ଗଧ ପିଲା ପାଇବେ ୩୦୦ରୁ ଅଧିକ ଆମେ ପାଇବୁ କମ, ନମ୍ବର ଦିଅ ନହେଲେ ଏଇଠି ଆତ୍ମହତ୍ୟା କରିବି, ଦେଖନ୍ତୁ ଭିଡ଼ିଓ

ଏହି କିଛିଦିନ ତଳେ ଶିକ୍ଷା ବିଭାଗ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ତେବେ ଏହି ଫଳାଫଳକୁ ନେଇ କିଛି ପିଲା ଖୁସି ଥିବା ବେଳେ ଆଉ କିଛି ପିଲା ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ଏହା ସହିତ କିଛି ପିଲାଙ୍କ ପ୍ରତିକ୍ରିୟା ଏପରି ଥିଲା କି ଆପଣ ନ ହସି ରହି ପାରିବେ ନାହିଁ। ତେବେ ଆମେ ବର୍ତ୍ତମାନ ପୁରୀ ଜିଲ୍ଲାର ମଧୁବନ ଅଞ୍ଚଳରେ ରହିଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କରିବା। କିଭଳି ଭାବରେ ସେମାନେ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସମ୍ମୁଖରେ ରଖିଥିଲେ ଆମେ ସେହି ବିଷୟରେ ଆଲୋଚନା କରିବା।

ଜଣେ ଛାତ୍ରୀ ସେଠାରେ ନିଜର ଫଳାଫଳ ବିଷୟରେ ଗଣମାଧ୍ୟମକୁ ନିଜର ମତାମତ ଦେଇଥିଲେ। ତାଙ୍କର କହିବା ଅନୁସାରେ ସେ ଏକ ଭଲ ଛାତ୍ରୀ ଅଟନ୍ତି। ସେ ନିଜର ନାମକୁ ନିକଟସ୍ଥ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲେଖାଇଥିଲେ ଓ ସେ ମଧୁବନରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ କିନ୍ତୁ ଯେତେବେଳେ ଫଳାଫଳ ବାହାରିଲା ସେ ନିଜର ପରୀକ୍ଷା ଫଳ ଦେଖି ନିଜକୁ ମଧ୍ୟ ବିଶ୍ୱାସ କରି ପାରିନଥିଲେ। ତାଙ୍କ କହିବା ଅନୁସାରେ ସେ ଗୋଟେ ଭଲ ଛାତ୍ରୀ ଅଟନ୍ତି ତାଙ୍କର ଏତେ କମ ନମ୍ୱର ଆସିବ ବୋଲି ସେ କେବେ ବିଶ୍ୱାସ କରି ନଥିଲେ।

ଦେଖନ୍ତୁ ଭିଡ଼ିଓ:

ତେବେ ସେ ନିଜର ସରକାରୀ ବିଦ୍ୟାଳୟ ସମ୍ମୁଖରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ତାଙ୍କର କହିବା କଥା ଯଦି ସେହି ସ୍କୁଲ ନିଜର ପିଲାଙ୍କର ଦକ୍ଷତା ଜାଣି ନାହିଁ ତେବେ ସେହି ସ୍କୁଲକୁ ସେମାନଙ୍କର ମୂଲ୍ୟାୟନ କରିବାର ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ସେହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି। ସେ ଆରୋପ ଲଗାଇବା ସହିତ ଏହା କହିଛନ୍ତି କି ଯଦି ସେହି ଗଧ ପିଲାମାନେ ଏହି ସରକାରୀ ବିଦ୍ୟାଳୟରେ ପଢ଼ି ୩୦୦ ରୁ ଉର୍ଦ୍ଧ ନମ୍ୱର ରଖି ପାରିଲେ ଆମର ଡି ଗ୍ରେଡ ଆସିବାର ମାନେ କଣ?

ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେହି ପିଲାମାନେ ପାଠ ନ ପଢି ୩୦୦ ନମ୍ୱର ରଖିଲେ ତେବେ ସେ ଏତେ ଟଙ୍କା ଖର୍ଚ୍ଚ କରି ଏତିକି ନମ୍ୱର ପାଇବାର ମୂଲ୍ୟ କଣ? ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆମେ ଏତିକି ନମ୍ୱର ପାଇଲୁ ତେବେ ସେମାନେ ନ ପଢ଼ିକି ଏତେ ନମ୍ୱର କିପରି ପାଇଲେ? ଏହା ସହିତ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କର ନମ୍ୱର ଅଧିକରୁ ଅଧିକ ବଢ଼ାଯାଉ। ତାଙ୍କର ନମ୍ବରକୁ ୯୦ ପ୍ରତିଶତ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଏହା ସହିତ ସେ ସରକାରଙ୍କର ଏହି ମୂଲ୍ୟାୟନକୁ ବିଲକୁଲ ନିନ୍ଦା କରିଛନ୍ତି।

Google

ତାଙ୍କର ପ୍ରତିକ୍ରିୟା ଏପରି ଥିଲା କି ସେ ନିଜର ତଥା ନିଜର ସାଙ୍ଗ ମାନଙ୍କ ନମ୍ୱର ଦେଖି ସମ୍ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ଥିଲେ।ସେ ନିଜର ଓ ନିଜ ସାଙ୍ଗମାନଙ୍କ ନମ୍ୱର ବଢ଼ାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *