ଘୁଞ୍ଚିବ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା: ପରୀକ୍ଷା ହେବ କିନ୍ତୁ ବିଳମ୍ବିତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

Matric and plus 2 exam may be extended said education minister samir das, Matric Exam Odisha, Exam, +2 Exam, HSC, CHSC, Odisha, Nitidina

ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ବିଳମ୍ବ ହୋଇପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ଲାଗି ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଳମ୍ୱିତ ହୋଇପାରେ କିନ୍ତୁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ , ତାହା ହେଲେ ପରୀକ୍ଷା ହୁଏତ ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ।

CHSE Odisha class 10th (Matric) Exam Results 2018 to be declared today,  click on bseodisha.nic.in to check your results
Google

ଫେବ୍ରୁଆରୀରେ ମାଟ୍ରିକ, ମାର୍ଚ୍ଚରେ ଯୁକ୍ତ ୨ ପରୀକ୍ଷା ସମ୍ଭବ ନୁହେଁ । ସର୍ବନିମ୍ନ ୩ ମାସ ପାଠ ପଢ଼ାଯିବା ପରେ ପରୀକ୍ଷା ହେବ ବୋଲି ସେ କହିଛନ୍ତି ।

 

ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ରାଜ୍ୟ ସରକାର ଏକକ ଭାବେ କିଛି ନିଷ୍ପତ୍ତି ନେଇ ପାରିବେ ନାହିଁ । ଡିସେମ୍ୱର ୩୧ ପରେ ଖୋଲିପାରେ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରି ଆସନ୍ତା ଡିସେମ୍ୱର ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି ।

ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବା ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି ।

matric and plus 2 exam may be extended said education minister samir das
Google

କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ ହୋଇଛି । ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *