ନୂତନ ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର କାୟା ବିସ୍ତାର କରୁଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜର ପରିଶ୍ରମ ତଥା ମୌକାଗର ଫାଇଦା ଉଠେଇବା ପାଇଁ ରେଡି ଅଛନ୍ତି ଯାହାଦ୍ୱାରା କି ସେ ଭାରତ ପାଇଁ ସର୍ବାଧିକ ୱିକେଟ ନେବାରେ ସଫଳ ହେଇ ପାରିବେ। ୨୭ ବର୍ଷୀୟ ଏହି ଦ୍ରୁତ ବୋଲର ୨୦୧୭ରେ ନିଉଜିଲାଣ୍ଡ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ ଆଉ ସେ ଏଯାଏ ଭାରତ ପାଇଁ ୫ଟି ଟେଷ୍ଟ, ୧ଟି ଦିନିକିଆ ତଥା ତିନୋଟି ଟି ଟ୍ୱେଣ୍ଟି ଆନ୍ତର୍ଜାତୀୟ କ୍ରିକେଟ ଖେଳି ସାରିଛନ୍ତି। ରୟାଲ ଚାଲେଞ୍ଜରସ ବାଙ୍ଗାଲୋରଙ୍କ ତରଫରୁ ଖେଳୁଥିବା ଏହି ବୋଲର କହିଲେ କି ସେ ଭାରତ ପାଇଁ ସର୍ବାଧିକ ୱିକେଟ ନେଲା ବୋଲର ହେବାକୁ ଚାହାନ୍ତି ଆଉ ନିଜର ବୋଲିଂର ଶ୍ରେୟ ସେ ଯଶପ୍ରୀତ ବୁମରା ଆଉ ଇଶାନ୍ତ ଶର୍ମାଙ୍କୁ ଦେଲେ।

ସିରାଜ ଆରସିବିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କହିଲେ,” ମୁଁ ଯେତେବେଳେ ବି ବୋଲିଂ କରୁଥିଲି ଯଶପ୍ରୀତ ବୁମରାହ ମୋ ପଛରେ ଠିଆ ହେଇ ରହୁଥିଲେ। ସେ ମୋତେ ସବୁବେଳେ କୁହନ୍ତି କି ନିଜର ବେସିକ ଉପରେ ସବୁବେଳେ ନିର୍ଭରଶୀଳ ରୁହ ଆଉ ଅଧିକ କିଛି ଟ୍ରାୟ କରିବା ଦରକାର ନାହିଁ। ମୁଁ ଇଶାନ୍ତ ଶର୍ମାଙ୍କ ସହ ବି ବୋଲିଂ କରିଛି। ସେ ୧୦୦ ଟେଷ୍ଟ ଖେଳି ସାରିଛନ୍ତି। ତାଙ୍କ ସହ ଡ୍ରେସିଂ ରୁମ ସେୟାର କରିବା ଦ୍ୱାରା ବହୁତ ଭଲ ଅନୁଭବ କଲି। ମୋର ସ୍ୱପ୍ନ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେବାର ଅଟେ। ମୋତେ ଯେତେବେଳେ ବି ମୌକା ମିଳିବ ମୁଁ କଡା ପରିଶ୍ରମ କରିବି।”
ଆଇପିଏଲରେ ୩୯ ୱିକେଟ ଅକ୍ତିଆର କରିସାରିଛନ୍ତି:
ଆଇପିଏଲର ୩୫ମ୍ୟାଚରେ ୩୯ ୱିକେଟ ନେଇ ସାରିଥିବା ମହମ୍ମଦ ସିରାଜ କହିଲେ କି ଯେତେବେଳେ ସେ ଟିମ ସହ ପ୍ରଥମ ଥର ପାଇଁ ଯୋଡିଲେ ତ ତାଙ୍କର ମନୋବଳ ବହୁତ ତଳେ ଥିଲା ମାତ୍ର କେକେଆର ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କର ମନୋବଳ ବହୁତ ଉପରକୁ ଗଲା। ଆରସିବିର ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ତାଙ୍କୁ ଉପଦେଶ ଦେବା ପରେ ସେ ଆକ୍ରମକ ବୋଲିଂ ଜାରି ରଖିଲେ। ପୂର୍ବ ବର୍ଷ ଅଷ୍ଟ୍ରେଲିଆରେ ପଦାର୍ପଣ କରିଥିବା ସିରାଜ ଅଷ୍ଟ୍ରେଲିଆ ରେ ବହୁତ ଭଲ ପ୍ରଦର୍ଶନ କଲେ ଆଉ ଏହି ସିରିଜ ତାଙ୍କ ପାଇଁ ବହୁତ ଭାବନାତ୍ମକ ବି ଥିଲା।

ଭାରତର ବୋଲିଂ କୋଚ ଭରତ ଅରୁଣଙ୍କ ସହ ତାଙ୍କର ସମ୍ପର୍କ ବାବଦରେ ସିରାଜ କହିଲେ କି, “ଭରତ ସାର ମୋତେ ନିଜର ପୁଅ ଭଳି ମାନନ୍ତି ଆଉ ସର୍ବଦା ମୋତେ ମୋ ବୋଲିଂ ଉପରେ ଧ୍ୟାନ ଦେବାକୁ କୁହନ୍ତି। ଯେତେବେଳେ ମୁଁ ହାଇଦ୍ରାବାଦରେ ଥିଲି ତ ସର୍ବଦା ସେ ମୋତେ ମୋର ଲାଇନ ତଥା ଲେଙ୍ଗଥ ଉପରେ ଫୋକସ ଦେବାକୁ କହୁଥିଲେ। ମୁଁ ଭାରତ ପାଇଁ ନିଜର ବେଷ୍ଟ ଦେବାକୁ ଚାହେଁ ଆଉ ଯେତେବେଳେ ବି ସୁଯୋଗ ମିଳିବ ମୁଁ ନିଜର ପ୍ରାଣପ୍ରଣେ ଚେଷ୍ଟା କରିବାକୁ ଚାହେଁ। ଦୁଇ ହାତରେ ଏହାର ଫାଇଦା ଉଠେଇବାକୁ ଇଛା କରୁଛି।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।