରି କୋଭିଡ ଗାଇଡଲାଇନ ମାନି ମାତ୍ର ୨୦-୩୦ ବରଯାତ୍ରୀଙ୍କ ସହ ଆସିଥିଲେ। ବିବାହ ପାଇଁ ସବୁ ଠିକ ଠାକ ଚାଲିଥିଲା କିନ୍ତୁ ଅସୁବିଧା ସୃଷ୍ଟି କରିଥିଲେ ଝିଅର ଦାଦା କମ ବରଯାତ୍ରୀ ଆସିବା କାରଣରୁ ବିବାହ କରାଇବେ ନାହିଁ ବୋଲି ମନାକରିବା ସହ ଅନ୍ୟ ଜଣେ ଯୁବକଙ୍କ ସହ ସେହି ଝିଅର ବିବାହ ମଧ୍ୟ କରେଇ ଦେଇଥିଲେ।

Google

ଓପହରି ଏଭଳି ପରିସ୍ଥିତିରେ ବଡ଼ ଅସୁବିଧାରେ ପଡିଥିଲେ କାରଣ ତାଙ୍କର କୌଣସି ଦୋଷ ନଥିଲା। ପାଖ ଗ୍ରାମବାସୀମାନେ ସବୁ ବସି ଏହାର ଏକ ଉପାୟ ବାହାର କରି ସୋଗରବାର ଗ୍ରାମର ମୁକେସ ନାମକ ଜଣେ ବ୍ୟକ୍ତିଙ୍କ ଝିଅକୁ ଓମହରିଙ୍କ ସହ ବିବାହ କରାଇଥିଲେ। ଯାହା ଦ୍ୱାରା ଏତେ ବଡ଼ ସମସ୍ୟା ସବୁ ଠିକ ହୋଇ ସମସ୍ତେ ହସ ଖୁସିରେ ଘରକୁ ଫେରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *