IPL ୨୦୨୧: ମିଚେଲ ମାର୍ଶ ଏହି କାରଣରୁ ଖେଳିବେନି ଆଇପିଏଲ। ତାଙ୍କ ସ୍ଥାନରେ ହାଇଦ୍ରାବାଦ ନେଲା ଇଂଲଣ୍ଡର ଏହି ଖେଳାଳିଙ୍କୁ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଅଲରାଉଣ୍ଡର ମିଚେଲ ମାର୍ଶ ଆଇପିଏଲ ୨୦୨୧ରୁ ନିଜ ନାମ ଫେରାଇ ନେଇଛନ୍ତି। ଡିସେମ୍ବରରେ ହୋଇଥିବା ଅକ୍ସନରେ ହାଇଦ୍ରାବାଦ ମାର୍ସଙ୍କୁ ୨ କୋଟିରେ କିଣିଥିଲା। କିନ୍ତୁ ଅଷ୍ଟ୍ରେଲିଆର ଏହି ଖେଳାଳି ଏହି ସଂସ୍କରଣରେ ଖେଳୁଥିବା ଦେଖାଯିବ ନାହିଁ।

Google

ମିଚେଲ ମାର୍ସ ଆଇପିଏଲ ୨୦୨୧ରୁ ବାହାରିବା ଆଘାତର କାରଣ ନୁହେଁ। ବରଂ ଅଷ୍ଟ୍ରେଲିଆର ଏହି ଖେଳାଳି ବାୟୋ ବବୁଲ କାରଣରୁ ନିଜ ନାମ ଫେରାଇନେଇଛନ୍ତି। ମିଚେଲ ମାର୍ସର ଆଇପିଏଲର ଏହି ଏତେ ଲମ୍ବା ସମୟ ବାୟୋ ବବୁଲରେ ରହିବାକୁ ଚାହାନ୍ତିନି। ମିଚେଲ ମାର୍ଶ ବିସିସିଆଇ ଓ ସନରାଇଜର୍ସ ହାଇଦ୍ରାବାଦକୁ ନିଜ ଫଇସଲା ଶୁଣାଇଦେଇଛନ୍ତି।

ପୂର୍ବ ସଂସ୍କରଣରେ ମାତ୍ର ଗୋଟେ ମ୍ୟାଚ ଖେଳି ବାହାର ହୋଇଯାଇଥିଲେ ମାର୍ସ:

ଆଇପିଏଲର ନୂଆ ବାୟୋ ବବୁଲ ସୀକ୍ୟୁରିଟି ପ୍ରୋଟୋକଲ ଅନୁସାରେ ମିଚେଲ ମାର୍ସଙ୍କୁ ଭାରତ ଆସିବା ପରେ ୭ ଦିନ ହୋଟେଲରେ କ୍ବାରେଣ୍ଟିନ ହୋଇ ରହିବାକୁ ପଡିବ। ଏହା ପରେ ତାଙ୍କୁ ୫୦ ଦିନ ବାୟୋ ବବୁଲରେ ରହିବାକୁ ପଡିବ।ମିଚେଲ ମାର୍ସ ଏହା ଦେଖି ଆଇପିଏଲ ୨୦୨୧ ନଖେଳିବାର ଫଇସଲା କରିଛନ୍ତି। କହିରଖିବୁକି ପୂର୍ଵ ଆଇପିଏଲ ସିଜନରେ ମିଚେଲ ମାର୍ସ ମାତ୍ର ଗୋଟେ ମ୍ୟାଚ ଖେଳି ବାହାର ହୋଇଯାଇଥିଲେ। ପୂର୍ଵ ବର୍ଷ ଆରସିବି ସହ ମ୍ୟାଚରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଓ ସେ ସିରିଜରୁ ବାହାର ହୋଇଯାଇଥିଲେ ଓ ତାଙ୍କ ଜାଗାରେ ହାଇଦ୍ରାବାଦ ଟିମ ଯେସନ ହୋଲ୍ଡରଙ୍କୁ ମୌକା ଦେଇଥିଲା।ଏହି ବର୍ଷ ମିଚେଲ ମାର୍ସଙ୍କ ଜାଗାରେ ହାଇଦ୍ରାବାଦ ଟିମ ଏକ ଇଂଲଣ୍ଡ ଖେଳାଳିଙ୍କୁ ଟିମରେ ସାମିଲ କରିଛି ଯାହାଙ୍କ ନାମ ଯେସନ ରୟ।

Google

କହିରଖିବୁ ଆଇପିଏଲ ୨୦୨୦ ରେ ଆଘାତ ଲାଗିବା ପରେ ମିଚେଲ ମାର୍ସ ଅନେକ ସମୟ ବାହାରେ ରହିଲେ। କିନ୍ତୁ ଠିକ ହେବା ପରେ ସେ ଅଳ୍ପ ଦିନ ତଳେ ବିଗ ବିସ ଲିଗରେ ପର୍ଥି ସ୍କୋଚର୍ସ ପଟୁ ଖେଳିଲେ। ଏହା ପରେ ନ୍ୟୁଜଲ୍ୟାଣ୍ଡ ସହ ଟି-୨୦ ସିରିଜରେ ମଧ୍ୟ ସେ ଅଂଶ ଥିଲେ। ଏହି ସମୟରେ ମଧ୍ୟ ସେ ବାୟୋ ବବୁଲରେ ରହିଥିଲେ। କହିରଖିବୁକି ମିଚେଲ ମାର୍ସ ପୂର୍ଵ ୧୦ ବର୍ଷରେ ମାତ୍ର ୨୧ ଆଇପିଏଲ ମ୍ୟାଚ ହିଁ ଖେଳିପାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *